ବାସଭବନରୁ ମିଳିଲା ପୂର୍ବତନ ମନ୍ତ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମାରଙ୍କ ମୃତଦେହ ଆଜି ତାଙ୍କ ବାସଭବନରୁ ମିଳିଛି। ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିବାରୁ ପୁଲିସ୍‌ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। ଆତ୍ମାରାମଙ୍କ ବେକ ଗୋଟିଏ ଟାୱଲେରେ ବନ୍ଧା ଯାଇଥିବା ବେଳେ ତାଙ୍କ କାର ଓ ମୋବାଇଲ ଫୋନ ଅନ୍ତର୍ଧ୍ୟାନ ହୋଇଯାଇଛି। ତେଣୁ ତାଙ୍କୁ କେହି ହତ୍ୟା କରିଥିବା ପୁଲିସ୍‌ ସନ୍ଦେହ କରୁଛି। ଉତ୍ତର […]

BJP

BJP

Hemant Lenka
  • Published: Friday, 10 September 2021
  • Updated: 10 September 2021, 04:36 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଆତ୍ମାରାମ ତୋମାରଙ୍କ ମୃତଦେହ ଆଜି ତାଙ୍କ ବାସଭବନରୁ ମିଳିଛି। ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିବାରୁ ପୁଲିସ୍‌ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।

ଆତ୍ମାରାମଙ୍କ ବେକ ଗୋଟିଏ ଟାୱଲେରେ ବନ୍ଧା ଯାଇଥିବା ବେଳେ ତାଙ୍କ କାର ଓ ମୋବାଇଲ ଫୋନ ଅନ୍ତର୍ଧ୍ୟାନ ହୋଇଯାଇଛି। ତେଣୁ ତାଙ୍କୁ କେହି ହତ୍ୟା କରିଥିବା ପୁଲିସ୍‌ ସନ୍ଦେହ କରୁଛି। ଉତ୍ତର ପ୍ରଦେଶର ବିଜରାଲୁ ଗାଁରେ ଆତ୍ମାରାମଙ୍କ ଘର ରହିଛି। ହେଲେ ସେ ବିଜରାଲୁ ସହରରେ ରହୁଥିଲେ।

ପୁଲିସ୍‌ ତାଙ୍କ ଘରେ ପହଞ୍ଚି ମୃତଦେହକୁ ଜବତ କରିଛି। ଫରେନ୍ସିକ ଟିମ ଓ ଡଗ ସ୍କ୍ୱାଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଆତ୍ମାରାମଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ଶୁକ୍ରବାର ସକାଳେ ତାଙ୍କ ଡ୍ରାଇଭର ଏଠାରେ ପ୍ରଥମେ ପହଞ୍ଚିଥିଲେ।

ସେ ବାରମ୍ବାର ଡୋର ବେଲ୍‌ ବଜାଇ ଆତ୍ମାରାମଙ୍କୁ ଡାକିଥିଲେ ହେଁ କୌଣସି ଉତ୍ତର ମିଳି ନଥିଲା। ଦୀର୍ଘ ସମୟ ଧରି ଘର ଭିତରକୁ କୌଣସି ଉତ୍ତର ନ ମିଳିବାକୁ ଡ୍ରାଇଭର ଜଣଙ୍କ କବାଟ ଭାଙ୍ଗି ଦେଇଥିଲେ। ଏହି ସମୟରେ ତୋମାରଙ୍କ ମୃତଦେହ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଘଟଣା ସମୟରେ ତୋମାରଙ୍କ ପରିବାରର କୌଣସି ସଦସ୍ୟ ଘରେ ଉପସ୍ଥିତ ନଥିଲେ। ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos