ବଢ଼ିଲା ସୁନା ଓ ରୁପା ଦର, ଭୁବନେଶ୍ୱରେ ଦାମ କେତେ?

ନୂଆଦିଲ୍ଲୀ: ପୁଣିଥରେ ବଢ଼ିଛି ଉଭୟ ସୁନା ଓ ରୁପାର ଦାମ। ଅନ୍ତର୍ଜାତୀୟ ବଜାରରେ ସୁନାର ଓ ରୁପାର ଦାମ ବଢ଼ିଥିବାରୁ ଏହାର ପ୍ରଭାବ ମାର୍କେଟ ଉପରେ ପଡ଼ିଛି। ଆଜି ଦେଶର ରାଜଧାନୀ ଦିଲ୍ଲୀ ସୁନାର ଦାମ ୫୯୨ ଟଙ୍କା ମହଙ୍ଗା ହୋଇଛି। ଫଳରେ ୧୦ ଗ୍ରାମ ସୁନାର ଦାମ ୫୧,୭୫୦ ଟଙ୍କାରେ ପହଞ୍ଚି ଯାଇଛି। ଦିନକ ପୂର୍ବରୁ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୫୧,୧୫୮ ଟଙ୍କା ରହିଥିଲା। ଆଜି ସୁନାର ଦାମ ବୃଦ୍ଧି ପାଇଥିବା ଏଚଡିଏଫସି ସିକ୍ୟୁରିଟିଜ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ରୁପାର ଦାମ ମଧ୍ୟ କେଜି ପିଛା ୧୩୩୫ ଟଙ୍କା ବଢ଼ିଛି। ବର୍ଦ୍ଧିତ ଦାମ ପରେ ଦିଲ୍ଲୀରେ ଗୋଟିଏ କେଜି ରୁପାର ଦାମ ୫୬,୯୩୭ ଛୁଇଁଛି। ଗତକାଲି ରୁପା କେଜି ପିଛା ୫୫,୬୦୨ ଟଙ୍କାରେ ବିକ୍ରି ହେଉଥିଲା। ଅନ୍ତର୍ଜାତୀୟ ବଜାରରେ ଗୋଟିଏ ଆଉନ୍ସ ସୁନାର ଦାମ ୧୭୪୭ ଡଲାର ଓ ରୁପା ଆଉନ୍ସ ପିଛା ୧୮.୩୮ ଡଲାରରେ ଟ୍ରେଣ୍ଡିଂ କରୁଛି। ଏହି କାରଣରୁ ଭାରତରେ ଉଭୟ ଓ ସୁନାର ଦାମ ବଢ଼ିଛି।

ଅନ୍ୟପକ୍ଷରେ ଗୁଡ ରିଟର୍ଣ୍ଣସର ରିପୋର୍ଟ ମୁତାବାକ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୬୫୦ ଟଙ୍କା ବୃଦ୍ଧି ପାଇଛି। ଗତକାଲି ଏହାର ଦାମ ୧୦ ଗ୍ରାମ ପ୍ରତି ୪୬,୪୫୦ ଟଙ୍କା ଥିଲା। ହେଲେ ଆଜି ୧୦ ଗ୍ରାମ ସୁନା ୪୭,୧୦୦ ଟଙ୍କାରେ ବିକ୍ରି କରାଯାଉଛି।

୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୭୦୦ ଟଙ୍କା ମହଙ୍ଗା ହୋଇଛି। ଫଳରେ ୧୦ ଗ୍ରାମ ସୁନାର ଦାମ ୫୧,୩୮୦ ଟଙ୍କା ଛୁଇଁଛି। ବୁଧବାର ଏହାର ଦାମ ୫୦,୬୮୦ ଟଙ୍କା ରହିଥିଲା।
ଭୁବନେଶ୍ୱରରେ ରୁପାର କେଜି ପିଛା ଦାମ ୬,୬୦୦ ଟଙ୍କା ବଢ଼ିଛି। ଆଜି ରାଜଧାନରେ ରୁପାର କେଜି ପିଛା ଦାମ ୬୧,୨୦୦ ଟଙ୍କା ରହିଛି। ଗତକାଲି ଏହାର ଦାମ ୫୪,୬୦୦ ଟଙ୍କା ଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।