ରାଣୀ କମଲାପତି କିଏ? କାହିଁକି ତାଙ୍କ ନାଁରେ ନାମିତ ହେଲା ହବିବଗଞ୍ଜ ରେଳ ଷ୍ଟେସନ?

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଥିବା ହବିବଗଞ୍ଜ ରେଳ ଷ୍ଟେସନକୁ ବର୍ତ୍ତମାନ ରାଣୀ କମଲାପତି ନାମରେ ନାମିତ କରାଯାଇଛି। ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ହବିବଗଞ୍ଜ ରେଳ ଷ୍ଟେସନର ନାଁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବ ଉପରେ ମନ୍ତ୍ରଣାଳୟ ମୋହର ମାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହବିବଗଞ୍ଜ ରେଳ ଷ୍ଟେସନକୁ ଅତ୍ୟାଧୁନିକ ଶୈଳୀରେ ତିଆରି ହୋଇଛି। ଏହା ଏକ ରେଳ ଷ୍ଟେସନ ହୋଇଥିଲେ […]

Habibganj

Habibganj

Hemant Lenka
  • Published: Saturday, 13 November 2021
  • Updated: 13 November 2021, 08:34 PM IST

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଥିବା ହବିବଗଞ୍ଜ ରେଳ ଷ୍ଟେସନକୁ ବର୍ତ୍ତମାନ ରାଣୀ କମଲାପତି ନାମରେ ନାମିତ କରାଯାଇଛି। ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ହବିବଗଞ୍ଜ ରେଳ ଷ୍ଟେସନର ନାଁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲା।

ଏହି ପ୍ରସ୍ତାବ ଉପରେ ମନ୍ତ୍ରଣାଳୟ ମୋହର ମାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହବିବଗଞ୍ଜ ରେଳ ଷ୍ଟେସନକୁ ଅତ୍ୟାଧୁନିକ ଶୈଳୀରେ ତିଆରି ହୋଇଛି। ଏହା ଏକ ରେଳ ଷ୍ଟେସନ ହୋଇଥିଲେ ମଧ୍ୟ ଏୟାରପୋର୍ଟର ସମସ୍ତ ସୁବିଧା ଅନୁଭୂତ ହେବ।

ଦେଶର ପ୍ରଥମ ରେଳ ଷ୍ଟେସନ ଭାବେ ହବିବଗଞ୍ଜରେ ଏପରି ବ୍ୟବସ୍ଥା କରାଯାଇଛି। ରେଳ ଷ୍ଟେସନ ନବୀକରଣ ହୋଇଥିବାରୁ ଏହାର ନାଁ ହବିବଗଞ୍ଜରୁ ରାଣୀ କମଲାପତି କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ।

ଶ୍ରୀ ଚୌହାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ରାଣୀ କମଲାପତି ଗୋଣ୍ଡ ସଂପ୍ରଦାୟର ଗର୍ବ ଓ ଭୋପାଳର ଶେଷ ହିନ୍ଦୁ ରାଣୀ ଥିଲେ ବୋଲି କହିଛନ୍ତି। ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ଆସିବେ। ଏହି ସମୟରେ ସେ ନୂତନ ନାଁ ପ୍ରାପ୍ତ ଅତ୍ୟାଧୁନିକ ରେଳ ଷ୍ଟେସନକୁ ଦେଶକୁ ସମର୍ପିତ କରିବେ।

ରାଣୀ କମଲାପତି କିଏ? 

ମିଳିଥିବା ସୂଚନା ଅନୁଯାୟୀ, ଷୋଡ଼ଶ ଶତାବ୍ଦୀରେ ଗୋଣ୍ଡ ଶାସକଙ୍କ ଅଧୀନରେ ଭୋପାଳ ରହିଥିଲା। ଗୋଣ୍ଡ ରାଜା ସୁରତ ସିଂଙ୍କ ପୁଅ ନିଜାମ ଶାହଙ୍କୁ ରାଣୀ କମଲାପତି ବିବାହ କରିଥିଲେ। ରାଣୀ କମଲାପତି ଜୀବନସାରା ସାହସିକତା ଓ ବୀରତ୍ୱର ସହିତ ଆକ୍ରମଣକାରୀଙ୍କ ବିରୋଧରେ ଲଢ଼େଇ କରିଥିଲେ।

ମୋଗଲ ସାମ୍ରାଜ୍ୟର ପତନ ପରେ ଭୋପାଳ ଠାରୁ ୫୦ କମି ଦୂରରେ ଜିନ୍ନାଉରଗଡ଼ ନାଁରେ ଗୋଟିଏ ରାଜ୍ୟ ଗଠନ ହୋଇଥିଲା। ଏହାର ଶାସକ ଥିଲେ ରାଜା ନିଜାମ ଶାହ। ଏହିଠାରୁ ହିଁ ଆରମ୍ଭ ହୋଇଥିଲା ରାଣୀ କମଲାପତିଙ୍କ କାହାଣୀ। ନିଜାମ ଜଣେ ଗୋଣ୍ଡ ରାଜା ଥିଲେ।

କୁହାଯାଏ ତାଙ୍କର ୭ ଜଣ ପତ୍ନୀଙ୍କ ମଧ୍ୟରୁ ରାଣୀ କମଲାପତି ଅନ୍ୟତମ। ସେ ରାଜାଙ୍କର ସବୁଠାରୁ ପ୍ରିୟ ପତ୍ନୀ ଥିଲେ। ରୂପରେ ସେ ଅପୂର୍ବ ସୁନ୍ଦରୀ ହୋଇଥିବା ବେଳେ ଅତ୍ୟନ୍ତ ବୁଦ୍ଧିମାନ ଥିଲେ। ନିଜାମ ଶାହଙ୍କୁ ତାଙ୍କ ପୁତୁରା ଆଲାମ ଶାହ ବିଷ ଦେଇ ହତ୍ୟା କରିଥିଲେ। ଏହାପରେ ନିଜକୁ ବଞ୍ଚାଇବା ପାଇଁ ରାଣୀ କମଳାପତି ପୁଅ ନାଭାଲ ଶାହଙ୍କ ସହ ଜିନ୍ନାଉରଗଡ଼ରୁ ଭୋପାଳର ରାଣୀ କମଲାପତି ମହଲକୁ ଚାଲି ଆସିଥିଲେ।

ଭୋପାଳକୁ ଆସିବା ପରେ ରାଣୀ କମଲାପତି ରାଜା ନିଜାମ ଶାହଙ୍କ ବନ୍ଧୁ ମହମ୍ମଦ ଖାନଙ୍କ ସାହାଯ୍ୟ ମାଗିଥିଲେ। ମହମ୍ମଦ ଖାନ ରାଜାଙ୍କ ହତ୍ୟାକାରୀଙ୍କୁ ୧ ଲକ୍ଷ ଟଙ୍କା ବଳରେ ମାରି ଦେଇଥିଲେ। କିନ୍ତୁ ରାଣୀ କମଲାପତି ପ୍ରତିଶ୍ରୁତି ମୁତାବକ ମହମ୍ମଦ ଖାନଙ୍କୁ ଟଙ୍କା ଦେଇପାରି ନଥିଲେ। ଏହାର ପ୍ରତିବଦଳରେ ସେ ନିଜ ଅଧୀନରେ ଥିବା କିଛି ଅଞ୍ଚଳକୁ ମହମ୍ମଦ ଖାନଙ୍କୁ ହସ୍ତାନ୍ତର କରିଥିଲେ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୋଟିଏ ବିବୃତିରେ କହିଛନ୍ତି, ଭୋପାଳର ଶେଷ ହିନ୍ଦୁ ରାଣୀ ଥିଲେ କମଲାପତି। ତାଙ୍କ କିଙ୍ଗଡମକୁ ଆଫଗାନ କମାଣ୍ଡର ଡୋଷ୍ଟ ମହମ୍ମଦ ଧୋକ୍କା ଦେଇ ଛଡ଼ାଇ ନେଇଥିଲେ। ଯେତେବେଳେ ରାଣୀ କମଲାପତ ଜାଣିଲେ ବିଜୟ ସମ୍ଭବ ନୁହେଁ ସେତେବେଳେ ନିଜର ଆତ୍ମସମ୍ମାନ ପାଇଁ ଆତ୍ମହତ୍ୟା କରିଥିଲେ। ତାଙ୍କ ପୁଅ ନାଭାଲ ଶାହଙ୍କୁ ଭୋପାଳର ଲାଲଗତିରେ ହତ୍ୟା କରାଯାଇଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦେଶରେ ଗୋଣ୍ଡ ସଂପ୍ରଦାୟର ଆଦିବାସୀଙ୍କ ସଂଖ୍ୟା ୧.୨ କୋଟି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story