କେମିତି ଥିଲା ଜେନେରାଲ ରାୱତଙ୍କ ସେନା କ୍ୟାରିୟର୍‌ର ଯାତ୍ରା

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ ବିପିନ ଲକ୍ଷ୍ମଣ ସିଂହ ରାଓ୍ୱତଙ୍କ ଭଳି ଜଣେ ମହାନ ଯୋଦ୍ଧାଙ୍କୁ ଆଜି ଦେଶ ହରାଇଛି। ତାମିଲନାଡୁର କନ୍ନୁର ଠାରେ ହୋଇଥିବା ହେଲିକପ୍ଟର କ୍ରାଶରେ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ୪ ଷ୍ଟାର ବୀର ସୈନ୍ୟ ଜଣଙ୍କ ଦୀର୍ଘ ୪ ଦଶନ୍ଧି ଧରି ଦେଶର ସେବା କରୁଥିଲେ। ଗୋର୍ଖା ରେଜିମେଣ୍ଟରୁ ସିଡିଏସ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବା ଭିତରେ ସେ ଅନେକ ଉପଲବ୍ଧି ହାସଲ […]

CDS2

CDS2

Hemant Lenka
  • Published: Wednesday, 08 December 2021
  • Updated: 08 December 2021, 08:35 PM IST

Sports

Latest News

ନୂଆଦିଲ୍ଲୀ: ସିଡିଏସ୍ ଜେନେରାଲ ବିପିନ ଲକ୍ଷ୍ମଣ ସିଂହ ରାଓ୍ୱତଙ୍କ ଭଳି ଜଣେ ମହାନ ଯୋଦ୍ଧାଙ୍କୁ ଆଜି ଦେଶ ହରାଇଛି। ତାମିଲନାଡୁର କନ୍ନୁର ଠାରେ ହୋଇଥିବା ହେଲିକପ୍ଟର କ୍ରାଶରେ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ୪ ଷ୍ଟାର ବୀର ସୈନ୍ୟ ଜଣଙ୍କ ଦୀର୍ଘ ୪ ଦଶନ୍ଧି ଧରି ଦେଶର ସେବା କରୁଥିଲେ। ଗୋର୍ଖା ରେଜିମେଣ୍ଟରୁ ସିଡିଏସ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବା ଭିତରେ ସେ ଅନେକ ଉପଲବ୍ଧି ହାସଲ କରିଥିଲେ।

ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ତଥ୍ୟ

୧- ୧୯୫୮ ମସିହା ମାର୍ଚ୍ଚ ୧୬ରେ ଉତ୍ତରାଖଣ୍ଡର ପୌରି ଘରୱାରରେ ଜନ୍ମ ହୋଇଥିଲେ ଭାରତୀୟ ସେନାର ଏହି ଫୋର୍ ଷ୍ଟାର ଜେନେରାଲ। ରାଓ୍ୱତଙ୍କ ପରିବାର ଭାରତୀୟ ସେନା ପାଇଁ ପୂର୍ବରୁ ବଳିଦାନ ଦେଇଥିବା ବେଳେ ସେ ମଧ୍ୟ ପରମ୍ପରାକୁ ବଜାୟ ରଖିଥିଲେ। ତାଙ୍କ ବାପା ଲକ୍ଷ୍ମଣ ସିଂହ ରାଓ୍ୱତ ମଧ୍ୟ ସେନାରେ କାମ କରୁଥିଲେ। ସେ ଲେଫଟନାଣ୍ଟ ଜେନେରାଲ ପଦ ଯାଏ ପଦୋନ୍ନତି ପାଇଁ ଦେଶର ସେବା କରିଥିଲେ।

୨-ଜେନେରାଲ ରାୱତ ଡେରାଡୁନର କ୍ୟାମ୍ବ୍ରିଆାନ ସ୍କୁଲ ଓ ଶିମଲାର ସେଣ୍ଟ ଏଡଓ୍ୱାର୍ଡ ସ୍କୁଲରେ ଶିକ୍ଷା ଲାଭ ପରେ ଉତ୍ତରାଖଣ୍ଡର ନ୍ୟାଶନାଲ ଡିଫେନ୍ସ ଏକାଡେମୀ ଓ ଡେରାଡୁନରେ ଥିବା ଇଣ୍ଡିଆନ ମିଲିଟାରୀ ଏକାଡେମୀରେ ଯୋଗ ଦେଇଥିଲେ। ଏଠାରେ ସେ ସୋର୍ଡ ଅଫ୍ ଅନର ହାସଲ କରିଥିଲେ।

୩-ୱେଲିଂଟନ ଡିଫେନ୍ସ ସର୍ଭିସ ଷ୍ଟାଫ୍ କଲେଜରୁ ଡିଫେନ୍ସ ଷ୍ଟଡିଜରେ ସେ ଏମ୍ଫିଲ ହାସଲ କରିବା ପରେ ଆମେରିକାର କାନ୍ସାସରେ ଥିବା ଆର୍ମି କମାଣ୍ଡ ଆଣ୍ଡ ଜେନେରାଲ ଷ୍ଟାଫ୍ କେଲଜରେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ। ମୀରଟରେ ଥିବା ଚୌଧୁରୀ ଚରଣସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡକ୍ଟୋରେଟ୍ ଅଫ୍ ଫିଲୋଶଫି ଉପାଧି ଦିଆଯାଇଥିଲା। ସେ ଯେଉଁ ଠାରୁ ଏମ୍ଫିଲ କରିଥିଲେ ଆଜି ସେଠାରେ ଥିବା ପିଲାମାନଙ୍କୁ ସମ୍ବୋଧନ କରିବାକୁ ଯାଉଥିଲେ। ହେଲେ ଅଧା ବାଟରେ ହେଲିକପ୍ଟର କ୍ରାଶରେ ତାଙ୍କର ମୃତ୍ୟୁ ଘଟିଛି।

୪-୧୯୭୮ରେ ଜେନେରାଲ ରାୱତ ୧୧ ଗୋର୍ଖା ରାଇଫଲ୍ସର ପଞ୍ଚମ ବାଟାଲିୟନରେ ଯୋଗ ଦେଇଥିଲେ। ପାହାଡ଼ୀ ରଣକୌଶଳରେ ସେ ବେଶ ଦକ୍ଷ ଥିବା ବେଳେ ଉଗ୍ରବାଦୀଙ୍କ ଦମନ କାର୍ଯ୍ୟରେ ଦୀର୍ଘ ୧୦ ବର୍ଷ ଲାଗି ନିୟୋଜିତ ଥିଲେ।

୫-ମେଜର ପଦବୀରେ ଥିବା ବେଳେ ସେ ଜମ୍ମୁ ଓ କଶ୍ମୀରର ଉରିରେ କମାଣ୍ଡର ଭାବେ କାମ କରିଥିଲେ। କର୍ଣ୍ଣେଲ ଭାବେ ପଦୋନ୍ନତି ପାଇବା ପରେ ସେ ଏଲ୍ଏସିର କିବିଥୁରେ ଗୋର୍ଖା ରାଇଫଲ୍ସର ପଞ୍ଚମ ବାଟାଲିୟନକୁ କମାଣ୍ଡ କରିଥିଲେ। ବ୍ରିଗେଡିୟର ଭାବେ ସେ ଶୋପରରେ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଂ ଅଫିସର ଥିଲେ। ଆଫ୍ରିକା ଦେଶ କଙ୍ଗୋରେ ମୁତୟନ ଅନ୍ତର୍ଜାତୀୟ ସେନାର ବି ସେ ନେତୃତ୍ୱ ନେଇ ଦୁଇ ଦୁଇ ଥର ସମ୍ମାନୀତ ହୋଇଥିଲେ।

୬- ମେଜର ଜେନେରାଲ ପଦକୁ ପଦୋନ୍ନତି ପାଇବା ପରେ ଜେନେରାଲ ରାଓ୍ୱତ ଉରିରେ ଥିବା ୧୯-ଇନଫାଣ୍ଟ୍ରୀ ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ ପଦରେ କାର୍ଯ୍ୟ କରିଥିଲେ। ପରେ ଲେଫ୍ଟନାଣ୍ଟ ଜେନେରାଲ ଭାବେ ସେ ଥାର୍ଡ-କୋର ଦିମାପୁର ଓ ପୁନେ ସ୍ଥିତ ସଦର୍ଣ୍ଣ ଆର୍ମି କମାଣ୍ଡର ନେତୃତ୍ୱ ନେଇଥିଲେ। ସେ ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି।

୭-ଡିସେମ୍ବର ୧୭ ତାରିଖ ୨୦୧୬ରେ ଦୁଇ ଜଣ ସିନିୟରଙ୍କୁ ପଛରେ ପକାଇ ସେ ଭାରତୀୟ ସ୍ଥଳସେନାର ସବୋର୍ଚ୍ଚ ପଦବୀରେ ନିଯୁକ୍ତି ପାଇଥିଲେ। ୨୦୧୬ ମସିହା ଡିସେମ୍ବର ୩୦ରେ ସେ ଦେଶର ୨୭ତମ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସ୍ଥଳ ସେନା ମୁଖ୍ୟ ପଦରେ ଅଧିଷ୍ଠିତ ହେବାରେ ସେ ଥିଲେ ଗୋର୍ଖା ବ୍ରିଗେଡର ତୃତୀୟ ଅଫିସର।

୮- ନିଜର ସଫଳ ସେନା କ୍ୟାରିୟରରେ ଜେନେରାଲ ରାଓ୍ୱତ୍ ଜଣେ ବୀର ଯୋଦ୍ଧା ଭାବେ କାର୍ଯ୍ୟ କରିଥିଲେ। ୧୯୮୭ରେ ସମଦୋରଙ୍ଗ ଚୁ ଉପତ୍ୟକାରେ ଭାରତ-ଚାଇନା ମୁହାଁମୁହିଁ ହୋଇଥିବା ବେଳେ ରାଓ୍ୱତଙ୍କ ବାଟାଲିୟନ ପିଏଲଏର ମୁକାବିଲା କରିଥିଲା।

୯-୨୦୧୫ରେ ଉଗ୍ରବାଦୀଙ୍କ ଆକ୍ରମଣରେ ନାଗାଲାଣ୍ଡରେ ୧୮ ଭାରତୀୟ ଯବାନ ନିହତ ହୋଇଥିଲେ। ଏହାପରେ ରାଓ୍ୱତଙ୍କ ନେତୃତ୍ୱରେ ହିଁ ଭାରତୀୟ ସେନା ଯବାନ ମିଆଁମାରରେ ପଶି ଅପରେସନ କରିଥିଲେ।

୧୦- ତିନି ସେନା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଲାଗି ସୃଷ୍ଟି କରାଯାଇଥିବା ସିଡିଏସ୍ ପଦରେ ପ୍ରଥମ ଅଧିକାରୀ ଭାବେ ଜେନେରାଲ ବିପିନ୍ ରାଓ୍ୱତଙ୍କୁ ନିଯୁକ୍ତି ମିଳିଥିଲା। ୨୦୧୯ ଡିସେମ୍ବର ୩୦ରେ ତାଙ୍କୁ ଚିଫ ଅଫ ଡିଫେନ୍ସ ଷ୍ଟାଫ ବା ସିଡିଏସ୍ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହା ସହ ନୂଆ କରି ପ୍ରତିରକ୍ଷା ମନ୍ତ୍ରଣାଳୟ ତିଆରି କରିଥିବା ମିଲିଟାରୀ ବ୍ୟାପାର ବିଭାଗର ସେ ମୁଖ୍ୟ ଭାବେ କାମ ଆରମ୍ଭ କରିଥିଲେ।

୧୧-ଦେଶର ସେବାରେ ସେ ଦୀର୍ଘ ୪ ଦଶନ୍ଧି ଧରି ଲାଗି ରହିଥିଲେ। ଏହି କାର୍ଯ୍ୟକାଳ ମଧ୍ୟରେ ସେ ବ୍ରିଗେଡ କମାଣ୍ଡର, ଜେନେରାଲ ଅଫିସର କମାଣ୍ଡିଂ ଇନ ଚିଫ(ଜିଓସି-ସି), ମିଲିଟାରୀ ଅପରେସନ ଡିରେକ୍ଟୋରେଟ୍‌ରେ ଜେନେରାଲ ଷ୍ଟାଫ ଅଫିସର ଗ୍ରେଡ-୨ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି।

୧୨- ୨୦୧୬ରେ ଜେନେରାଲ ରାୱତ ପାକିସ୍ତାନରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଷ୍ଟ୍ରାଇକ ପାଇଁ ହୋଇଥିବା ପ୍ଲାନିଂରେ ସେ ସାମିଲ ଥିଲେ।

୧୩-ଦେଶ ପ୍ରତି ତାଙ୍କର ଅବଦାନ ପାଇଁ ଜେନେରାଲ ରାୱତଙ୍କୁ ପରମ ବିଶିଷ୍ଟ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ, ଓ ସେନା ପଦକରେ ସମ୍ମାନୀତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story