ବେଙ୍ଗାଲୁରୁ: ସାମ୍ନାକୁ ଆସିଛି ଛାତି ଥରାଇ ଦେବା ଭଳି ଭଡିଓ। ବିଚ୍ ରାସ୍ତରରେ ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କ ମୁଣ୍ଡକୁ ବାରମ୍ବାର ପଥରରେ ଛେଚି ହତ୍ୟା କରାଯିବା ବେଳର ଭୟଙ୍କର ଦୃଶ୍ୟ ଏହି ଭିଡିଓରେ ରହିଛି। ୩ ଜଣ ମହିଳା ଓ ୩ ଜଣ ପୁରୁଷ ମିଳିତ ଭାବେ ଏପରି କାଣ୍ଡ ଘଟାଇଛନ୍ତି। କର୍ଣ୍ଣାଟକାର ବେଙ୍ଗାଲୁରୁରେ ଏହି ୬ ଜଣିଆ ପୁରୁଷ ଓ ମହିଳା ଗ୍ରୁପ ୩୦ ବର୍ଷୀୟ ବାଲାପ୍ପାଙ୍କୁ ରାସ୍ତାରେ ଘୋଷାଡିବା ସହ ଅତ୍ୟନ୍ତ ହିଂସ୍ର ଭାବେ ଏକାଧିକ ଥର ପଥର ଛେଚି ହତ୍ୟା କରିଛନ୍ତି।
ସାମ୍ନାକୁ ଆସିଥିବା ଭିଡିଓଟି ଡିସେମ୍ବର ୪ ତାରିଖର। ଘଟଣାଟି ପ୍ରାୟ ମଧ୍ୟରାତ୍ରରେ ଘଟିଛି। ବାଲାପ୍ପା କେପି ଅଗ୍ରହାରା ଅଞ୍ଚଳରେ ବସିଥିବା ବେଳେ ତାଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କୁ ରାସ୍ତା ଉପରକୁ ଘୋଷାଡ଼ି ଆଣି ତଳେ ପକାଇ ମାଡ଼ ମାରିଥିଲେ। ଏଥିସହ ଉଭୟ ପୁରୁଷ ଓ ମହିଳାମାନେ ସେ ତଳେ ପଡ଼ିଥିବା ବେଳେ ତାଙ୍କ ମୁଣ୍ଡକୁ ଗୋଟିଏ ପଥରରେ ବାରମ୍ବାର ଆକ୍ରମଣ କରିଥିଲେ। ୧୦ରୁ ଅଧିକ ଥର ପଥର ଛେଚିବା ଯୋଗୁ ବାଲାପ୍ପାଙ୍କର ମୃତ୍ୟୁ ଘଟିଥିଲା।
A group hacked a man to death in #Bengaluru's Agrahara area pic.twitter.com/woMdGMj4Xa
— sanjana (she/her) (@sanjanausd08) December 6, 2022
ତେବେ ପୁଲିସ୍ ଏଯାଏ ୬ ଆକ୍ରମଣକାରୀଙ୍କ ମଧ୍ୟରୁ କାହାକୁ ବି ଚିହ୍ନଟ କରିପାରି ନାହିଁ। ବେଙ୍ଗାଲୁରୁ ପୁଲିସ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରିଛି। ପଶ୍ଚିମ ବେଙ୍ଗାଲୁରୁର ଡିଏସ୍ପି କହିଛନ୍ତି, ହେମନ୍ତ ମେଡିକାଲ୍ସର ସାମ୍ନାରେ ଥିବା ୫ମ କ୍ରସ କେପି ଅଗ୍ରାହାରା ଠାରେ ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ରାତି ୧୨.୩୦ରେ ହତ୍ୟା କରାଯାଇଛି।
ସିସିଟିଭିରୁ ଘଟଣାରେ ୩ ଜଣ ପୁରୁଷ ଓ ୩ ଜଣ ମହିଳା ସାମିଲ ଥିବା ସ୍ପଷ୍ଟ ହୋଇଛି। ସେମାନଙ୍କୁ ଧରିବା ଓ ଘଟଣା ପଛର କାରଣ ଜାଣିବା ପାଇଁ ଉଦ୍ୟମ ଚାଲିଥିବା ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।