ଆରମ୍ଭ ହେଲା କରୋନା ମୁକ୍ତ ଗାଁ ପ୍ରତିଯୋଗିତା, ଜିତଲେ ମିଳିବ ୫୦ ଲକ୍ଷ ଟଙ୍କା

ମୁମ୍ବାଇ: କରୋନାର ମୂଳପୋଛ କରିବା ସହ ଗ୍ରାମାଞ୍ଚଳର ପ୍ରଶାସନକୁ ଉତ୍ସାହିତ କରିବା ପାଇଁ ମହାରାଷ୍ଟ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗ୍ରାମାଞ୍ଚଳରେ କରୋନାକୁ ମାତ ଦେବା ପାଇଁ ମହାରାଷ୍ଟ୍ର ସରକାର ଗୋଟିଏ ଅଭିନବ ପ୍ରତିଯୋଗିତା ଆରମ୍ଭ କରିଛନ୍ତି। ଏହି ପ୍ରତିଯୋଗିତାର ନାଁ ‘କରୋନା ମୁକ୍ତ ଗାଁ’ ରଖାଯାଇଛି। ଏହି ପ୍ରତିଯୋଗିତାରେ ବିଜୟୀ ହେଲେ ସଂପୃକ୍ତ ଗାଁକୁ ପୁରସ୍କାର ବାବଦରେ ୫୦ ଲକ୍ଷ ଟଙ୍କା ମିଳିବ। ଗ୍ରାମୀଣ ବିକାଶ ମନ୍ତ୍ରୀ ହାସନ ମୁର୍ଶିଫ କହିଛନ୍ତି, ଏହି ପ୍ରତିଯୋଗିତା ‘ମୋ […]

Corona12

Corona12

Hemant Lenka
  • Published: Wednesday, 02 June 2021
  • Updated: 02 June 2021, 08:05 PM IST

Sports

Latest News

ମୁମ୍ବାଇ: କରୋନାର ମୂଳପୋଛ କରିବା ସହ ଗ୍ରାମାଞ୍ଚଳର ପ୍ରଶାସନକୁ ଉତ୍ସାହିତ କରିବା ପାଇଁ ମହାରାଷ୍ଟ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗ୍ରାମାଞ୍ଚଳରେ କରୋନାକୁ ମାତ ଦେବା ପାଇଁ ମହାରାଷ୍ଟ୍ର ସରକାର ଗୋଟିଏ ଅଭିନବ ପ୍ରତିଯୋଗିତା ଆରମ୍ଭ କରିଛନ୍ତି। ଏହି ପ୍ରତିଯୋଗିତାର ନାଁ ‘କରୋନା ମୁକ୍ତ ଗାଁ’ ରଖାଯାଇଛି। ଏହି ପ୍ରତିଯୋଗିତାରେ ବିଜୟୀ ହେଲେ ସଂପୃକ୍ତ ଗାଁକୁ ପୁରସ୍କାର ବାବଦରେ ୫୦ ଲକ୍ଷ ଟଙ୍କା ମିଳିବ।

ଗ୍ରାମୀଣ ବିକାଶ ମନ୍ତ୍ରୀ ହାସନ ମୁର୍ଶିଫ କହିଛନ୍ତି, ଏହି ପ୍ରତିଯୋଗିତା ‘ମୋ ଗାଁ କରୋନା ମୁକ୍ତ’ର ଏକ ଅଂଶବିଶେଷ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିକଟରେ ଘୋଷଣା କରିଥିଲେ। ଏହାର ଲକ୍ଷ୍ୟ ହେଲା, ସବୁ ତାଲୁକା, ଜିଲ୍ଲା ଓ ସର୍ବୋପରି ରାଜ୍ୟକୁ ଯଥାଶୀଘ୍ର କରୋନା ମୁକ୍ତ କରିବା।

କରୋନା ମୁକ୍ତ ଗାଁ ପ୍ରତିଯୋଗିତାରେ ସାମିଲ ହେବାକୁ ଥିବା ଗାଁଗୁଡ଼ିକୁ ୨୨ଟି ବିଭାଗରେ ମୂଲ୍ୟାଙ୍କନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ରାଜ୍ୟର ୬ଟି ରାଜସ୍ୱ ଡିଭିଜନରେ ଥିବା ୩ଟି ଗ୍ରାମ ପଞ୍ଚାୟତକୁ ପୁରସ୍କାର ରାଶି ବାବଦରେ ଅର୍ଥ ପ୍ରଦାନ କରାଯିବ।

ପ୍ରଥମ ପୁରସ୍କାର ବାବଦରେ ୫୦ ଲକ୍ଷ, ଦ୍ୱିତୀୟ ସ୍ଥାନରେ ରହୁଥିବା ଗାଁକୁ ୨୫ ଲକ୍ଷ ଓ ତୃତୀୟ ଗାଁକୁ ୧୫ ଲକ୍ଷ ଟଙ୍କା ମିଳିବ। ମୋଟ ଉପରେ ୧୮ଟି କ୍ଷେତ୍ରରେ ପୁରସ୍କାର ଦିଆଯିବ ଓ ଏହାର ମୂଲ୍ୟ ୫.୪ କୋଟି। ବିଜୟୀ ଗାଁକୁ ଉତ୍ସାହିତ କରିବା ପାଇଁ ଅତିରକ୍ତ ଅର୍ଥ ପ୍ରଦାନ କରାଯିବ। ଏହି ଅର୍ଥରେ ଗାଁରେ ବିକାଶମୂଳକ କାର୍ଯ୍ୟ ସବୁ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ମହାରାଷ୍ଟ୍ରରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି। ୨୪ ଘଣ୍ଟାରେ ୧୪,୧୨୩ ଜଣଙ୍କ କରୋନା ଟେଷ୍ଟ ପଜିଟିଭ ଆସିଥିବା ବେଳେ ୪୭୭ ଜଣଙ୍କ ମୃତ୍ୟୁ ଘଟିଛି। ଏଯାଏ ରାଜ୍ୟରେ ମୋଟ ୯୧,୧୯୮ ଜଣ କାରୋନା ଯୋଗୁ ପ୍ରାଣ ହରାଇ ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos