ପୁଣି ଜମ୍ମୁ-କଶ୍ମୀରକୁ ମିଳିବ କି ରାଜ୍ୟ ମାନ୍ୟତା! ମୋଦିଙ୍କ ବୈଠକକୁ ଗୁପକାର ମେଣ୍ଟର ହଁ

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜନୀତିକ ଭବିଷ୍ୟତ ଉପରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଜମ୍ମୁ-କଶ୍ମୀରର ବିଭିନ୍ନ ରାଜନୀତିକ ଦଳକୁ ନେଇ ଗଠିତ ଗୁପକାର ମେଣ୍ଟ ମଧ୍ୟ ଯୋଗ ଦେବ ବୋଲି ଶେଷରେ ହଁ ଭରିଛି। ମେଣ୍ଟର ମୁଖ୍ୟ ତଥା ଏନସି ସୁପ୍ରିମୋ ଫାରୁକ ଅବଦୁଲ୍ଲା ଏହି ସୂଚନା ଦେଇଛନ୍ତି। ଗୁରୁବାର ମୋଦି ଡାକିଥିବା ବୈଠକରେ ଗୁପକାର ମେଣ୍ଟର ସଦସ୍ୟ ଯୋଗଦେବେ ବୋଲି ସେ କହିଛନ୍ତି। ଏହି ବୈଠକରେ […]

Gupkar

Gupkar

Hemant Lenka
  • Published: Tuesday, 22 June 2021
  • Updated: 22 June 2021, 02:06 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜନୀତିକ ଭବିଷ୍ୟତ ଉପରେ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଜମ୍ମୁ-କଶ୍ମୀରର ବିଭିନ୍ନ ରାଜନୀତିକ ଦଳକୁ ନେଇ ଗଠିତ ଗୁପକାର ମେଣ୍ଟ ମଧ୍ୟ ଯୋଗ ଦେବ ବୋଲି ଶେଷରେ ହଁ ଭରିଛି।

ମେଣ୍ଟର ମୁଖ୍ୟ ତଥା ଏନସି ସୁପ୍ରିମୋ ଫାରୁକ ଅବଦୁଲ୍ଲା ଏହି ସୂଚନା ଦେଇଛନ୍ତି। ଗୁରୁବାର ମୋଦି ଡାକିଥିବା ବୈଠକରେ ଗୁପକାର ମେଣ୍ଟର ସଦସ୍ୟ ଯୋଗଦେବେ ବୋଲି ସେ କହିଛନ୍ତି। ଏହି ବୈଠକରେ ଜମ୍ମୁ-କଶ୍ମୀରକୁ ପୁଣି ଥରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ନିଷ୍ପତ୍ତି ନିଆଯାଇ ପାରେ।

ଗତ ସପ୍ତାହରେ ମୋଦି ସର୍ବଦଳୀୟ ବୈଠକ ଗୁରୁବାର କରିବେ ବୋଲି ଖବର ମିଳିଥିଲା। ଜମ୍ମୁ-କଶ୍ମୀରରେ ନିର୍ବାଚନ ସହ ଉପତ୍ୟକାକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପୁଣିଥରେ ଦେବାକୁ କେନ୍ଦ୍ର ସରକାର ଯୋଜନା କରିଥିବା କୁହାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ-କଶ୍ମୀରର ରାଜନେତାଙ୍କୁ ନେଇ ସର୍ବଦଳୀୟ ବୈଠକ କରିବାକୁ ଚାହୁଁଛନ୍ତି।

ମୋଦିଙ୍କ ସର୍ବଦଳୀୟ ବୈଠକ ସମ୍ପର୍କରେ ସୂଚନା ମିଳିବା ପରେ ଗୁପକାର ମେଣ୍ଟର ସଦସ୍ୟମାନେ ଆଲୋଚନା ଆରମ୍ଭ କରିଥିଲେ। ପ୍ରଥମ ବୈଠକରେ ପିଡିପି ମୁଖ୍ୟ ମେହବୁବା ମୁଫତି ଯୋଗ ଦେଇ ନଥିଲେ। ହେଲେ ଆଜି ଅନୁଷ୍ଠିତ ହୋଇଥିବା ଗୁପକାର ମେଣ୍ଟର ଦ୍ୱିତୀୟ ବୈଠକରେ ସେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

ଏହି ବୈଠକ ପରେ ଫାରୁକ ଅବଦୁଲ୍ଲା କହିଛନ୍ତି, ମେହବୁବା ଜୀ, ମହମ୍ମଦ ତାରିଗାମି ଓ ମୁଁ ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେବୁ। ଆମର ଆଶା ଆମେ ସବୁ ଦାବି ଗୁଡ଼ିକ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିପାରିବୁ। ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହ ଧାରା ୩୭୦ ପୁନଃ ଲାଗୁ କରିବାକୁ ଆମେ ସେମାନଙ୍କ ନିକଟରେ ଦାବି ଉପସ୍ଥାପନ କରିବୁ ବୋଲି ସେ କହିଛନ୍ତି।

ଜମ୍ମୁ-କଶ୍ମୀରର ୭ ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ଏକାଠି ହୋଇ ଗୁପକାର ମେଣ୍ଟ ଗଠନ କରିଛନ୍ତି। ୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗ କରିଥିଲେ। ଜମ୍ମୁ-କଶ୍ମୀର ଓ ଲଦାଖ ନାଁରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରାଯାଇଛି। ଏହାକୁ ବିରୋଧ କରି ଗୁପକାର ମେଣ୍ଟ ତିଆରି ହୋଇଛି।

ସର୍ବଦଳୀୟ ବୈଠକ ପୂର୍ବରୁ ମେହବୁବା ମୁଫତି କହିଛନ୍ତି, ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବାକୁ ନିଜେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ସେମାନେ ଆମକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେଇ କୌଣସି ପ୍ରକାରର ଦୟା କରୁନାହାନ୍ତି। ୨୦୧୯ ଅଗଷ୍ଟ ୫ରେ ଆମ ଠାରୁ ଯାହା ସବୁ ଛଡ଼ାଇ ନିଆଯାଇଥିଲା, ତା’କୁ ଫେରାଇ ଆଣିବାକୁ ଗୁପକାର ମେଣ୍ଟ ଗଠନ କରାଯାଇଛି ବୋଲି ସେ କହିଛନ୍ତି।

ସେହିପରି ଧାରା ୩୭୦ ଓ ୩୫-ଏରେ କୌଣସି ପ୍ରକାରର ବୁଝାମଣା କରାଯାଇ ପାରିବ ନାହିଁ ମେଣ୍ଟର ସଦସ୍ୟ ମୁଜାଫର ଶାହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story