ରେକର୍ଡ ସ୍ତରରେ ପହଞ୍ଚିଲାଣି ତୈଳଦର, କେବେ କମିବ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ଦେଶବାସୀଙ୍କୁ ନିସ୍ତାର ମିଳୁନାହିଁ। କ୍ରମାଗତ ଭାବେ ଦେଶରେ ପେଟ୍ରୋଲ-ଡିଜେଲ ଠାରୁ ଆରମ୍ଭ କରି ସବୁ ଜିନିଷର ଦାମ ବଢ଼ି ଚାଲିଛି। ପେଟ୍ରୋଲ ଓ ଡିଜେଲର ଦାମ ରେକର୍ଡ ସ୍ତରରେ ପହଞ୍ଚିବା ପରେ ଏହା ସହ ତାଳ ଦେଇ ବିଭିନ୍ନ ସାମଗ୍ରୀର ଦର ବଢ଼ୁଛି। ଲୋକମାନେ ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଇ ଆଶ୍ୱସ୍ତି କେବେ ମିଳିବ, ତା’କୁ ଅପେକ୍ଷା କରିଛନ୍ତି। କିନ୍ତୁ ଏସବୁ ଭିତରେ ଆଜି ପୁଣିଥରେ ସମଗ୍ର ଦେଶରେ ପେଟ୍ରୋଲ ଓ […]

pETROL

pETROL

Hemant Lenka
  • Published: Saturday, 30 October 2021
  • Updated: 30 October 2021, 12:40 PM IST

Sports

Latest News

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ଦେଶବାସୀଙ୍କୁ ନିସ୍ତାର ମିଳୁନାହିଁ। କ୍ରମାଗତ ଭାବେ ଦେଶରେ ପେଟ୍ରୋଲ-ଡିଜେଲ ଠାରୁ ଆରମ୍ଭ କରି ସବୁ ଜିନିଷର ଦାମ ବଢ଼ି ଚାଲିଛି। ପେଟ୍ରୋଲ ଓ ଡିଜେଲର ଦାମ ରେକର୍ଡ ସ୍ତରରେ ପହଞ୍ଚିବା ପରେ ଏହା ସହ ତାଳ ଦେଇ ବିଭିନ୍ନ ସାମଗ୍ରୀର ଦର ବଢ଼ୁଛି।

ଲୋକମାନେ ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଇ ଆଶ୍ୱସ୍ତି କେବେ ମିଳିବ, ତା’କୁ ଅପେକ୍ଷା କରିଛନ୍ତି। କିନ୍ତୁ ଏସବୁ ଭିତରେ ଆଜି ପୁଣିଥରେ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି। ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ୩୫ ପଇସା ଲେଖାଏ ମହଙ୍ଗା ହୋଇଛି। ଫଳରେ ଦିଲ୍ଲରେ ଆଜି ପେଟ୍ରୋଲର ଲିଟର ପିଛା ଦାମ ୧୦୮.୯୯ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୯୭.୭୨ ଟଙ୍କା ରହିଛି।

ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୩୪ ପଇସା ବଢ଼ିଛି। ଫଳରେ ଆଜି ମୁମ୍ବାଇବାସୀ ପେଟ୍ରୋଲ ଲିଟର ପିଛା ୧୧୪.୮୧ ଟଙ୍କା ଓ ଡିଜେଲ ୧୦୫.୮୬ ଟଙ୍କା ଦେଇ କିଣୁଛନ୍ତି। ଚେନ୍ନାଇରେ ପେଟ୍ରୋଲର ଦର ୧୦୫.୭୪ ଟଙ୍କା, କୋଲକାତାରେ ୧୦୯.୪୬ ଟଙ୍କା, ବେଙ୍ଗାଲୁରୁରେ ୧୧୨.୭୯ ଟଙ୍କା ଓ ହାଇଦ୍ରାବାଦରେ ୧୧୩.୩୬ ଟଙ୍କା ରହିଛି। ସେହିପରି ଏହି ସବୁ ସହରରେ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୧୦୧.୯୨ ଟଙ୍କା, ୧୦୦.୮୪ ଟଙ୍କା, ୧୦୩.୭୨ ଟଙ୍କା ଓ ୧୦୬.୬୦ ଟଙ୍କାରେ ବିକ୍ରି ହେଉଛି।

ଅନ୍ୟପକ୍ଷରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲର ଲିଟର ପିଛା ୨୫ ପଇସା ଓ ଡିଜେଲ ୨୮ ପଇସା ମହଙ୍ଗା ହୋଇଛି। ଫଳରେ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୧୦୯.୯୬ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୧୦୬.୬୦ ଟଙ୍କା ହୋଇଯାଇଛି। ମାଲକାନଗିରିରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୧୧୫.୫୫ ଟଙ୍କା ଏବଂ ୧୧୨.୦୧ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos