ମା’ ଚାଲିଗଲା ପରେ ବାପା ଛାଡ଼ି ଦେଲେ, ତଥାପି ଝିଅ ହେଲେ ଟପ୍ପର

ପାଟନା: ଇଚ୍ଛା ଶକ୍ତି ଆଗରେ ପୁଣି ହାର ମାନିଛି ପରିସ୍ଥିତି। ତ୍ୟାଗ ଓ ସମର୍ପଣର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ରୀ। ମା’ ପର ପାରିକୁ ଚାଲିଗଲା ପରେ ବାପା ତାଙ୍କୁ ଏକାକୀ କରି ଅନ୍ୟତ୍ର ପଳାଇଥିଲେ। ହେଲେ ଅଜା ଆଈଙ୍କ ପାଖରେ ରହି ଛାତ୍ରୀ ଜଣଙ୍କ ସିବିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷାରେ ବିହାରର ଟପ୍ପର ହୋଇଛନ୍ତି। ସେ ମୋଟ ୯୯.୪% ମାର୍କ ରଖିଛନ୍ତି। ଏବେ ନାତୁଣୀ ଶ୍ରୀଜାଙ୍କ ପାଇଁ ଅଜାଆଈଙ୍କ ଠାରୁ ଆରମ୍ଭ […]

Sreeja

Sreeja

Hemant Lenka
  • Published: Monday, 25 July 2022
  • Updated: 25 July 2022, 02:14 PM IST

Sports

Latest News

ପାଟନା: ଇଚ୍ଛା ଶକ୍ତି ଆଗରେ ପୁଣି ହାର ମାନିଛି ପରିସ୍ଥିତି। ତ୍ୟାଗ ଓ ସମର୍ପଣର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ଜଣେ ୧୦ମ ଶ୍ରେଣୀ ଛାତ୍ରୀ। ମା’ ପର ପାରିକୁ ଚାଲିଗଲା ପରେ ବାପା ତାଙ୍କୁ ଏକାକୀ କରି ଅନ୍ୟତ୍ର ପଳାଇଥିଲେ। ହେଲେ ଅଜା ଆଈଙ୍କ ପାଖରେ ରହି ଛାତ୍ରୀ ଜଣଙ୍କ ସିବିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷାରେ ବିହାରର ଟପ୍ପର ହୋଇଛନ୍ତି। ସେ ମୋଟ ୯୯.୪% ମାର୍କ ରଖିଛନ୍ତି। ଏବେ ନାତୁଣୀ ଶ୍ରୀଜାଙ୍କ ପାଇଁ ଅଜାଆଈଙ୍କ ଠାରୁ ଆରମ୍ଭ କରି ପୂରା ରାଜ୍ୟ ଗର୍ବ କରୁଛି।

ବିଜେପି ସାଂସଦ ବରୁଣ ଗାନ୍ଧି ବିହାର ଟପ୍ପର ଶ୍ରୀଜାଙ୍କ କାହାଣୀ ସମସ୍ତଙ୍କୁ ଜଣାଇଛନ୍ତି। ସେ ଶ୍ରୀଜା ଓ ତାଙ୍କ ଆଈ ଦେଇଥିବା ଗୋଟିଏ ସାକ୍ଷାତକାରର ଭିଡିଓ ଟ୍ୱିଟ କରିଛନ୍ତି। ଆଈ କହିଛନ୍ତି, “ଏହି ରେଜଲ୍ଟରେ ଆମେ ବହୁତ ଖୁସି।” ନିଜର ଜ୍ୱାଇଁଙ୍କ ସମ୍ପର୍କରେ ସେ କହିଛନ୍ତି, “ମୋ ଝିଅର ମୃତ୍ୟୁ ପରେ ସେ ଶ୍ରୀଜାକୁ ଛାଡ଼ି ଚାଲି ଯାଇଥିଲେ। ସେବେଠାରୁ ତାଙ୍କୁ ଆମେ ଆଉ ଦେଖିନୁ। ସେ ପୁଣି ବାହା ହୋଇଯାଇଥିବା ଆମେ ଜାଣିବାକୁ ପାଇଛୁ। ଏବେ ଶ୍ରୀଜାର ରେଜଲ୍ଟ ଦେଖି ସେ ନିଶ୍ଚିତ ଅନୁତାପ କରୁଥିବେ। ଝିଅକୁ କାହିଁକି ଛାଡ଼ିଲି ବୋଲି ଭାବୁଥିବେ।”

ବରୁଣ ଗାନ୍ଧି ଏହି ଭିଡିଓକୁ ଶେୟାର କରି ଲେଖିଛନ୍ତି, “ତ୍ୟାଗ ଓ ସମର୍ପଣର ଅଦ୍ଭୁତ ଉଦାହରଣ। ମା’ର ଛାଇ ହଟିବା ପରେ ଯେଉଁ ଝିଅକୁ ବାପା ଛାଡ଼ି ଦେଇଥିଲା, ସେ ନିଜ ଅଜାଆଈଙ୍କ ଘରେ ରହି ନିଜର ପରାକାଷ୍ଠା ଦେଖାଇଛନ୍ତି। ଏଥିସହ ଇତିହାସ ରଚିଛନ୍ତି। ଝିଅ ୧୦ମ ଶ୍ରେଣୀରେ ୯୯.୪% ମାର୍କ ରଖିବାର ଅର୍ଥ ପରିସ୍ଥିତି ପ୍ରତିଭାକୁ ଆଦୌ ପ୍ରଭାବିତ କରିପାରେ ନାହିଁ ବୋଲି ଦର୍ଶାଉଛି। ଯଦି ମୁଁ ଆପଣମାନଙ୍କ କୌଣସି କାମରେ ଆସିପାରିବି, ତା’ହେଲେ ତାହା ମୋ ପାଇଁ ସୌଭାଗ୍ୟର ବିଷୟ ହେବ।”

ଏହି ଭିଡିଓକୁ ଅନେକ ଲୋକ ଶେୟାର କରିବା ସହ ଶ୍ରୀଜା ଓ ତାଙ୍କ ଅଜାଆଈଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି। ବିଏସ୍‌ଇ କଲୋନୀରେ ଥିବା ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ହେଉଛନ୍ତି ଶ୍ରୀଜା। ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେ ସଂସ୍କୃତ ଓ ବିଜ୍ଞାନରେ ଶତ ପ୍ରତିଶତ ମାର୍କ ରଖିଥିବା ବେଳେ ଇଂରାଜୀ, ଗଣିତ ଓ ସାମାଜିକ ବିଜ୍ଞାନରେ ୯୯ ମାର୍କ ରଖିଛନ୍ତି। ୯୯.୪% ମାର୍କ ସହ ସେ ବିହାର ଟପ୍ପର ହୋଇଛନ୍ତି। ସେ ବିଏସ୍‌ଇବି ଡିଏଭି ପବ୍ଲିକ ସ୍କୁଲରେ ବିଜ୍ଞାନ ପାଠ୍ୟକ୍ରମରେ ନାଁ ଲେଖାଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story