ଗୁଜରାଟରେ ୨୭ ବର୍ଷ ହେଲା ଶାସନ କରୁଛି ବିଜେପି, କିନ୍ତୁ ୨୦୦୨ରୁ କମି ଚାଲିଛି ଆସନ ସଂଖ୍ୟା

ନୂଆଦିଲ୍ଲୀ: ଆସନ୍ତା ଗୁଜରାଟ ବିଧାନସଭା ନିର୍ବାଚନରେ କ୍ଷମତାସୀନ ବିଜେପି ପୁଣି ବାଜିମାତ କରିବ ବୋଲି ଅଧିକାଂଶ ସର୍ଭେ ସଂସ୍ଥା ଆକଳନ କରିଛନ୍ତି। ଚଳିତ ନିର୍ବାଚନରେ କୌଣସି ଆଖି ଦୃଶିଆ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ନାହିଁ। ବିଜେପି ଏଠାରେ ଦୀର୍ଘ ୨୭ ବର୍ଷ ହେଲା କ୍ଷମତାରେ ରହି ଆସିଛି। ଆଉ ୫ ବର୍ଷ ପାଇଁ ମଧ୍ୟ ଦଳ ଏଠାରେ କ୍ଷମତା ଦଖଲ କରିବ ବୋଲି ସର୍ଭେ ସଂସ୍ଥା ପୂର୍ବାନୁମାନ କରୁଛନ୍ତି। କିନ୍ତୁ ୨୦୦୨ ପରଠାରୁ ବିଜେପିର ଆସନ […]

modi

modi

Hemant Lenka
  • Published: Monday, 07 November 2022
  • Updated: 07 November 2022, 06:51 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଗୁଜରାଟ ବିଧାନସଭା ନିର୍ବାଚନରେ କ୍ଷମତାସୀନ ବିଜେପି ପୁଣି ବାଜିମାତ କରିବ ବୋଲି ଅଧିକାଂଶ ସର୍ଭେ ସଂସ୍ଥା ଆକଳନ କରିଛନ୍ତି। ଚଳିତ ନିର୍ବାଚନରେ କୌଣସି ଆଖି ଦୃଶିଆ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ନାହିଁ। ବିଜେପି ଏଠାରେ ଦୀର୍ଘ ୨୭ ବର୍ଷ ହେଲା କ୍ଷମତାରେ ରହି ଆସିଛି। ଆଉ ୫ ବର୍ଷ ପାଇଁ ମଧ୍ୟ ଦଳ ଏଠାରେ କ୍ଷମତା ଦଖଲ କରିବ ବୋଲି ସର୍ଭେ ସଂସ୍ଥା ପୂର୍ବାନୁମାନ କରୁଛନ୍ତି। କିନ୍ତୁ ୨୦୦୨ ପରଠାରୁ ବିଜେପିର ଆସନ ସଂଖ୍ୟା ଗୁଜରାଟରେ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି।

୨୦୦୨ ପରଠାରୁ ରାଜ୍ୟରେ ଯେତେଥର ବିଧାନସଭା ନିର୍ବାଚନ ହୋଇଛି ସବୁଥର ବିଜେପିର ଆସନ ସଂଖ୍ୟା କମିଛି ଓ ପ୍ରମୁଖ ବିରୋଧୀ କଂଗ୍ରେସର ସିଟ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ଗତ ୨୦୧୭ ବିଧାନସଭା ନିର୍ବାଚନକୁ ଛାଡ଼ି ୨୦୦୨ ପରଠାରୁ ବିଜେପିର ଭୋଟ ଶେୟାର ମଧ୍ୟ କମୁଛି।

ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସର ଆସନ ସଂଖ୍ୟା ୧୯୯୮ ପରଠାରୁ ଧୀରେଧୀରେ ବଢ଼ୁଛି। ୨୦୦୭କୁ ଛାଡ଼ି ଦେଲେ ୧୯୯୫ ଠାରୁ କଂଗ୍ରେସର ଭୋଟ ଭାଗ ମଧ୍ୟ ଗୁଜରାଟରେ ବୃଦ୍ଧି ପାଉଛି। ୨୦୧୭ରେ ବିଜେପି ୧୮୨ଟି ବିଧାନସଭା ଆସନରୁ ୯୯ଟିରେ ଜିତିଥିଲା। ଏହା ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୯୨ ଠାରୁ ମାତ୍ର ୭ ଅଧିକ। ସେହିପରି ୧୯୯୫ ପରେ ବିଜେପି ପ୍ରଥମଥର ପାଇଁ ଏତେ କମ ଆସନ ଜିତିଥିଲା।

୧୯୯୫ରେ ବିଜେପି ଗୁଜରାଟରେ ପ୍ରଥମଥର ବିଜୟୀ ହେବା ସହ ସରକାର ଗଠନ କରିଥିଲା। ସେବେଠାରୁ ୨୭ ବର୍ଷ ହେଲା ଦଳ ଏଠାରେ ସରକାର ଗଠନ କରି ଚାଲିଛି। କେଶୁଭାଇ ପଟେଲ ଓ ସୁରେଶ ମେହତା ମୁଖ୍ୟମନ୍ତ୍ରୀ ଭାବେ ୧୮ ମାସ ଶାସନ କରିବା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ୧୯୯୬ ସେପ୍ଟେମ୍ବର ମାସରୁ ୩୪ ଦିନ ଗୁଜରାଟବାସୀ ରାଷ୍ଟ୍ରପତି ଶାସନରେ ରହିଥିଲେ।

ଏହାପରେ ବିଜେପି ବିଦ୍ରୋହୀ ଶଙ୍କରସିଂହ ବାଘେଲା ନିଜସ୍ୱ ଦଳ ରାଷ୍ଟ୍ରୀୟ ଜନତା ପାର୍ଟି(ଆରଜେପି) ଗଠନ କରିଥିଲେ। ସେ କଂଗ୍ରେସ ସମର୍ଥନରେ ୧୯୯୬ରୁ ଅକ୍ଟୋବରରୁ ବର୍ଷକ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ। ୧୯୯୭ ଅକ୍ଟୋବରରେ ଆରଜେପିର ଦିଲୀପଭାଇ ପାରିଖ ମୁଖ୍ୟମନ୍ତ୍ରୀ ହୋଇ ୧୯୯୮ ମାର୍ଚ୍ଚ ଯାଏ ଶାସନ ଭାର ସମ୍ଭାଳିଥିଲେ।

୧୯୯୮ ବିଧାନସଭା ନିର୍ବାଚନରେ ବିଜେପି କମବ୍ୟାକ କରିଥିଲା। କେଶୁଭାଇ ପଟେଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ୨୦୦୧ ଅକ୍ଟୋବର ମାସରେ ତାଙ୍କ ସ୍ଥାନରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେବେଠାରୁ ବିଜେପି ମୋଦିଙ୍କ ନେତୃତ୍ୱରେ ୨୦୦୨, ୨୦୦୭ ଓ ୨୦୧୨ରେ କ୍ରମାଗତ ୩ଥର ବିଧାନସଭା ନିର୍ବାଚନ ଜିତିଥିଲା।

୧୯୯୫ ବିଧାନସଭା ନିର୍ବାଚନରେ ବିଜେପି ଯେତେବେଳେ କ୍ଷମତାକୁ ଆସିଥିଲା ଏଠାରେ ଦଳ ୧୮୨ ଆସନରୁ ୧୨୧ରେ ଜିତିଥିଲା। ବିଜେପିର ଭୋଟ ଶେୟାର ୪୨.୫୧% ଥିଲା। କଂଗ୍ରେସ କେବଳ ୪୫ ଆସନ ସହ ୩୨.୮୬% ଭୋଟ ଶେୟାର ପାଇଥିଲା। ୧୯୯୮ ବିଧାନସଭା ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ୧୧୭କୁ ଖସିଥିଲା। କିନ୍ତୁ ଭୋଟ ଶେୟାର ୪୪.୮୧କୁ ବୃଦ୍ଧି ପାଇଥିଲା।

କଂଗ୍ରେସର ଆସନ ୫୩କୁ ବଢ଼ିଥିଲା। ଦଳ ଭୋଟ ଶେୟାର ମଧ୍ୟ ୩୪.୮୫% ରହିଥିଲା। ୨୦୦୨ରେ ବିଜେପି ସବୁଠାରୁ ଅଧିକ ୧୨୭ଟି ଆସନ ଜିତିଥିଲା। ଏହି ରେକର୍ଡ ଏଯାଏ ବିଜେପି ଅତିକ୍ରମ କରିପାରିନି। ଗୋଧ୍ରା ଟ୍ରେନ ପୋଡ଼ି ଓ ଦଙ୍ଗା ପରେ ବି ବିଜେପି ୪୯.୮% ଭୋଟ ଶେୟାର ପାଇଥିଲା।

୨୦୦୨ରେ କଂଗ୍ରେସର ଆସନ ସଂଖ୍ୟା ୫୩ରୁ ଖସି ୫୧ରେ ପହଞ୍ଚି ଯାଇଥିଲା। ଆସନ ସଂଖ୍ୟା କମିଥିଲେ ମଧ୍ୟ କଂଗ୍ରେସର ଭୋଟ ଶେୟାର ୩୪.୮୫%ରୁ ୩୯.୩%କୁ ବଢ଼ିଥିଲା। ୨୦୦୭ରେ ବିଜେପି ପୁଣି ମୋଦିଙ୍କ ନେତୃତ୍ୱରେ ଲଢ଼ିଥିଲେ ବି ୨୦୦୨ ତୁଳନାରେ ଦଳର ଆସନ ସଂଖ୍ୟା ହ୍ରାସ ପାଇଥିଲା। ଦଳ ୧୨୭ରୁ ଖସି ୧୧୭ରେ ପହଞ୍ଚିଥିଲା। ଭୋଟ ଶେୟାର ୪୯.୧କୁ ଖସିଥିଲା। କଂଗ୍ରେସ ୨୦୦୨ରେ ୫୧ଟି ଆସନ ଜିତିଥିବା ବେଳେ ୨୦୦୭ରେ ଏହା ୫୯ରେ ପହଞ୍ଚିଥିଲା। କିନ୍ତୁ ଭୋଟ ଶେୟାର ୩୯.୩%ରୁ ୩୮କୁ ହ୍ରାସ ପାଇଥିଲା।

୨୦୧୨ରେ ମୋଦିଙ୍କ ମୁଖ୍ୟମନ୍ତ୍ରୀ ସମୟରେ ବିଜେପି ଶେଷଥର ପାଇଁ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିଥିଲା। ଏହି ନିର୍ବାଚନରେ ମଧ୍ୟ ବିଜେପିର ଭୋଟ ଶେୟାର ଓ ଆସନ ସଂଖ୍ୟା କମିଥିଲା। ବିଜେପି ୧୧୫ଟି ଆସନ ଜିତିଥିବା ବେଳେ ଦଳର ଭୋଟ ଶେୟାର ୪୭.୮୫%କୁ ହ୍ରାସ ପାଇଥିଲା। କଂଗ୍ରେସ ଅତିରିକ୍ତ ୨ଟି ଆସନ(୬୧) ଜିତିବା ସହ ଏହାର ଭୋଟ ଶେୟାର ୩୮.୯୩%କୁ ବଢ଼ିଥିଲା।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବିଜେପି ୨୦୧୭ରେ ପ୍ରଥମଥର ପାଇଁ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିଥିଲା। ବର୍ତ୍ତମାନର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସେତେବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ। ବିଜେପି ପକ୍ଷରୁ ରାଜ୍ୟରେ ମିଶନ ୧୫୦ ସିଟ୍‌ ଆରମ୍ଭ ହୋଇଥିଲା। ବିଜେପି ୨୦୧୭ ନିର୍ବାଚନକୁ ସମ୍ମାନର ଲଢ଼େଇ ଭାବେ ବିବେଚନା କରିଥିଲା। ମୋଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଦଳ ୧୨୭ ଆସନ ଜିତିଥିଲା। ତେଣୁ ସେ ପ୍ରଧାନମନ୍ତ୍ରୀ ହୋଇଥିବାରୁ ବିଜେପି ୧୫୦ ଆସନ ଜିତିବ ବୋଲି ଦଳ ପକ୍ଷରୁ ନାରା ଦିଆଯାଇଥିଲା।

କିନ୍ତୁ ବିଜେପିର ସବୁ ଯୋଜନାରେ ପାଣି ପକାଇ ଦେଇଥିଲା ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ପଟିଦାର ଆନ୍ଦୋଳନ। ଏହା ସହ ତାଳ ଦେଇଥିଲା ରାହୁଲ ଗାନ୍ଧିଙ୍କ ମାରାଥନ ପ୍ରଚାର। ରାହୁଲ ଗାନ୍ଧି ବେକାରୀ ଓ ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ମୂଳ ପ୍ରସଙ୍ଗ କରି ବିଜୟ ରୂପାନୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ରାହୁଲ ଗାନ୍ଧିଙ୍କ ପ୍ରଚାର ଲୋକଙ୍କୁ ବି ପ୍ରଭାବିତ କରିଥିଲା।

ଶେଷରେ ବିଜେପିର ଆସନ ସଂଖ୍ୟା ୯୯କୁ ଖସିଥିଲା। ୨୦୧୨ ତୁଳନାରେ ଏହା ୧୬ କମ। କିନ୍ତୁ ଦଳର ଭୋଟ ଶେୟାର ୧.୨% ବଢ଼ି ୪୯.୦୫%ରେ ପହଞ୍ଚିଥିଲା। ୨୦୧୭ରେ କଂଗ୍ରେସର ଆସନ ସଂଖ୍ୟା ୭୭ ଛୁଇଁଥିଲା। ୧୯୯୫ ପରେ ଦଳ ସବୁଠାରୁ ଅଧିକ ଆସନ ଜିତିବାକୁ ସକ୍ଷମ ହୋଇଥିଲା। ୨୦୧୨ରେ ଦଳର ଭୋଟ ଶେୟାର ୩୮.୯୩% ଥିବା ବେଳେ ୨୦୧୭ରେ ଏହା ୪୧.୪୪%କୁ ବୃଦ୍ଧି ପାଇଥିଲା।

୨୦୦୨ରୁ ୨୦୧୭ର ବିଜୟ ଯାତ୍ରାରେ ବିଜେପି ୪ଟି ନିର୍ବାଚନର ସମ୍ମୁଖୀନ ହୋଇଛି। ଏହି ୪ ନିର୍ବାଚନରେ ଦଳ ୨୮ଟି ଆସନ ଓ ୦.୭୫% ଭୋଟ ଶେୟାର ହରାଇଛି।

ଏହି ସମୟରେ କଂଗ୍ରେସର ୨୬ଟି ଅଧିକ ଆସନ ଜିତି ପାରିଛି। ୨୦୦୨ରୁ ୨୦୧୭ ମଧ୍ୟରେ କଂଗ୍ରେସର ଭୋଟ ଶେୟାର ୨.୧୪% ବୃଦ୍ଧି ବି ପାଇଛି।
ଆସନ୍ତା ଡିସେମ୍ବର ୧ ଓ ୫ରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ୮ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ। ପ୍ରତି ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ହ୍ରାସ ପାଉଥିବାରୁ ଏହା ନିଶ୍ଚିତ ଦଳର ମୁଣ୍ଡବିନ୍ଧାର କାରଣ ସାଜିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story