ଆହୁରି କମିବ ତୈଳ ଦର, କେନ୍ଦ୍ର ସରକାର ନେଲେ ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ନିକଟରେ ତୈଳ ଦର ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିବା କେନ୍ଦ୍ର ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଦାମକୁ କମ କରିବା ପାଇଁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ତେବେ ଅଶୋଧିତ ତୈଳର ଦାମ ବଢ଼ିବା ଯୋଗୁ ଏବେ ବି ଅନେକ ସ୍ଥାନରେ ପେଟ୍ରୋଲର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି। ଏସବୁ ଭିତରେ ତୈଳ ଉତ୍ପାଦନ କରୁଥିବା ଦେଶଗୁଡ଼ିକର ସଂଗଠନ ଓପିଇସି ଅଧିକ […]

Oil-Price

Oil-Price

Hemant Lenka
  • Published: Tuesday, 23 November 2021
  • Updated: 23 November 2021, 07:35 PM IST

ନୂଆଦିଲ୍ଲୀ: ନିକଟରେ ତୈଳ ଦର ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିବା କେନ୍ଦ୍ର ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଦାମକୁ କମ କରିବା ପାଇଁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ତେବେ ଅଶୋଧିତ ତୈଳର ଦାମ ବଢ଼ିବା ଯୋଗୁ ଏବେ ବି ଅନେକ ସ୍ଥାନରେ ପେଟ୍ରୋଲର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି।

ଏସବୁ ଭିତରେ ତୈଳ ଉତ୍ପାଦନ କରୁଥିବା ଦେଶଗୁଡ଼ିକର ସଂଗଠନ ଓପିଇସି ଅଧିକ ଉତ୍ପାଦନ କରିବାକୁ ମନା କରିଦେଇଛନ୍ତି। ଏହାକୁ କାଉଣ୍ଟର କରିବା ପାଇଁ ଭାରତ, ଆମେରିକା ଓ ଜାପାନ ଭଳି ଅଧିକ ତୈଳ ବ୍ୟବହାର କରୁଥିବା ଦେଶଗୁଡ଼ିକ ନୂଆ ରଣନୀତି କରିଛନ୍ତି। ରଣନୀତି ଅନୁଯାୟୀ ଅଶୋଧିତ ତୈଳର ଦାମ ହ୍ରାସ କରିବା ପାଇଁ ଭାରତ ସରକାର ରଣନୀତିକ ତୈଳ ଭଣ୍ଡାର ବା ଷ୍ଟ୍ରାଟେଜିକ ଅଏଲ ରିଜରଭରରୁ ୫୦ ଲକ୍ଷ ବ୍ୟାରେଲ କଞ୍ଚା ତେଲ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତ ଏବେ ଆମେରିକା ଓ ଚାଇନା ଭଳି ଆର୍ଥିକସ୍ତରରେ ମଜବୁତ ଥିବା ଦେଶଗୁଡ଼ିକ ସହ ମିଶି ବଜାରକୁ ଅଧିକ ପରିମାଣର ଅଶୋଧିତ ତୈଳ ଆଣିବାକୁ ଚାହୁଁଛି। ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଏହି ନିଷ୍ପତ୍ତି ଅନୁଯାୟୀ କାମ ଆରମ୍ଭ ହେବ। ଭାରତର ରଣନୀତି ଭଣ୍ଡାରରୁ ବାହାରୁ ଥିବା ଅଶୋଧିତ ତେଲକୁ ମାଙ୍ଗାଲୁରୁ ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ ଲିଃ(ଏମଆରପିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିଃ(ଏଚପିସିଏଲ)କୁ ବିକ୍ରି କରାଯିବ। ଏହି ଦୁଇ ସରକାରୀ ତୈଳ ରିଫାଇନାରୀ ୟୁନିଟ ରଣନୀତିକ ତେଲ ଭଣ୍ଡାର ସହ ପାଇପଲାଇନ ଜରିଆରେ ଯୋଡ଼ି ହୋଇଛନ୍ତି।

ଜଣେ ସରକାରୀ ଅଧିକାରୀର କହିଛନ୍ତି, ଆବଶ୍ୟକ ପଡ଼ିଲେ ଭାରତ ସରକାର ନିଜର ରଣନୀତିକ ତୈଳ ଭଣ୍ଡାରୁ ଆହୁରି ଅଧିକ ପରିମାଣର ଅଶୋଧିତ ତେଲ ରିଲିଜ କରିବେ। କଞ୍ଚା ତେଲର ଅନ୍ତର୍ଜାତୀୟ ଦାମ ବଢ଼ୁଥିବାରୁ ସରକାର ଅନ୍ୟ ଦେଶ ସହ ମିଶି ଜରୁରିକାଳୀନ ତେଲ ଭଣ୍ଡାରରୁ ଅଶୋଧିତ ତୈଳକୁ ବିପୁଳ ପରିମାଣରେ ବାହାର ବଜାରକୁ ଆଣିବାକୁ ମନସ୍ଥ କରିଛନ୍ତି।

ଏହାଦ୍ୱାରା ଅଶୋଧିତ ତୈଳର ଦାମ କମିବ ବୋଲି ଆଶା କରାଯାଉଛି। ଭାରତ ସରକାର ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଓ କର୍ଣ୍ଣାଟକାର ମେଙ୍ଗାଲୁରୁରେ ତୈଳ ଭଣ୍ଡାର ତିଆରି କରାଯାଇଛି। ଏହି ତୈଳ ଭଣ୍ଡାରର କ୍ଷମତା ମୋଟ ୩.୮ କୋଟି ବ୍ୟାରେଲ।
ଓପିଇସି ଅଧିକ ତେଲ ଉତ୍ପାଦନ କରୁ ନଥିବାରୁ ଅଶୋଧିତ ତୈଳର ଦାମ ବୃଦ୍ଧି ପାଉଛି। ଏହାର ପ୍ରଭାବ ସିଧାସଳଖ ବିଶୁଦ୍ଧ ପେଟ୍ରୋଲ ଓ ଡିଜେଲ ଏବଂ ଏହା ସହ ଜଡ଼ିତ ଦ୍ରବ୍ୟ ଉପରେ ପଡ଼ୁଛି। ତେଣୁ ଦରଦାମକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ପ୍ରଥମେ ଏପରି କରିବାକୁ ଆମେରିକା ଆଗେଇ ଆସିଥିଲା। ଭାରତ ସମେତ ଚାଇନା ଓ ଜାପାନକୁ ମଧ୍ୟ ଆମେରିକା ଏଥିପାଇଁ ଅନୁରୋଧ କରିଥିଲା। ଏବେ ସମସ୍ତେ ମିଳିତ ଭାବେ ରଣନୀତିକ ତୈଳ ଭଣ୍ଡାରରୁ ଅଶୋଧିତ ତେଲ ରିଲିଜ୍ କରିବେ।

ଏହି ନିଷ୍ପତ୍ତି ନେବା ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିଥିଲେ। ବୈଠକରେ ତୈଳ ମାର୍କେଟିଂ ସହ ଜଡ଼ିତ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ୫୦ ଲକ୍ଷ ଅଶୋଧିତ ତୈଳକୁ ଆମେରିକା, ଚାଇନା, ଜାପାନ ଓ ଦକ୍ଷିଣ କୋରିଆ ଭଳି ଦେଶ ସହ ସମାନ୍ତରଳ ଭାବେ ଭଣ୍ଡାରରୁ ରିଲିଜ କରାଯିବ।

୨୦୨୦ରେ ଭାରତ ସରକାର ବ୍ୟାରେଲ ପିଛା ୧୯ ଡଲାର ଲେଖାଏ ଦେଇ ଅଶୋଧିତ ତୈଳ ଆଣିଥିଲେ। ଫଳରେ ରଣନୀତିକ ତୈଳ ଭଣ୍ଡାରରେ ୫.୩ ମିଲିୟନ ମେଟ୍ରିକ ଟନ୍‌ ଅଶୋଧିତ ତଳ ଗଚ୍ଛିତ ହୋଇଥିଲା। ଏପରି ପଦକ୍ଷେପ ଯୋଗୁ ଭାରତ ସରକାର ୬୮୫ ମିଲିୟନ ଡଲାର ଅର୍ଥ ସଞ୍ଚୟ କରିପାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story