ନଭେମ୍ବର ୩୦ ଯାଏ କରୋନା କଟକଣା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦେଶରେ ବର୍ତ୍ତମାନ ଜାରି ରହିଥିବା କଟକଣା ବା କଣ୍ଟେନମେଣ୍ଟ ବ୍ୟବସ୍ଥାକୁ କେନ୍ଦ୍ର ସରକାର ନଭେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ କିଛି ରାଜ୍ୟ ଓ କିଛି ଅଞ୍ଚଳରେ ସଂକ୍ରମଣ ଅବ୍ୟାହତ ରହିଛି। ତେଣୁ ଏହା ବିସ୍ଫୋରକ ରୂପ ନେବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି। ଏଥିସହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖି ନଭେମ୍ବର […]

Corona

Corona

Hemant Lenka
  • Published: Thursday, 28 October 2021
  • Updated: 28 October 2021, 05:36 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦେଶରେ ବର୍ତ୍ତମାନ ଜାରି ରହିଥିବା କଟକଣା ବା କଣ୍ଟେନମେଣ୍ଟ ବ୍ୟବସ୍ଥାକୁ କେନ୍ଦ୍ର ସରକାର ନଭେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ କିଛି ରାଜ୍ୟ ଓ କିଛି ଅଞ୍ଚଳରେ ସଂକ୍ରମଣ ଅବ୍ୟାହତ ରହିଛି। ତେଣୁ ଏହା ବିସ୍ଫୋରକ ରୂପ ନେବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି।

ଏଥିସହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖି ନଭେମ୍ବର ୩୦ ଯାଏ କଟକଣା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଗତମାସରେ ମଧ୍ୟ ସେ ଚିଠି ଲେଖି ସତର୍କ ରହିବାକୁ କହିଥିଲେ। ଦେଶରେ ପାର୍ବଣ ଋତୁ ଚାଲିଥିବାରୁ କୋଭିଡର ଉଚିତ ବ୍ୟବହାର ଉଲ୍ଲଙ୍ଘନ ହେବାର ଆଶଙ୍କା ରହିଛି।

ତେଣୁ ଶ୍ରୀ ଭଲ୍ଲା ପାର୍ବଣ ବେଳେ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ସବୁ ରାଜ୍ୟ ସରକାରମାନଙ୍କୁ କହିଥିଲେ। ଭଲ୍ଲା କହିଥିଲେ, ବର୍ତ୍ତମାନ ଦେଶରେ ଦୈନିକ ମାମଲା ଓ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି। କିନ୍ତୁ ଆଞ୍ଚଳିକ ସଂକ୍ରମଣ କିଛି ରାଜ୍ୟରେ ଜାରି ରହିଛି। ଏହା ନିଶ୍ଚିତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ନିୟମିତ ଭାବେ ପଜିଟିଭିଟି ରେଟ, ହସ୍ପିଟାଲ, ଆଇସିୟୁ ବେଡ୍‌ ଆଦିକୁ ଯାଞ୍ଚ କରନ୍ତୁ। ଯଦି ଦରାକର ପଡ଼ିବ, ତେବେ ସେମାନେ ମାଇକ୍ରୋ କଣ୍ଟେନମେଣ୍ଟ ଲାଗୁ କରିପାରିବେ। ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡର ଉଚିତ ବ୍ୟବହାର ହିଁ ସଂକ୍ରମଣକୁ ରୋକିବାର ୫ ସୂତ୍ରୀ ମନ୍ତ୍ର। ପାର୍ବଣରେ ଯେମିତି ସଂକ୍ରମଣ ନ ବ୍ୟାପିବ, ସେଥିପାଇଁ ପଦକ୍ଷେପ ଜରୁରୀ ବୋଲି ସେ କହିଥିଲେ।

ନଭେମ୍ବର ୩୦ ଯାଏ କଣ୍ଟେନମେଣ୍ଟ ମେଜରକୁ ବୃଦ୍ଧି କରାଯାଇଥିବାରୁ ଅନ୍ତର୍ଜାତୀୟ ବିମାନ ସେବା ପୂର୍ବଭଳି ବନ୍ଦ ରହିବ। ସେହିପରି ରାଜ୍ୟ ସରକାରମାନେ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ମଧ୍ୟ ଲାଗୁ କରିପାରିବେ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୬,୧୫୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୪୨,୩୧,୮୦୯କୁ ବୃଦ୍ଧି ପାଇଛି। ତେବେ ସକ୍ରିୟ ମାମଲା ୧,୬୦,୯୮୯କୁ ହ୍ରାସ ପାଇଛି। ଏହା ୨୪୩ ଦିନ ମଧ୍ୟରେ ସବୁଠାରୁ କମ। ଏଯାଏ କରୋନା ୪,୫୬,୩୮୬ ଜଣଙ୍କ ଜୀବନ ନେଇଛି। ୨୪ ଘଣ୍ଟାରେ ୭୩୩ ଜଣଙ୍କୁ ମୃତ୍ୟୁ ଘଟିଛି। କେବଳ କେରଳରେ କରୋନା ଗୋଟିଏ ଦିନରେ ୬୨୨ ଜଣଙ୍କ ଜୀବନ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos