ପର୍ଯ୍ୟଟକଙ୍କ ପାଇଁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଚଣ୍ଡିଗଡ଼: ରାଜ୍ୟରେ ପ୍ରବେଶ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ହିମାଚଳ ପ୍ରଦେଶ। ଯେଉଁମାନେ ୭୨ ଘଣ୍ଟା ମଧ୍ୟରେ ନିଜର ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବେ, ସେମାନଙ୍କୁ ହିଁ ରାଜ୍ୟ ମଧ୍ୟରେ ପ୍ରବେଶ କରିବାକୁ ଅନୁମତି ମିଳିବ। ସରକାର କହିଛନ୍ତି, ଯେଉଁମାନେ ଟିକାକରଣ(ଗୋଟିଏ କିମ୍ବା ଦୁଇଟି ଡୋଜ୍‌) ପ୍ରମାଣ ପତ୍ର ଦେଖାଇବେ, ସେମାନଙ୍କୁ ବି ପ୍ରବେଶ ପାଇଁ ଅନୁମତି ମିଳିବ। ଏହି ନିୟମ ସ୍ଥାନୀୟ ଲୋକଙ୍କ ପାଇଁ ଲାଗୁ ହେବନି। ଏଥିସହ ସରକାରଙ୍କ […]

Corona

Corona

Hemant Lenka
  • Published: Wednesday, 04 August 2021
  • Updated: 04 August 2021, 08:30 PM IST

Sports

Latest News

ଚଣ୍ଡିଗଡ଼: ରାଜ୍ୟରେ ପ୍ରବେଶ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଆରଟି-ପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ହିମାଚଳ ପ୍ରଦେଶ। ଯେଉଁମାନେ ୭୨ ଘଣ୍ଟା ମଧ୍ୟରେ ନିଜର ଆରଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇବେ, ସେମାନଙ୍କୁ ହିଁ ରାଜ୍ୟ ମଧ୍ୟରେ ପ୍ରବେଶ କରିବାକୁ ଅନୁମତି ମିଳିବ।

ସରକାର କହିଛନ୍ତି, ଯେଉଁମାନେ ଟିକାକରଣ(ଗୋଟିଏ କିମ୍ବା ଦୁଇଟି ଡୋଜ୍‌) ପ୍ରମାଣ ପତ୍ର ଦେଖାଇବେ, ସେମାନଙ୍କୁ ବି ପ୍ରବେଶ ପାଇଁ ଅନୁମତି ମିଳିବ। ଏହି ନିୟମ ସ୍ଥାନୀୟ ଲୋକଙ୍କ ପାଇଁ ଲାଗୁ ହେବନି। ଏଥିସହ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକଙ୍କୁ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

ବିଭିନ୍ନ ସ୍ଥାନରେ କଟକଣା କୋହଳ ହେଉଥିବାରୁ ପର୍ଯ୍ୟଟକମାନେ ହିମାଚଳ ପ୍ରଦେଶ ଯିବାରେ ଲାଗିଛନ୍ତି। ସେଠାରେ ପ୍ରବଳ ଭିଡ଼ ଜମୁଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ତଳେ ହିମାଚଳରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଖୋଲିବାରୁ ପ୍ରବଳ ଭିଡ଼ ଜମିଥିଲା।

ଜାତୀୟ ରାଜପଥ ଠାରୁ ଆରମ୍ଭ କରି ପାର୍କିଂ ଯାଏ ସବୁ ଆଡ଼େ ଲୋକମାନେ ନିୟମ ଭାଙ୍ଗି ଏକାଠି ହୋଇଥିଲେ। କେହି ମାସ୍କ ପିନ୍ଧୁ ନଥିଲେ କିମ୍ବା ସାମାଜିକ ଦୂରତା ରକ୍ଷା କରୁ ନଥିଲେ। ଶିମଲା, ମନାଲୀ ଓ ଧର୍ମଶାଲାରେ ଥିବା ହୋଟେଲରେ ପ୍ରବଳ ଭିଡ଼ ଜମିବାରୁ ଲୋକଙ୍କୁ ରହିବା ପାଇଁ ହୋଟେଲ ସୁବିଧା ମିଳି ନଥିଲା। ଏହି କାରଣରୁ କିଛି ଲୋକ ଗାଡ଼ି ଭିତରେ ରାତି କଟାଇବାକୁ ବାଧ୍ୟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos