ଟିକା ନେଇଥିବା ଲୋକ ଏଣିକି ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣର ପ୍ରଭାବ ହ୍ରାସ ପାଉଥିବା ବେଳେ ମଙ୍ଗଳବାର ମହାରାଷ୍ଟ୍ର ସରକାର ସବୁ ଲୋକଙ୍କ ପାଇଁ ସର୍ତ୍ତମୂଳକ ଲୋକାଲ ଟ୍ରେନରେ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି। କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକମାନେ ହିଁ ମୁମ୍ବାଇ ମେଟ୍ରୋଲ ପଲିଟାନ ରିଜନରେ ଲୋକାଲ ଟ୍ରେନର ସେବା ଉପଭୋଗ କରିପାରିବେ ବୋଲି ସରକାର କହିଛନ୍ତି। ପୂର୍ବରୁ କେବଳ ଜରୁରୀ ଓ ସରକାରୀ ସେବାରେ ନିୟୋଜିତ ଲୋକଙ୍କୁ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନରେ ଯାତ୍ରା […]

Train

Train

Hemant Lenka
  • Published: Tuesday, 26 October 2021
  • Updated: 26 October 2021, 04:39 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣର ପ୍ରଭାବ ହ୍ରାସ ପାଉଥିବା ବେଳେ ମଙ୍ଗଳବାର ମହାରାଷ୍ଟ୍ର ସରକାର ସବୁ ଲୋକଙ୍କ ପାଇଁ ସର୍ତ୍ତମୂଳକ ଲୋକାଲ ଟ୍ରେନରେ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି। କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକମାନେ ହିଁ ମୁମ୍ବାଇ ମେଟ୍ରୋଲ ପଲିଟାନ ରିଜନରେ ଲୋକାଲ ଟ୍ରେନର ସେବା ଉପଭୋଗ କରିପାରିବେ ବୋଲି ସରକାର କହିଛନ୍ତି।

ପୂର୍ବରୁ କେବଳ ଜରୁରୀ ଓ ସରକାରୀ ସେବାରେ ନିୟୋଜିତ ଲୋକଙ୍କୁ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ମିଳୁଥିଲା। ହେଲେ ଏବେ ଅଣଅତ୍ୟାବଶ୍ୟକ ସେବା ଓ ସାଧାରଣ ଲୋକ ଲୋକାଲ ଟ୍ରେନର ବ୍ୟବହାର କରିପାରିବେ।

ସରକାର କହିଛନ୍ତି, ଟିକାର ଦୁଇଟି ଯାକ ଡୋଜ୍‌ ନେବାର ୧୪ ଦିନ ପରେ ଯେକୌଣସି ଲୋକ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ। ଜରୁରୀ ସେବାରେ ନିୟୋଜିତ ଲୋକମାନେ ମଧ୍ୟ ଟିକାର ଡବଲ ଡୋଜ୍‌ ନେବାର ୧୪ ଦିନ ପରେ ଟ୍ରେନରେ ଯାତ୍ରାର ଅନୁମତି ପାଇବେ।

ଅକ୍ଟୋବର ୨୮ରୁ ସେଣ୍ଟ୍ରାଲ ଓ ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ନିଜ ନିଜ ଟ୍ରାକରେ ଯଥାକ୍ରମେ ୧୭୭୪ ଓ ୧୩୬୭ଟି ଟ୍ରେନ ଚାଳଚଳ ଆରମ୍ଭ କରିବେ। ସୋମବାର ୧୦୦% ଯାତ୍ରୀଙ୍କ ସହ ସେବା ଆରମ୍ଭ ହେବ ବୋଲି ସେଣ୍ଟ୍ରାଲ ଓ ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ କୁହାଯାଇଥିଲା। ଏବେ ସରକାର ଲୋକାଲ ଟ୍ରେନରେ ଯାତ୍ରା କରିବା ନିୟମ ବଦଳାଇଛନ୍ତି।

ମହାମାରୀ କରୋନା ପାଇଁ ଦୀର୍ଘ ମାସ ହେଲାଣି ମୁମ୍ବାଇରେ ସାଧାରଣ ଲୋକଙ୍କୁ ଲୋକାଲ ଟ୍ରେନର ସେବା ମିଳୁ ନଥିଲା। କିନ୍ତୁ ଏବେ ଟିକାର ନେଇଥିବା ଲୋକଙ୍କୁ ଏହି ସେବା ମିଳିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos