ରାସ୍ତାରେ କଡ଼ରେ ବିକ୍ରି ହୋଇପାରିବନି ନନ୍‌ଭେଜ୍‌ ଖାଦ୍ୟ

ଅହମଦାବାଦ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଗୁଜରାଟର ଅହମଦାବାଦ ପ୍ରଶାସନ ରାସ୍ତା କଡ଼ରେ ନନଭେଜ ଖାଦ୍ୟ ବିକ୍ରି ଉପରେ ରୋକ ଲଗାଇ ଦେଇଛି। ଖାଲି ସେତିକି ନୁହେଁ, ସମସ୍ତ ସ୍କୁଲ, କଲେଜ ଓ ଧର୍ମାନୁଷ୍ଠାନର ୧୦୦ ମିଟର ପରିଧି ମଧ୍ୟରେ ବି କେହି ଆମିଷ ଖାଦ୍ୟ ବିକ୍ରି କରିପାରିବେ ନାହିଁ ବୋଲି ପ୍ରଶାସନ କହିଛି। ଏହାକୁ ନେଇ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଲୋକମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ଏପରି ଘୋଷଣା ପରେ ରାସ୍ତାକଡ଼ରେ ଥିବା ଷ୍ଟଲଗୁଡ଼ିକୁ […]

road

road

Hemant Lenka
  • Published: Tuesday, 16 November 2021
  • Updated: 16 November 2021, 03:50 PM IST

Sports

Latest News

ଅହମଦାବାଦ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଗୁଜରାଟର ଅହମଦାବାଦ ପ୍ରଶାସନ ରାସ୍ତା କଡ଼ରେ ନନଭେଜ ଖାଦ୍ୟ ବିକ୍ରି ଉପରେ ରୋକ ଲଗାଇ ଦେଇଛି। ଖାଲି ସେତିକି ନୁହେଁ, ସମସ୍ତ ସ୍କୁଲ, କଲେଜ ଓ ଧର୍ମାନୁଷ୍ଠାନର ୧୦୦ ମିଟର ପରିଧି ମଧ୍ୟରେ ବି କେହି ଆମିଷ ଖାଦ୍ୟ ବିକ୍ରି କରିପାରିବେ ନାହିଁ ବୋଲି ପ୍ରଶାସନ କହିଛି।

ଏହାକୁ ନେଇ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଲୋକମାନେ ଚିନ୍ତାରେ ପଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ଏପରି ଘୋଷଣା ପରେ ରାସ୍ତାକଡ଼ରେ ଥିବା ଷ୍ଟଲଗୁଡ଼ିକୁ ମଧ୍ୟ ଉଠାଇ ନିଆଯାଇଛି। ଜୀବିକା ହରାଇ ଶହଶହ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି। ଏହା ପଛର କାରଣ କ’ଣ ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି।

ଜଣେ ଦୋକାନୀ କହିଛନ୍ତି, “ଆମ ଉପରେ ରୋକ ଲଗାଯାଇଥିବା ବେଳେ ହୋଟେଲଗୁଡ଼ିକ ଉପରେ କୌଣସି କଟକଣା ଲଗା ଯାଇନି। କ’ଣ ହୋଟେଲ ଭିତରୁ ଆମିଷର ସ୍ମେଲ ଆସୁନି? ପ୍ରଶାସନ ଆମ ଉପରେ କାହିଁକି କେବଳ କଟକଣା ଲଗାଇଛନ୍ତି?” ସୁନ୍ଦର ନାମ ଆଉ ଜଣେ ବ୍ୟବସାୟୀ କହିଛନ୍ତି, “ମୁଁ ଜାଣିବାକୁ ପାଇଛି ଯେ ପ୍ରଶାସନ ଅଣ୍ଡା ବିକ୍ରି ହେଉଥିବା ଠେଲା ଗାଡ଼ିକୁ ବନ୍ଦ କରିଛି। ହେଲେ ମୁଁ ସାଣ୍ଡୱିଚ୍‌ ବିକ୍ରି କରୁଥିଲି। ତଥାପି ସେମାନେ ମୋ ଠେଲା ଗାଡ଼ିକୁ ଉଠାଇ ନେଇଛନ୍ତି।”


ଏପରି ନନଭେଜ ଉପରେ ବ୍ୟାନକୁ ନେଇ ବିବାଦ ଚାଲିଥିବା ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “କିଛି ଲୋକ ଭେଜ ଖାଉଥିବା ବେଳେ ଆଉ କିଛି ଲୋକ ନନଭେଜ ଖାଉଛନ୍ତି। ଏଥିରେ ବିଜେପି ସରକାରର କୌଣସି ଅସୁବିଧା ନାହିଁ।

ରାସ୍ତାରୁ ଠେଲା ଗାଡ଼ିଗୁଡ଼ିକ ହଟାଇବାକୁ ଦୀର୍ଘ ଦିନକୁ ଦାବି ହେଉଥିଲା। ଠେଲା ଗାଡ଼ି ଯୋଗୁ ଟ୍ରାଫିକ ସମସ୍ୟା ବି ସୃଷ୍ଟି ହେଉଥିଲା। ଆମର ଗୋଟିଏ ଲକ୍ଷ୍ୟ ଯେ ଟ୍ରାଫିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା। ସେହିପରି ଠେଲା ଗାଡ଼ିରେ ଯେମିତି ଅସ୍ୱାସ୍ଥ୍ୟକର ଖାଦ୍ୟ ନ ମିଳିବ, ତା’ ଉପରେ ନଜର ରଖାଯାଉଛି। ଯଦି କୌଣସି ରାସ୍ତା କଡ଼ ଦୋକାନୀଙ୍କୁ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି, ତା’ହେଲେ ସେମାନେ ଏହାକୁ ହଠାଇବାର ବ୍ୟବସ୍ଥା କରିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos