ରଙ୍ଗ ଭଳି ସୁନାକୁ ପ୍ୟାଣ୍ଟରେ ବୋଳି କରାଯାଉଥିଲା ସ୍ମଗ୍‌ଲିଂ

କନ୍ନୁର: ସୁନା ଚୋରା ଚାଲାଣର ଅନେକ ମାଧ୍ୟମ ଆପଣ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣମାନଙ୍କୁ ଗୋଟିଏ ଭିନ୍ନ ଧରଣର ସୁନା ଚୋରା ଚାଲାଣ ସମ୍ପର୍କରେ କହିବୁ। ସମ୍ଭବତଃ ଆପଣ କେବେ ହେଲେ ଏପରି ଚୋରା ଚାଲାଣ ସମ୍ପର୍କରେ ଆଗରୁ ଶୁଣି ନଥିବେ। କିନ୍ତୁ କେରଳରେ ଥିବା କନ୍ନୁର ଏୟାରପୋର୍ଟରୁ ଆଜି ଗୁଇନ୍ଦା ବିଭାଗ ସହାୟତାରେ କଷ୍ଟମ ବିଭାଗ ଅଧିକାରୀମାନେ ଅଭିନିବ ଉପାୟରେ ୩୦୨ ଗ୍ରାମର ସୁନା ଜବତ କରିଛନ୍ତି। ଏହାର ଦାମ ୧୪ ଲକ୍ଷ ଟଙ୍କା ହେବ। […]

Gold

Gold

Hemant Lenka
  • Published: Monday, 30 August 2021
  • Updated: 30 August 2021, 06:47 PM IST

Sports

Latest News

କନ୍ନୁର: ସୁନା ଚୋରା ଚାଲାଣର ଅନେକ ମାଧ୍ୟମ ଆପଣ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣମାନଙ୍କୁ ଗୋଟିଏ ଭିନ୍ନ ଧରଣର ସୁନା ଚୋରା ଚାଲାଣ ସମ୍ପର୍କରେ କହିବୁ। ସମ୍ଭବତଃ ଆପଣ କେବେ ହେଲେ ଏପରି ଚୋରା ଚାଲାଣ ସମ୍ପର୍କରେ ଆଗରୁ ଶୁଣି ନଥିବେ। କିନ୍ତୁ କେରଳରେ ଥିବା କନ୍ନୁର ଏୟାରପୋର୍ଟରୁ ଆଜି ଗୁଇନ୍ଦା ବିଭାଗ ସହାୟତାରେ କଷ୍ଟମ ବିଭାଗ ଅଧିକାରୀମାନେ ଅଭିନିବ ଉପାୟରେ ୩୦୨ ଗ୍ରାମର ସୁନା ଜବତ କରିଛନ୍ତି।

ଏହାର ଦାମ ୧୪ ଲକ୍ଷ ଟଙ୍କା ହେବ। ଜବତ ସୁନାର ପରିମାଣ କମ୍‌ ଥିଲେ ମଧ୍ୟ ଏହାକୁ ଚୋରା ଚାଲାଣ କରାଯିବାର ମାଧ୍ୟମ ବେଶ ନୂଆ ହୋଇଥିବାରୁ ଅଧିକାରୀମାନେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।


ପୂର୍ବରୁ ଆପଣ ବିସ୍କୁଟ କିମ୍ବା ଅଳଙ୍କାର ରୂପରେ ସୁନା ଚୋରା ଚାଲାଣ କଥା ଶୁଣିଥିଲେ। ଏବେ କିନ୍ତୁ ପେଷ୍ଟ ରୂପରେ ସୁନା ଚୋରା ଚାଲାଣ ହେଉଥିଲା। ଏହି ପେଷ୍ଟ ସୁନାକୁ ଜଣେ ଯୁବକ ପ୍ୟାଣ୍ଟର ଲେୟାର ମଧ୍ୟରେ ରଙ୍ଗ ବୋଳିବା ଭଳି ବୋଳି ଦେଇଥିଲେ। ଏହାପରେ ସାଧାରଣ ପ୍ୟାଣ୍ଟ ଭଳି ଏହାକୁ ପିନ୍ଧି ଚୋରା ଚାଲାଣ କରୁଥିଲେ।

ଅଧିକାରୀମାନେ ଯାଞ୍ଚ କରିବା ପରେ ଯୁବକଙ୍କ ପ୍ୟାଣ୍ଟ ଲେୟାର ମଧ୍ୟରୁ ଉପରୁ ତଳ ଯାଏ ସୁନାର ପେଷ୍ଟ ବୋଳା ଯାଇଥିବା ଦେଖିବାକୁ ପାଇଥିଲେ। ଏହାକୁ ରାସାୟନିକ ପଦାର୍ଥର ବ୍ୟବହାର କରି ପ୍ୟାଣ୍ଟରୁ ଛଡ଼ାଇବାର ବ୍ୟବସ୍ଥା ମଧ୍ୟ ହୋଇଥିଲା। ଶେଷରେ ଜବତ ସୁନାର ଓଜନ ୩୦୨ ଗ୍ରାମ ବୋଲି ଜଣାପଡ଼ିଛି।


ଏହି ଘଟଣାର ଫଟୋ ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅନେକ ଟ୍ୱିଟର ବ୍ୟବହାରକରି ପ୍ୟାଣ୍ଟରେ ବୋଳା ଯାଇଥିବା ସୁନାର ଫଟୋକୁ ଶେୟାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos