ସୁନ୍ଦର ପିଚାଇଙ୍କ ବଡ଼ ବୟାନ: ମୁକ୍ତ ଓ ଅବାଧ ଇଣ୍ଟରନେଟ୍‌ ଉପରେ ହେଉଛି ହମଲା

ନୂଆଦିଲ୍ଲୀ: ନୂଆ ଡିଜିଟାଲ ଆଇନକୁ ନେଇ ଭାରତରେ ବିତର୍କ ଚାଲିଥିବା ବେଳେ ଗୁଗଲ ସିଇଓ ସୁନ୍ଦର ପିଚାଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବିଶ୍ୱର କିଛି ଦେଶରେ ମୁକ୍ତ ଓ ଅବାଧ(ଫ୍ରି ଆଣ୍ଡ ଓପନ) ଇଣ୍ଟନେଟ୍‌ର ବିଚାରଧାରା ଉପରେ ହମଲା କରାଯାଉଛି।

କିଛି ଦେଶ ଏହା ଉପରେ ରୋଗ ଲଗାଇଛନ୍ତି ଓ ଆଉ କିଛି ଦେଶ ଏହାକୁ ରୋକିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି ବୋଲି ସେ ମତ ଦେଇଛନ୍ତି। ବିବିସିକୁ ସାକ୍ଷାତକାର ଦେଇ ସୁନ୍ଦର କହିଛନ୍ତି ଯେ ଅନେକ ଦେଶ ସୂଚନା ପ୍ରବାହ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି। ଏହି କାରଣରୁ ମୁକ୍ତ ଓ ଅବଧା ଇଣ୍ଟରନେଟ୍‌ ଯେଉଁ ଆଦର୍ଶ ଉପରେ ଚାଲିଥିଲା, ଏବେ ତା’ ପରିବର୍ତ୍ତନ ହେବାରେ ଲାଗିଛି। ମୁକ୍ତ ଓ ଅବାଧ ଇଣ୍ଟରନେଣ୍ଟ ଏକ ଭଲ ପଦକ୍ଷେପ। ଏହାକୁ ଆମେ ସମସ୍ତେ କାର୍ଯ୍ୟକାରୀ କରିବା ଦରକାର। ଏବେ ସବୁ ଦେଶରେ କେଉଁ ବୟାନ ଠିକ୍‌, ତାକୁ ନେଇ ବିତର୍କ ଚାଲିଛି। ସେହିପରି କାହାକୁ ଅନୁମତି ଦିଆଯିବ ଓ କାହା ଉପରେ ରୋକ ଲଗାଯିବ, ତା’କୁ ନେଇ ଆଲୋଚନା କରାଯାଉଛି।

ଏଥିପାଇଁ ଅନେକ ଦେଶ ସୂଚନା ପ୍ରବାହକୁ ରୋକିବା ସହ ସୀମା ନିର୍ଦ୍ଧାରଣ କରିବାରେ ଲାଗିଛନ୍ତି। ଏବେ ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଦେଶଗୁଡ଼ିକ ଏହା ବିରୋଧରେ ଏକାଠି ହେବା ଜରୁରୀ। ଇଣ୍ଟରନେଟର ସ୍ୱାଧୀନତାକୁ ସେମାନେ ଗୁରୁତ୍ୱର ସହ ବିଚାରକୁ ନେବା ଦରକାର ବୋଲି ପିଚାଇ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।