ଚାଲିଗଲେ ପୂର୍ବତନ କେନ୍ଦ୍ର ଗୃହ ସଚିବ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଗୃହ ସଚିବ ମାଧବ ଗଡବୋଲେଙ୍କର ଆଜି ପରଲୋକ ଘଟିଛି। ହୃଦଘାତ ଯୋଗୁ ଆଜି ମହାରାଷ୍ଟ୍ରର ପୁଣେର ତାଙ୍କ ବାସଭବନରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ୧୯୯୩ରେ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପୂର୍ବରୁ ସେ କେନ୍ଦ୍ର ଗୃହ ବିଭାଗର ସଚିବ ଥିଲେ। ସେହିପରି ସେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ , ସହରାଞ୍ଚଳ ଉନ୍ନୟନ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏହା ପୂର୍ବରୁ ସେ ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଅର୍ଥ ସଚିବ ଥିଲେ।

ସରକାରଙ୍କ ନୀତିନିୟମକୁ ନେଇ ମାଧବ ଗଡବୋଲେ ୨୦ରୁ ଅଧିକ ବହି ମଧ୍ୟ ଲେଖିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ସ୍ତ୍ରୀ ସୁଜାତା, ପୁଅ ରାହୁଲ ଏବଂ ଝିଅ ମିରାଙ୍କ ସହ୍ୟ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସେ ମାଶାଚୁସେଟର ଉଇଳିୟମ କଲେଜରୁ଼ ଉନ୍ନତିମୂଳକ ଅର୍ଥନୀତିରେ ଏମଏ କରିଥିବା ବେଳେ ବମ୍ବେ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି ହାସଲ କରିଛନ୍ତି।

ଅବସର ପରେ ବିଭିନ୍ନ ଗଣମାଧ୍ୟମରେ ମାଧବ ଗଡବୋଲେ ସରକାରଙ୍କ ନୀତିନିୟମ ଓ ଲୋକ ନୀତିକୁ ନେଇ ପ୍ରବନ୍ଧ ମାନ ଲେଖିଆସୁଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।