ଝିଅ ମାନଙ୍କୁ ମୋବାଇଲ ଦେବା କଥା ନୁହେଁ: ମହିଳା କମିଶନ ସଦସ୍ୟ

ଲକ୍ଷ୍ନୌ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମହିଳା କମିଶନ ସଦସ୍ୟ। ରାଜ୍ୟରେ ବଢ଼ୁଥିବା ଦୁଷ୍କର୍ମ ମାମଲା ଓ ସରକାର ଏହାକୁ ରୋକିବାକୁ ନେଇଥିବା ପଦକ୍ଷପେ ବିଷୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ହେଲେ କମିଶନର ସଦସ୍ୟ ମୀନା କୁମାରୀ ଝିଅମାନଙ୍କୁ ମୋବାଇଲ ଦେବା କଥା ନୁହେଁ। ମୋବାଇଲ ଦ୍ୱାରା ସେମାନେ ପୁଅମାନଙ୍କ ସହ କଥା ହେଉଛନ୍ତି ଓ ପରବର୍ତ୍ତୀ ସମୟରେ ଫେରାର ହୋଇଯାଉଛନ୍ତି ବୋଲି ସେ କହିଛନ୍ତି। ସେ ସାମ୍ବାଦିକମାନଙ୍କୁ କହିଛନ୍ତି, “ମୁଁ […]

UP

UP

Hemant Lenka
  • Published: Thursday, 10 June 2021
  • Updated: 10 June 2021, 08:28 PM IST

ଲକ୍ଷ୍ନୌ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମହିଳା କମିଶନ ସଦସ୍ୟ। ରାଜ୍ୟରେ ବଢ଼ୁଥିବା ଦୁଷ୍କର୍ମ ମାମଲା ଓ ସରକାର ଏହାକୁ ରୋକିବାକୁ ନେଇଥିବା ପଦକ୍ଷପେ ବିଷୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ହେଲେ କମିଶନର ସଦସ୍ୟ ମୀନା କୁମାରୀ ଝିଅମାନଙ୍କୁ ମୋବାଇଲ ଦେବା କଥା ନୁହେଁ। ମୋବାଇଲ ଦ୍ୱାରା ସେମାନେ ପୁଅମାନଙ୍କ ସହ କଥା ହେଉଛନ୍ତି ଓ ପରବର୍ତ୍ତୀ ସମୟରେ ଫେରାର ହୋଇଯାଉଛନ୍ତି ବୋଲି ସେ କହିଛନ୍ତି।

ସେ ସାମ୍ବାଦିକମାନଙ୍କୁ କହିଛନ୍ତି, “ମୁଁ ସମସ୍ତ ବାପାମା’ଙ୍କୁ ନିବେଦନ କରିବାକୁ ଚାହେଁ ଯେ ସେମାନେ ନିଜର ଝିଅମାନଙ୍କୁ ମୋବାଇଲ ଫୋନ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ। ଯଦି ବି ସେମାନେ ମୋବାଇଲ ଦେଉଛନ୍ତି, ତା’ହେଲେ ଏହାକୁ ନିୟମିତ ଚେକିଂ କରନ୍ତୁ। ଏସବୁ ମହିଳା ବିରୋଧୀ ଅପରାଧ ମା’ ମାନଙ୍କ ଅବହେଳା ଯୋଗୁ ଘଟୁଛି।

ଆମେ ବାପା ମା’ ଓ ସମାଜ ହିସାବରେ ଝିଅର ଚାଲିଚଳନ ଉପରେ ନଜର ରଖିବାକୁ କଥା। ସବୁବେଳେ ସେମାନେ କୁଆଡ଼େ ଯାଉଛନ୍ତି? କେଉଁ ପୁଅ ସହ ବସୁଛନ୍ତି, ତା’କୁ ଯାଞ୍ଚ କରିବା ଉଚିତ। ଆମେ ସେମାନଙ୍କ ମୋବାଇଲ ଫୋନ ଚେକ କରିବା କଥା। ଝିଅମାନେ ସେମାନଙ୍କ ଫୋନରେ କଥା ହେଉଛନ୍ତି ଓ ଶେଷରେ ପୁଅ ସହ ଘରକୁ ଫେରାର ହୋଇଯାଉଛନ୍ତି।”

ମହିଳା ବିରୋଧୀ ହିଂସା ବଢ଼ୁଥିବା ବେଳେ ମୀନା କୁମାରୀଙ୍କ ଏପରି ଭେଦଭାବ ସୃଷ୍ଟି କରିବା ଭଳି ବୟାନକୁ ନେଇ ବିବାଦ ସୃଷ୍ଟି କରିଛି। ବିବାଦ ବଢ଼ିବାରୁ ସେ ନିଜର ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି।

ସେ କହିଛନ୍ତି, “ମୋ ବିବୃତିକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୋ କହିବାର କଥା ଥିଲା ଯେ ବାପା ମା’ମାନେ ସେମାନଙ୍କ ଝିଅ ମୋବାଇଲରେ ପାଠ ପଢ଼ୁଛି ନା ଆଉ କିଛି କରୁଛି, ତା’ର ଯାଞ୍ଚ କରନ୍ତୁ। ମୁଁ କେବେ ହେଲେ କହି ନାହିଁ ଯେ ଝିଅମାନେ ଯଦି ମୋବାଇଲ ଫୋନ ବ୍ୟବହାର କରି, ସେମାନେ ପୁଅମାନଙ୍କ ସହ ଫେରାର ହୋଇଯାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story