ପାଇଖାନାରୁ ଛୋଟ ଅଫିସ, କିନ୍ତୁ ବାହାରିଲା କୋଟିକୋଟି ଟଙ୍କା

ମୁମ୍ବାଇ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି। ବାର୍ଷିକ ୧୭୬୪ କୋଟି ଟଙ୍କାର ବ୍ୟବସାୟ କରୁଥିବା ଗୋଟିଏ କମ୍ପାନୀର ଅଫିସ ଆକାର ଘରର ପାଇଖାନା ଠାରୁ ମଧ୍ୟ ଛୋଟ। ଏହି ୩୫ ବର୍ଗ ଫୁଟ ଘର ଭିତରୁ ମହାରାଷ୍ଟ୍ର ଜିଏସ୍‌ଟି ବିଭାଗ ନଗଦ ୧୦ କୋଟି ଟଙ୍କା ଓ ରୁପା ଇଟା ଜବତ କରିଛି। କମ୍ପାନୀର କାର୍ଯ୍ୟକଳାପରେ ସନ୍ଦେହ କରି ଏପ୍ରିଲ ୧୬ରୁ ବିଭାଗ ପକ୍ଷରୁ ଚାମୁଣ୍ଡା ବୁଲିୟନ ନାମକ ଗୋଟିଏ କମ୍ପାନୀର ଦକ୍ଷିଣ […]

Money

Money

Hemant Lenka
  • Published: Saturday, 23 April 2022
  • Updated: 23 April 2022, 01:19 PM IST

Sports

Latest News

ମୁମ୍ବାଇ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି। ବାର୍ଷିକ ୧୭୬୪ କୋଟି ଟଙ୍କାର ବ୍ୟବସାୟ କରୁଥିବା ଗୋଟିଏ କମ୍ପାନୀର ଅଫିସ ଆକାର ଘରର ପାଇଖାନା ଠାରୁ ମଧ୍ୟ ଛୋଟ। ଏହି ୩୫ ବର୍ଗ ଫୁଟ ଘର ଭିତରୁ ମହାରାଷ୍ଟ୍ର ଜିଏସ୍‌ଟି ବିଭାଗ ନଗଦ ୧୦ କୋଟି ଟଙ୍କା ଓ ରୁପା ଇଟା ଜବତ କରିଛି। କମ୍ପାନୀର କାର୍ଯ୍ୟକଳାପରେ ସନ୍ଦେହ କରି ଏପ୍ରିଲ ୧୬ରୁ ବିଭାଗ ପକ୍ଷରୁ ଚାମୁଣ୍ଡା ବୁଲିୟନ ନାମକ ଗୋଟିଏ କମ୍ପାନୀର ଦକ୍ଷିଣ ମୁମ୍ବାଇର ଜାଭେରି ବଜାରରେ ଥିବା ଠିକଣା ସମେତ ଏକାଧିକ ସ୍ଥାନରେ ରେଡ୍‌ କରାଯାଇଥିଲା। ରାଜ୍ୟ ଜିଏସ୍‌ଟି ବିଭାଗରେ ପଞ୍ଜୀକୃତ ହୋଇ ନଥିବା କମ୍ପାନୀର ଅଧିକାଂଶ ସ୍ଥାନରେ ହିଁ ରେଡ୍‌ କରାଯାଇଛି।

ଏହା ମଧ୍ୟରେ ପାଇଖାନାଠାରୁ ଛୋଟ ଅଫିସ ମଧ୍ୟ ରହିଥିଲା। ଏପ୍ରିଲ ୨୦ରେ କମ୍ପାନୀର ଗୋଟିଏ ଗୁପ୍ତ ଠିକଣାରେ ଅଧିକାରୀମାନେ ପହଞ୍ଚିଥିଲେ। ଏହା ଗୋଟିଏ ଛୋଟିଆ ଘର ହୋଇଥିଲେ ମଧ୍ୟ ସେଠାରୁ ୯.୭୮ କୋଟିର ନଗଦ ଟଙ୍କା ଓ ୧୯ କେଜି ଓଜନର ରୁପା ଇଟା ମିଳିଥିଲା। ଏହି ରୁପା ଇଟାଗୁଡ଼ିକର ବଜାର ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ। ଟଙ୍କା ଓ ରୁପା ଇଟାକୁ ଛୋଟ ଘରର କାନ୍ଥ ଓ ଚଟାଣ ମଧ୍ୟରେ ଲୁଚାଇ ରଖାଯାଇଥିଲା।

ଏତେ ଟଙ୍କା ଦେଖି କମ୍ପାନୀର କାର୍ଯ୍ୟକଳାପ ଉପରେ ଜିଏସଟି ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି। କମ୍ପାନୀର ଆକାଉଣ୍ଟ ଯାଞ୍ଚ କରିବା ପରେ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଯାଞ୍ଚ ବେଳେ ଜଣାପଡ଼ିଛି ଯେ ୨୦୧୯-୨୦ରେ କମ୍ପାନୀର ବାର୍ଷିକ ଆୟ ୨୨.୮୩ ଲକ୍ଷ ଟଙ୍କା ଥିଲା। ୨୦୨୦-୨୧ରେ ହଠାତ୍‌ ଏହା ୬୫୨ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। ତେବେ ୨୦୨୧-୨୨ରେ ଏହା ସିଧା ୧୭୬୪ କୋଟିରେ ପହଞ୍ଚିଥିବାରୁ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ରେଡ୍‌ ବେଳେ ନଗଦ ଟଙ୍କା ମିଳିବାରୁ ଘରର ମାଲିକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯାଇଥିଲା। ହେଲେ ସେମାନେ ଟଙ୍କା ଏଠାକୁ କେମିତି ଆସିଲା, ସେକଥା ଜାଣିନଥିବା କହିଛନ୍ତି। ଏଥିଯୋଗୁ ଜିଏସ୍‌ଟି ଅଧିକାରୀମାନେ ଘରକୁ ସିଲ୍‌ କରିବା ସହ ଆୟକର ବିଭାଗକୁ ଖବର ଦେଇଥିଲେ। ଘର ଭିତରୁ କୋଟି କୋଟି ଟଙ୍କା ମିଳିବା ପରେ ଅଧିକାରୀମାନେ ଏହାର ଗଣତି କରିଥିଲେ। ଏଥିପାଇଁ ୬ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଅନ୍ୟପକ୍ଷରେ ଘରର ମାଲିକ ଆଗୁଆ ଜାମିନ ପାଇଁ ମୁମ୍ବାଇ ସେସନ୍ସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story