ଟ୍ୱିଟର ଉପରେ କେନ୍ଦ୍ର ସରକାର ଖପ୍ପା, ଭାରତର ନିୟମ ପାଳନ କରିବାକୁ ସଂସ୍ଥା ବାଧ୍ୟ

ନୂଆଦିଲ୍ଲୀ: ନୂଆ ଡିଜିଟାଲ ଆଇନକୁ କେନ୍ଦ୍ର ସରକାର ଓ ସୋଶାଲ ମିଡିଆ ସଂସ୍ଥା ଟ୍ୱିଟର ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ନୂଆ ଆଇନ ପାଳନ କରିବାକୁ ଟ୍ୱିଟର ୩ ମାସ ସମୟ ମାଗିଛି। ଏଥିସହ ନୂଆ ଡିଜିଟାଲ ଆଇନ ବ୍ୟକ୍ତିଙ୍କ ଗୋପନୀୟତା ଉପରେ ବିପଦ ବୋଲି କହିଥିଲା। ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସରକାର। ଟ୍ୱିଟରକୁ ଟାର୍ଗେଟ କରି କେନ୍ଦ୍ର ସରକାର କହିଛନ୍ତି, ଟ୍ୱିଟର ଏଆଡ଼ୁ ସିଆଡୁ କଥାବାର୍ତ୍ତା ବନ୍ଦ କରୁ। ଏଥିସହ ଭାରତରେ […]

Twitter

Twitter

Hemant Lenka
  • Published: Thursday, 27 May 2021
  • Updated: 27 May 2021, 09:14 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ଡିଜିଟାଲ ଆଇନକୁ କେନ୍ଦ୍ର ସରକାର ଓ ସୋଶାଲ ମିଡିଆ ସଂସ୍ଥା ଟ୍ୱିଟର ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ନୂଆ ଆଇନ ପାଳନ କରିବାକୁ ଟ୍ୱିଟର ୩ ମାସ ସମୟ ମାଗିଛି। ଏଥିସହ ନୂଆ ଡିଜିଟାଲ ଆଇନ ବ୍ୟକ୍ତିଙ୍କ ଗୋପନୀୟତା ଉପରେ ବିପଦ ବୋଲି କହିଥିଲା।

ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସରକାର। ଟ୍ୱିଟରକୁ ଟାର୍ଗେଟ କରି କେନ୍ଦ୍ର ସରକାର କହିଛନ୍ତି, ଟ୍ୱିଟର ଏଆଡ଼ୁ ସିଆଡୁ କଥାବାର୍ତ୍ତା ବନ୍ଦ କରୁ। ଏଥିସହ ଭାରତରେ ପ୍ରଚଳିତ ଆଇନକୁ ଅନୁପାଳନ କରିବାକୁ ଟ୍ୱିଟର ବାଧ୍ୟ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଆଜି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବାକ ସ୍ୱାଧୀନତା ଓ ଗଣତନ୍ତ୍ର ମୂଲ୍ୟବୋଧ ଦୀର୍ଘ ଶତାବ୍ଦୀ ଧରି ଭାରତୀୟ ପରମ୍ପରା ସହ ଜଡ଼ିତ। ଭାରତରେ ବାକ୍‌ ସ୍ୱାଧୀନତାର ସୁରକ୍ଷା କରିବା ଲାଭ ପାଇଁ ବ୍ୟବସାୟ କରୁଥିବା ଟ୍ୱିଟର ଭଳି ବିଦେଶୀ କମ୍ପାନୀର ଦାୟିତ୍ୱ ନୁହେଁ। ବାକ ସ୍ୱାଧୀନତା ରକ୍ଷା କରିବାକୁ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ସବୁବେଳେ ପ୍ରତିଶ୍ରୁତିବଦ୍ଧ।

ଆଇଟି ମନ୍ତ୍ରଣାଳୟ କହିଛି ଯେ ଟ୍ୱିଟରର ବୟାନ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ମାନକୁ କ୍ଷତି କରୁଛି। ଟ୍ୱିଟର ନିଜର କାର୍ଯ୍ୟଶୈଳୀ ଦ୍ୱାରା ଜାଣିଶୁଣି ଭାରତର ଆଇନ ପ୍ରଣାଳୀକୁ ପ୍ରଭାବିତ କରିବାକୁ ଚାହୁଁଛି। ଏଥିସହ ଟ୍ୱିଟର ନୂଆ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବାକୁ ମନା କରୁଛି।

ଏହାଦ୍ୱାରା ସଂସ୍ଥା ଭାରତରେ ଅପରାଧିକ କାର୍ଯ୍ୟକଳାପ କରି ନିଜର ସୁରକ୍ଷା କାଏମ ରଖିବାକୁ ଚାହୁଁଛି। ଯଦି ଟ୍ୱିଟର ସୁବୁକିଛି ଠିକ୍ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ, ତା’ହେଲେ କାହିଁକି ନିଜ ତରଫରୁ କୌଣସି ମେକାନିଜିମ ପ୍ରତିଷ୍ଠା କରୁନି? ଭାରତରେ ଥିବା ଟ୍ୱିଟର ପ୍ରତିନିଧିମାନେ କହୁଛନ୍ତି ଯେ ସେମାନଙ୍କର କଣ୍ଟେଣ୍ଟ ଉପରେ କୌଣସି ଅଧିକାର ନାହିଁ। ଏହି ପ୍ରତିନିଧିମାନେ ଓ ଟ୍ୱିଟରର ସେବା ପାଉଥିବା ଲୋକମାନେ ଯେକୌଣସି ସମସ୍ୟା ପାଇଁ ଆମେରିକାରେ ଥିବା ଅଫିସ ସହ ଯୋଗାଯୋଗ କରିବାକୁ ବାଧ୍ୟ ହେଉଛନ୍ତି।

ଆଇଟି ମନ୍ତ୍ରଣାଳୟ ଆହୁରି କହିଛି, ଭାରତୀୟ ବ୍ୟବହାରକାରୀଙ୍କ ପ୍ରତି ଟ୍ୱିଟରର ପ୍ରତିବଦ୍ଧତା ଖାଲି ଉପର ଠାଉରିଆ। ଭାରତରେ ଅଧିକାଂଶ ଲୋକ ଟ୍ୱିଟରର ବ୍ୟବହାର କରୁଛନ୍ତି। ଭାରତରୁ ହିଁ ଟ୍ୱିଟର ନିଜ ମୋଟ ରାଜସ୍ୱରୁ ଅଧା ଅର୍ଥ ପାଉଛି। ଏହା ସତ୍ତ୍ୱେ ଭାରତୀୟ ବ୍ୟବହାରକାରୀଙ୍କ ଅଭିଯୋଗର ସମାଧାନ କରିବାକୁ କୌଣସି ଅଧିକାରୀ, କୌଣସି ଅଭିଯୋଗ ପ୍ରକଷ୍ଠୋ ଓ ନୋଡାଲ ଅଫିସର ନିଯୁକ୍ତ କରିବାକୁ ଆଗ୍ରହ ଦେଖାଉନାହିଁ।

ନିୟମ ସାଧାରଣ ଉପଭୋକ୍ତାଙ୍କୁ ଉପଯୁକ୍ତ ଅଧିକାର ପ୍ରଦାନ କରିଥାଏ। ଏହି ନିୟମ ଦ୍ୱାରା ଜଣେ ସାଧାରଣ ଲୋକ ମାନହାନୀ, ବିକୃତ ଚିତ୍ର, ଯୌନ ଶୋଷଣ ଓ ଅନ୍ୟାନ୍ୟ ଅପମାନଜନକ ବିଷୟବସ୍ତୁ ବିରୋଧରେ ନିଜର ଅଭିଯୋଗ କରିପାରିବ। ଏଥିସହ ଏହାର ସମାଧାନ ମଧ୍ୟ ହୋଇପାରିବ। ସୋଶାଲ ମିଡିଆ ପ୍ଲାଟଫର୍ମର ବିଶେଷଜ୍ଞଙ୍କ ସହ ବ୍ୟାପକ ବିଚାରବିମର୍ଶ ପରେ ଏହି ନୂଆ ଡିଜିଟାଲ ନିୟମ ଭାରତରେ ଲାଗୁ କରାଯାଇଛି।

ବାକ୍‌ ସ୍ୱାଧୀନତା ଭାରତୀୟଙ୍କ ମୌଳିକ ଅଧିକାର। ଏହା ଭାରତୀୟ ସମ୍ବିଧାନରେ ରହିଛି। ଭାରତ ସରକାର ଲୋକଙ୍କ ପ୍ରଶ୍ନକୁ ସବୁବେଳେ ସମ୍ମାନ କରନ୍ତି। ବିଭିନ୍ନ ଟ୍ୱିଟର ସମେତ ସୋଶାଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ସମାଲୋଚନା କରନ୍ତି। ସରକାର ସବୁବେଳେ ଗୋପନୀୟତା ଅଧିକାରକୁ ସମାନ ଭାବରେ ସମ୍ମାନ କରନ୍ତି।

ତେଣୁ ଟ୍ୱିଟର ବାକ ସ୍ୱାଧୀନତା ଓ ଗୋପାନୀୟତା କ୍ଷୁଣ୍ଣ ହେବା କହିବା ଆଶ୍ଚର୍ଯ୍ୟ ଜନକ। ଟ୍ୱିଟର ଏଆଡୁ ସିଆଡ଼ୁ କଥା ବାତ୍ତା ବନ୍ଦ କରି ଭାରତରେ ପ୍ରଚଳିତ ଆଇନର ଅନୁପାଳନ କରୁ। ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଦୃଷ୍ଟିରେ ରଖି ଆଇନ ପ୍ରସ୍ତୁତ କରାଯାଏ।

ଟ୍ୱିଟର କେବଳ ଗୋଟିଏ ସୋଶାଲ ମିଡିଆ ପ୍ଲାଟଫର୍ମ। ତେଣୁ ଭାରତରେ କ’ଣ ଆଇନ ପ୍ରଣୟନ ହେବ, ସେଥିରେ ସଂସ୍ଥା ହସ୍ତକ୍ଷେପ କରିପାରିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story