ଏନ୍କାଉଣ୍ଟରରେ ୪ ଆତଙ୍କବାଦୀ ନିହତ
ଶ୍ରୀନଗର: ଜମ୍ମୁ କଶ୍ମୀରର ଶୋପିଆନରେ ଭାରତୀୟ ସେନା ଏବଂ ପୁଲିସ୍ର ମିଳିତ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ନିହତ ହୋଇଥିବା ଚାରି ଆତଙ୍କବାଦୀ ଆତଙ୍କବାଦୀମାନେ ଲଶ୍କର-ଏ-ତୋଇବାର। ଗୁଳିବିନିମୟ ବେଳେ ସେନାର ଜଣେ ଯବାନ ଆହତ ହୋଇଥିବା କଶ୍ମୀରର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି।
ଆଇଜିପି କହିଛନ୍ତି ଯେ ଅପରେସନ୍ ଶେଷ ହୋଇଯାଇଛି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ମୃତ ଆତଙ୍କବାଦୀଙ୍କ ପାଖରୁ ଏକ-୪୭ ଏବଂ ୨ଟି ପିସ୍ତଲ ଜବତ ହୋଇଛି।
All four terrorists of Lashkar-e-Taiba killed. Operation over. One Army personnel injured. Situation under control: IGP Kashmir Vijay Kumar to ANI
(File photo) pic.twitter.com/T1LpcJzY8D
— ANI (@ANI) March 22, 2021
ଏହା ପୂର୍ବରୁ ଦକ୍ଷିଣ କଶ୍ମୀରର ଶୋପିଆନ ଜିଲ୍ଲାରେ ଥିବା ରାଓ୍ୱପୋରାରେ ଗୁଳିବିନିମୟ ହୋଇଥିଲା। ପାଖାପାଖି ତିନି ଦିନ ପାଇଁ ଚାଲିଥିଲା ଏହି ଗୁଳି ବିନିମୟ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।