ପେଗାସସ୍‌ ପାଇଁ ଚାଲି ପାରୁନି ସଂସଦ, ବିରୋଧୀଙ୍କୁ ବୁଝାଇବାକୁ ସରକାରଙ୍କ ଉଦ୍ୟମ

ନୂଆଦିଲ୍ଲୀ: ପେଗାସସ୍‌ ଗୁଇନ୍ଦାଗିରି ଘଟଣାକୁ ନେଇ ସପ୍ତାହେ ହେଲାଣି ସଂସଦର ମୌସୁମୀ ଅଧିବେଶନ ଚାଲି ପାରୁନି। ସରକାର ମୌସୁମୀ ଅଧିବେଶନରେ ପ୍ରାୟ ୧୭ଟି ବିଲ୍‌ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ବିରୋଧୀଙ୍କ ନାରାବାଜୀ ଯୋଗୁ ଉଭୟ ଲୋକସଭା ଓ ରାଜ୍ୟସଭାର ବାରମ୍ବାର ମୁଲତବୀ ହେବାରେ ଲାଗିଛି। ଏହାର ସମାଧାନ କରିବାକୁ ଏବେ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ବିରୋଧୀଙ୍କୁ ବୁଝାଇବାକୁ ସରକାର କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କଂଗ୍ରେସ […]

RS

RS

Hemant Lenka
  • Published: Monday, 26 July 2021
  • Updated: 26 July 2021, 05:42 PM IST

Sports

Latest News

ନୂଆଦିଲ୍ଲୀ: ପେଗାସସ୍‌ ଗୁଇନ୍ଦାଗିରି ଘଟଣାକୁ ନେଇ ସପ୍ତାହେ ହେଲାଣି ସଂସଦର ମୌସୁମୀ ଅଧିବେଶନ ଚାଲି ପାରୁନି। ସରକାର ମୌସୁମୀ ଅଧିବେଶନରେ ପ୍ରାୟ ୧୭ଟି ବିଲ୍‌ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ବିରୋଧୀଙ୍କ ନାରାବାଜୀ ଯୋଗୁ ଉଭୟ ଲୋକସଭା ଓ ରାଜ୍ୟସଭାର ବାରମ୍ବାର ମୁଲତବୀ ହେବାରେ ଲାଗିଛି।

ଏହାର ସମାଧାନ କରିବାକୁ ଏବେ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ବିରୋଧୀଙ୍କୁ ବୁଝାଇବାକୁ ସରକାର କଥାବାର୍ତ୍ତା ଆରମ୍ଭ କରିଛନ୍ତି। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କଂଗ୍ରେସ ସାଂସଦ ମନୀଷ ତିୱାରୀ ଓ ଏନସିପିର ସୁପ୍ରିୟା ସୁଲେଙ୍କୁ ଭେଟି ଆଲୋଚନା କରିଛନ୍ତି। ଗୃହକୁ ଚଳାଇବାରେ ସେମାନେ ସହଯୋଗ କରନ୍ତୁ ବୋଲି ମଧ୍ୟ ସେ ଉଭୟ ନେତାଙ୍କୁ କହିଛନ୍ତି। କିନ୍ତୁ ସେମାନେ କ’ଣ ଉତ୍ତର ଦେଇଛନ୍ତି ସେକଥା ଜଣାପଡ଼ିନି।

ସେହିପରି ଗୃହକୁ କେମିତି କାର୍ଯ୍ୟକ୍ଷମ କରାଯିବ, ସେ ବିଷୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଜୁଲାଇ ୧୮ରେ ପେଗାସସ୍‌ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ସଂସଦ କାର୍ଯ୍ୟ ୧୯ରୁ ଆରମ୍ଭ ହୋଇଥିଲା।

ହେଲେ ପ୍ରଥମ ଦିନରୁ ହିଁ ଏହି ପେଗାସସ୍‌ ଝଡ଼ ଗୃହକୁ ଅଚଳ କରି ରଖିଛି। ବିରୋଧୀ ପୂରା ଘଟଣାର ତଦନ୍ତ ଦାବି କରୁଥିବା ବେଳେ ସରକାର ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଏଥିପାଇଁ ଗୃହରେ ହଙ୍ଗାମା ଜାରି ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ପେଗାସସକୁ ତିଆରି କରିଥିବା ଇସ୍ରାଏଲ କମ୍ପାନୀ ଏନଏସଓ କେବଳ ଏହି ସ୍ପାଇୱେୟାରକୁ ସରକାରଙ୍କୁ ଦେଉଥିବା କହିଥିବାରୁ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି।

କଂଗ୍ରେସ ଘଟଣାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି। ସେହିପରି ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ କହିଛି। ସବୁଦିନ ଭଳି ଆଜି ରାଜ୍ୟସଭାରେ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପେଗାସସ୍ ଗୁଇନ୍ଦାଗିରି କଥା ଉଠାଇଥିଲେ।

ଫଳରେ ଗୃହକୁ ବାରମ୍ବାର ମୁଲତବୀ କରାଯାଇଥିଲା। ଲୋକସଭା ଆଜି ପ୍ରାୟ ୩୦ ମିନିଟ ଧରି ଚାଲିଥିଲା। ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗ ମଧ୍ୟ ସଦସ୍ୟମାନେ ଉଠାଇଥିଲେ। ଏହି ସମୟରେ ମଧ୍ୟ ବିରୋଧୀ ହୋହାଲ୍ଲା କରିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରିଥିଲେ।

ଏଭଳି ସ୍ଥିତି ଲାଗି ରହିଥିବାରୁ ସରକାର ବିରୋଧୀଙ୍କୁ ବୁଝାଶୁଝା କରି ଗୃହ କାର୍ଯ୍ୟ ଆରମ୍ଭ କରିବାକୁ ଉଦ୍ୟମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story