ଡବଲ ଡୋଜ୍‌ ନେଇ ମଧ୍ୟ କରୋନାରେ ଜୀବନ ଗଲା, ସପ୍ତାହକ ମଧ୍ୟରେ ୨ୟ ଘଟଣା

ଗୁରୁଗ୍ରାମ: ଟିକାର ଡବଲ ଡୋଜ୍‌ ନେଇ ମଧ୍ୟ ଜଣେ ୭୫ ବର୍ଷୀୟ ମହିଳା ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗୁରୁଗ୍ରାମରେ ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଘଟଣା। ଗୁରୁବାର ପ୍ରାଣ ହରାଇଥିବା ମହିଳା ଜଣଙ୍କ ଅଗଷ୍ଟ ୧୦ ବା ପ୍ରାୟ ୩ ମାସ ତଳେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ ନେଇଥିଲେ। ତେବେ ନଭେମ୍ବର ୧୦ରେ ସେକ୍ଟର ୪୯ରେ ରହୁଥିବା ଏହି ମହିଳା ଜଣଙ୍କ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କ ଶରୀରରେ ପ୍ରବଳ […]

corona

corona

Hemant Lenka
  • Published: Friday, 19 November 2021
  • Updated: 19 November 2021, 07:43 AM IST

Sports

Latest News

ଗୁରୁଗ୍ରାମ: ଟିକାର ଡବଲ ଡୋଜ୍‌ ନେଇ ମଧ୍ୟ ଜଣେ ୭୫ ବର୍ଷୀୟ ମହିଳା ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଗୁରୁଗ୍ରାମରେ ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଘଟଣା। ଗୁରୁବାର ପ୍ରାଣ ହରାଇଥିବା ମହିଳା ଜଣଙ୍କ ଅଗଷ୍ଟ ୧୦ ବା ପ୍ରାୟ ୩ ମାସ ତଳେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ ନେଇଥିଲେ।

ତେବେ ନଭେମ୍ବର ୧୦ରେ ସେକ୍ଟର ୪୯ରେ ରହୁଥିବା ଏହି ମହିଳା ଜଣଙ୍କ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କ ଶରୀରରେ ପ୍ରବଳ ଜ୍ୱର ଥିବା ସହ ସେ କାଶ ଜନିତ ସମସ୍ୟାରେ ପଡ଼ିଥିଲେ। ତେଣୁ ତାଙ୍କୁ ପରିବାର ଲୋକ ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ସେଠାରେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ଏହା ପଜିଟିଭ ଆସିଥିଲା। ମହିଳା ଜଣଙ୍କ ଆସ୍ଥାମା, ମଧୁମେହ ଓ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ। ପ୍ରାଥମିକ ଅବସ୍ଥାରେ ତାଙ୍କୁ ଆଇଭି ଫ୍ଲୁଇଡିସ, ଆଣ୍ଟିବାୟୋଟିକ ଓ ଅମ୍ଳଜାନ ସହାୟତାରେ ଚିକିତ୍ସା ପ୍ରଦାନ କରାଯାଇଥିଲା। ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ସେଠାରେ ତାଙ୍କୁ ମେକାନିକାଲ ଭେଣ୍ଟିଲେଟର ମଧ୍ୟରେ ରଖାଯାଇଥିଲା। ଶେଷରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଡାକ୍ତର କହିଛନ୍ତି, ମହିଳା ଜଣଙ୍କ ମର୍ଣ୍ଣିଂୱାକରେ ଯିବା ବେଳେ ସମ୍ଭବତଃ କୌଣସି ବାହାର ଲୋକଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ପରିବାରର ଆଉ ସବୁ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ସେ ଟିକାର ଡବଲ ଡୋଜ୍‌ ନେଇଥିଲେ ମଧ୍ୟ ବୟସଜନିତ ସମସ୍ୟା ଓ ଅନ୍ୟାନ୍ୟ ରୋଗ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରବିବାର ଗୁରୁଗ୍ରାମରେ ଜଣେ ୭୧ ବର୍ଷୀୟ ବ୍ୟକ୍ତି କରୋନାରେ ଆଖିବୁଜିଥିଲେ। ସେ ମଧ୍ୟ କରୋନାର ଟିକାର ଡବଲ ଡୋଜ୍‌ ନେଇଥିଲେ। ପ୍ରାଣ ହରାଇବାର ପ୍ରାୟ ୫ ମାସ ପୂର୍ବରୁ ସେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ ନେଇଥିଲେ। ଗୁରୁଗ୍ରାମରେ ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁ ମୋଟ ୯୨୫ ଜଣଙ୍କ ଜୀବନ ଗଲାଣି। ଏମାନଙ୍କ ମଧ୍ୟରୁ ୬୦୯ ଜଣ ବହୁବିଧ ରୋଗରେ ପୀଡ଼ିତ ଥିଲେ।

ମୁଖ୍ୟ ମେଡିକାଲ ଅଧିକାରୀ ବୀରେନ୍ଦ୍ର ଯାଦବ କହିଛନ୍ତି, ବହୁବିଧି ରୋଗରେ ପୀଡ଼ିତ ବୟସ୍କ ଲୋକମାନେ ବାହାରକୁ ଯିବାରେ ରିସ୍କ ଅଛି। ତେଣୁ ଟିକା ନେବା ପରେ ମଧ୍ୟ ବୟସ୍କ ବ୍ୟକ୍ତିମାନେ ସତର୍କ ରହିବା ଦରକାର। ଏବେ ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ଘରେ ରହିଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଆମ ଟିମ ନଜର ରଖିଛି। ସେମାନଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos