ଆଫସ୍ପା ହଟିବନି, କିନ୍ତୁ ସଙ୍କୁଚିତ ହେବ ଅଞ୍ଚଳ
ନୂଆଦିଲ୍ଲୀ: ନାଗାଲାଣ୍ଡ, ଆସାମ ଓ ମଣିପୁରର ଅନେକ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳ ଦୀଘବର୍ଷ ହେଲାଣି ଆଫସ୍ପା ବା ଆର୍ମ ଫୋର୍ସ ସ୍ପେଶାଲ ପାୱାର୍ସ ଆକ୍ଟ ଅଧୀନରେ ରହିଛି। ଏଠାରୁ ଆଫସ୍ପା ପ୍ରତ୍ୟାହାର ପାଇଁ ଦାବି ହେଉଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିରେ ରାଜି ହେଉନାହାନ୍ତି। ଏବେ କିନ୍ତୁ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ୩ ରାଜ୍ୟରୁ ଆଫସ୍ପା ସଂପୂର୍ଣ୍ଣ ହଟିବ ନାହିଁ। ହେଲେ ଆଫସ୍ପା ଅଧୀନରେ ଥିବା ଅଞ୍ଚଳଗୁଡ଼ିକର ପରିସୀମା ସଙ୍କୁଚିତ ହେବ। ଏହାର ଅର୍ଥ କିଛି ଅଞ୍ଚଳ ଆଫସ୍ପାରୁ ବାଦ ପଡ଼ିବ।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏ ସମ୍ପର୍କରେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତ ସରକାର ଆଫସ୍ପା ଅଧୀନରେ ଥିବା ନାଗାଲାଣ୍ଡ, ମଣିପୁର ଓ ଆସାମର ଉତ୍ତେଜନାପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ସଙ୍କୁଚିତ କରିବାକୁ ନିଷ୍ପତ୍ତି ନେଇଛନ୍ତି।”
ଶ୍ରୀ ଶାହ କହିଛନ୍ତି, ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆସିଥିବାରୁ ଭାରତ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଶାନ୍ତିପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପ୍ରକାରର ଚୁକ୍ତି କରିଛନ୍ତି। ଫଳସ୍ୱରୂପ ଆଜି କିଛି ଅଞ୍ଚଳ ଆଫସ୍ପା ଅଧୀନରୁ ମୁକ୍ତି ପାଇଛି। ଆଉ ଏକ ଟ୍ୱିଟରେ ଶ୍ରୀ ଶାହ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଏହାର ସବୁ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି।
In a significant step, GoI under the decisive leadership of PM Shri @NarendraModi Ji has decided to reduce disturbed areas under Armed Forces Special Powers Act (AFSPA) in the states of Nagaland, Assam and Manipur after decades.
— Amit Shah (@AmitShah) March 31, 2022
ଆଫସ୍ପା ଅଧୀନରେ ଥିବା ଅଞ୍ଚଳଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର କ୍ଷମତା ମିଳିଥାଏ। ଏଠାରେ ସୁରକ୍ଷାକର୍ମୀମାନେ ନିଜ ଇଚ୍ଛା ଅନୁସାରେ ସର୍ଚ୍ଚ ଅପରେସନ କରିପାରିବେ ଓ ବିନା ୱାରେଣ୍ଟରେ ଗିରଫଦାରୀ ମଧ୍ୟ କରିପାରିବେ। ଅନେକ ସମୟରେ ସୁରକ୍ଷାକର୍ମୀମାନେ ଏହି ଆଇନ ବଳରେ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ଆସିବାରୁ ବିଭିନ୍ନ ସଂଗଠନ ଆଫସ୍ପାକୁ ପ୍ରତ୍ୟାହାର ପାଇଁ ଦାବି କରି ଆସୁଛନ୍ତି।
Thanks to PM @NarendraModi Ji’s unwavering commitment, our North-Eastern region, which was neglected for decades is now witnessing a new era of peace, prosperity and unprecedented development.
I congratulate the people of North East on this momentous occassion.
— Amit Shah (@AmitShah) March 31, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।