ବଦଳିଲା ରଣନୀତି: ରବିବାର ଠାରୁ ପୂରା ରାଜ୍ୟରେ ୧୫ ଦିନିଆ କର୍ଫ୍ୟୁ

ପାଣାଜୀ: ମହମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିଜର ରଣନୀତି ବଦଳାଇଛନ୍ତି ଗୋଆ ସରକାର। ଆସନ୍ତା ରବିବାର ଠାରୁ କରୋନା ଚେନ୍‌କୁ ବ୍ରେକ୍‌ କରିବା ପାଇଁ ପୂରା ରାଜ୍ୟରେ ୧୫ ଦିନିଆ କର୍ଫ୍ୟୁ ଲାଗୁ କରାଯିବ। ଏହି ସମୟରେ କେହି ବି ଅଯଥାରେ ଘରକୁ ବାହିପାରିବେ ନାହିଁ। ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପୂରା ରାଜ୍ୟକୁ ଲକଡାଉନ କରାଯିବାର ସଙ୍କେତ ଦେଇଥିଲେ। ଆସନ୍ତା ୩ରୁ ୪ ଦିନ ଭିତରେ ଏହା ଉପରେ ନିଷ୍ପତ୍ତି ନିଆଯିବ […]

curfew

curfew

Hemant Lenka
  • Published: Friday, 07 May 2021
  • Updated: 07 May 2021, 06:42 PM IST

Sports

Latest News

ପାଣାଜୀ: ମହମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିଜର ରଣନୀତି ବଦଳାଇଛନ୍ତି ଗୋଆ ସରକାର। ଆସନ୍ତା ରବିବାର ଠାରୁ କରୋନା ଚେନ୍‌କୁ ବ୍ରେକ୍‌ କରିବା ପାଇଁ ପୂରା ରାଜ୍ୟରେ ୧୫ ଦିନିଆ କର୍ଫ୍ୟୁ ଲାଗୁ କରାଯିବ। ଏହି ସମୟରେ କେହି ବି ଅଯଥାରେ ଘରକୁ ବାହିପାରିବେ ନାହିଁ।

ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପୂରା ରାଜ୍ୟକୁ ଲକଡାଉନ କରାଯିବାର ସଙ୍କେତ ଦେଇଥିଲେ। ଆସନ୍ତା ୩ରୁ ୪ ଦିନ ଭିତରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ହେଲେ ଆଜି ସନ୍ଧ୍ୟାରେ ହଠାତ୍‌ ରାଜ୍ୟ ସରକାର ରବିବାର ଠାରୁ କର୍ଫ୍ୟୁ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି।

କର୍ଫ୍ୟୁ ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାକୁ ଅନୁମତି ମିଳିବ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକ ସକାଳ ୭ଟାରୁ ୧ଟା ଯାଏ ଖୋଲା ରହିବ। ଏହାବାଦ ଆଉ କୌଣସି ଦୋକାନ ବଜାର ଖୋଲିବ ନାହିଁ। ଖାଦ୍ୟର ହୋମ ଡେଲିଭରୀ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଭିତରେ କରାଯାଇ ପାରିବ।

ଏହାପରେ ସମସ୍ତେ ଘରେ ହିଁ ରହିବେ। ମେଡିସିନ ଦୋକାନ ପୂର୍ବଭଳି କାର୍ଯ୍ୟ କରିବ। ଏହି ନିୟମ ଆସନ୍ତା ୧୫ ଦିନ ଅର୍ଥାତ ମେ’ ୨୩ ଯାଏ ବଳବତ୍ତର ରହିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ। ସାଧାରଣ ଲୋକଙ୍କ ଯିବା ଆସିବା ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ସରକାର କହିଛନ୍ତି।

ଗୋଆରେ ଦୈନିକ ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ରେକର୍ଡ ୩,୮୬୯ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୮,୨୬୭କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ କରୋନା ୫୮ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୧୫୦୧ ଛୁଇଁଛି। କ୍ରମାଗତ ଭାବେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ୁଥିବାରୁ ଗୋଆ ସରକାର ପୂରା ରାଜ୍ୟରେ କର୍ଫ୍ୟୁ ଲାଗିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story