କଡ଼ା ହେଲା କଟକଣା: ସକାଳ ୭ରୁ ଦିନ ୧୧ ଯାଏ ଖୋଲିବ ଗ୍ରୋସରୀ ଓ ପରିବା ଦୋକାନ

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କଟକଣାକୁ ଆହୁରି ସଶକ୍ତ କରିଛନ୍ତି ମହାରାଷ୍ଟ୍ର ସରକାର। ଏବେ ରାଜ୍ୟରେ କର୍ଫ୍ୟୁ ଲାଗିଥିଲେ ହେଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଗ୍ରୋସରୀ, ପନିପରିବା ଓ ଦୁଗ୍ଧ ଜାତୀୟ ଦ୍ରବ୍ୟର ଦୋକାନ ଖୋଲା ରହିଛି। ତେବେ ଏହିସବୁ ଦୋକାନର ଖୋଲିବା ସମୟରେ ଆଜି ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଏଣିକି ଗ୍ରୋସରୀ, ପନିପରିବା ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ବିକ୍ରି ହେଉଥିବା ଦୋକାନ ଗୁଡ଼ିକ ସକାଳ ୭ଟାରୁ ଦିନ ୧୧ଟା […]

Grocery

Grocery

Hemant Lenka
  • Published: Tuesday, 20 April 2021
  • Updated: 20 April 2021, 03:49 PM IST

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କଟକଣାକୁ ଆହୁରି ସଶକ୍ତ କରିଛନ୍ତି ମହାରାଷ୍ଟ୍ର ସରକାର। ଏବେ ରାଜ୍ୟରେ କର୍ଫ୍ୟୁ ଲାଗିଥିଲେ ହେଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଗ୍ରୋସରୀ, ପନିପରିବା ଓ ଦୁଗ୍ଧ ଜାତୀୟ ଦ୍ରବ୍ୟର ଦୋକାନ ଖୋଲା ରହିଛି।

ତେବେ ଏହିସବୁ ଦୋକାନର ଖୋଲିବା ସମୟରେ ଆଜି ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଏଣିକି ଗ୍ରୋସରୀ, ପନିପରିବା ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ବିକ୍ରି ହେଉଥିବା ଦୋକାନ ଗୁଡ଼ିକ ସକାଳ ୭ଟାରୁ ଦିନ ୧୧ଟା ଯାଏ ଖୋଲିପାରିବ। ଏହାପରେ କୌଣସି ବି ଦୋକାନ ଆଉ ଖୋଲିବ ନାହିଁ। ସେହିପରି ରାତି ୮ଟା ପରେ ହୋମ ଡେଲିଭରୀ ମଧ୍ୟ ଉପଲବ୍ଧ ହେବନାହିଁ ବୋଲି ସରକାର କହିଛନ୍ତି।

ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଏଣିକି ସମସ୍ତ ଗ୍ରୋସରୀ, ପନିପରିବା, ଦୁଗ୍ଧ, ବେକରୀ, ଫଳ ବିକ୍ରି ହେଉଥିବା ଦୋକାନ ୪ ଘଣ୍ଟା ଯାଏ ବ୍ୟବସାୟ କରିପାରିବେ। ଏଗୁଡ଼ିକ ସକାଳ ୭ଟାରୁ ୧୧ଟା ଯାଏ ଖୋଲିବ। ଚିକେନ୍‌, ମଟନ, ଅଣ୍ଡା, ମାଛ ବିକ୍ରି କରୁଥିବା ଦୋକାନ ଗୁଡ଼ିକ ପାଇଁ ମଧ୍ୟ ଏହା ଲାଗୁ ହେବ।

ପୂର୍ବରୁ ଏଗୁଡ଼ିକ ରାତି ୮ଟା ଯାଏ ଖୋଲା ରହୁଥିଲା। କିନ୍ତୁ ଏବେ ଏହାକୁ ୪ ଘଣ୍ଟାକୁ ହ୍ରାସ କରିଦିଆଯାଇଛି। ସ୍ଥାନୀୟ ପ୍ରଶାସନର ଅନୁମତିକ୍ରମେ ସକାଳ ୭ଟାରୁ ରାତି ୮ଟା ଯାଏ ହୋମ ଡେଲିଭରୀ କରାଯାଇ ପାରିବ।

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ୁଛି। ଦୈନିକ ସଂକ୍ରମଣ ୬୦ ହଜାର ଉପରେ ରହୁଥିବାରୁ ସରକାର ଏପ୍ରିଲ ୧୪ରୁ ୧୫ ଦିନିଆ କର୍ଫ୍ୟୁ ଲାଗୁ କରିଛନ୍ତି। ହେଲେ ଜରୁରୀ ସାମଗ୍ରୀ ଆଣିବା ନାଁରେ ଲୋକମାନେ ମାର୍କେଟରେ ପ୍ରବଳ ଭିଡ଼ କରୁଥିବାରୁ ସରକାର ବାଧ୍ୟ ହୋଇ ଏଭଳି କଟକଣା ଲାଗୁ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story