ହେଟସ୍ପିଚ୍‌ ପାଇଁ ଜେଲ ଯାଇଥିଲେ, ଜାମିନରେ ଆସି ପୁଣି ବିଷ ଉଗାରିଲେ

ନୂଆଦିଲ୍ଲୀ: ହରିଦ୍ୱାରରେ ହେଟସ୍ପିଚ୍‌ ଦେଇଥିବା ୟାତି ନରସିଂହାନନ୍ଦ ଦିଲ୍ଲୀରେ ସମାନ କଥା ଦୋହରାଇଛନ୍ତି। ହରିଦ୍ୱାର ହେଟସ୍ପିଚ୍‌ ପାଇଁ ତାଙ୍କୁ ଗିରଫ କରାଯାଇଥିଲା। ମାସକ ତଳେ ସେ ଜାମିନରେ ମୁକୁଳିଥିଲେ ମଧ୍ୟ ନିଜ ପ୍ରକୃତି ଛାଡ଼ି ନାହାନ୍ତି। ସେ ଦିଲ୍ଲୀରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୱେଷ ଓ ଘୃଣା ସୃଷ୍ଟିକାରୀ ବୟାନ ଦେଇଛନ୍ତି। ରବିବାର ଉତ୍ତର ଦିଲ୍ଲୀର ବୁରାରୀରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ୟାତି ନରସିଂହାନନ୍ଦ ମୁସଲିମଙ୍କ ବିରୋଧରେ ଅସ୍ତ୍ର ଉଠାଇବାକୁ ଲୋକଙ୍କୁ […]

Hate-speech

Hate-speech

Hemant Lenka
  • Published: Monday, 04 April 2022
  • Updated: 04 April 2022, 09:04 AM IST

Sports

Latest News

ନୂଆଦିଲ୍ଲୀ: ହରିଦ୍ୱାରରେ ହେଟସ୍ପିଚ୍‌ ଦେଇଥିବା ୟାତି ନରସିଂହାନନ୍ଦ ଦିଲ୍ଲୀରେ ସମାନ କଥା ଦୋହରାଇଛନ୍ତି। ହରିଦ୍ୱାର ହେଟସ୍ପିଚ୍‌ ପାଇଁ ତାଙ୍କୁ ଗିରଫ କରାଯାଇଥିଲା। ମାସକ ତଳେ ସେ ଜାମିନରେ ମୁକୁଳିଥିଲେ ମଧ୍ୟ ନିଜ ପ୍ରକୃତି ଛାଡ଼ି ନାହାନ୍ତି। ସେ ଦିଲ୍ଲୀରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୱେଷ ଓ ଘୃଣା ସୃଷ୍ଟିକାରୀ ବୟାନ ଦେଇଛନ୍ତି।

ରବିବାର ଉତ୍ତର ଦିଲ୍ଲୀର ବୁରାରୀରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ୟାତି ନରସିଂହାନନ୍ଦ ମୁସଲିମଙ୍କ ବିରୋଧରେ ଅସ୍ତ୍ର ଉଠାଇବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଏନେଇ ତାଙ୍କ ନାଁରେ ୩ଟି ଏଫଆଇଆର ରୁଜୁ କରାଯାଇଛି। ହେଲେ ପୁଲିସ୍‌ ଏଯାଏ କାହାକୁ ବି ଗିରଫ କରିନାହିଁ।

ଦିଲ୍ଲୀରେ ହିନ୍ଦୁ ମହାପଞ୍ଚାୟତ ନାଁରେ ରବିବାର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପୁଲିସ୍‌ ଏଥିପାଇଁ ଅନୁମତି ଦେଇ ନଥିଲେ ମଧ୍ୟ ଆୟୋଜକ ପ୍ରୀତ ସିଂହ ୭୦୦ରୁ ୮୦୦ ଲୋକଙ୍କୁ ଏକାଠି କରିଥିଲେ। ଏଥିରେ ଯୋଗଦେଇ ନରସିଂହାନନ୍ଦ କହିଛନ୍ତି, “ଯଦି ଜଣେ ମୁସଲମାନ ଦେଶର ପ୍ରଧାନମନ୍ତ୍ରୀ ହେବ, ତା’ହେଲେ ୨୦ ବର୍ଷରେ ୫୦% ହିନ୍ଦୁଙ୍କ ଧର୍ମାନ୍ତୀକରଣ ହୋଇଯିବ। ୪୦% ହିନ୍ଦୁଙ୍କୁ ହତ୍ୟା କରାଯିବ ଓ ବାକି ୧୦% ଲୋକଙ୍କୁ ଶରଣାର୍ଥୀ କ୍ୟାମ୍ପରେ ରହିବାକୁ ପଡ଼ିବ।

ହିନ୍ଦୁଙ୍କ ଭବିଷ୍ୟତକୁ ନେଇ ଚିନ୍ତା କରିବାକୁ ପଡ଼ିବ। ଭବିଷ୍ୟତରେ ଯେମିତି ଏପରି ଘଟଣା ନ ଘଟିବ, ସେଥିପାଇଁ ପୁରୁଷ ହୁଅ ଓ ଏବେଠାରୁ ଅସ୍ତ୍ର ଉଠାଅ।” ସୋଶାଲ ମିଡିଆରେ ଏହି ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ହରିଦ୍ୱାରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁସଲିମଙ୍କ ନରସଂହାର ପାଇଁ ଆହ୍ୱାନ ଦିଆଯାଇଥିଲା। ଜାନୁଆରୀ ମାସରେ ଘଟିଥିବା ଏହି ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ସୁପ୍ରିମକୋର୍ଟ ଘଟଣାରେ ହସ୍ତକ୍ଷେପ କରିବାରୁ ୟାତି ନରସିଂହାନନ୍ଦଙ୍କୁ ଶେଷରେ ଗିରଫ କରାଯାଇଥିଲା। କିନ୍ତୁ ଫେବୃଆରୀ ୧୮ରେ ସେ ଜାମିନରେ ମୁକୁଳିଥିଲେ। ଏବେ ସେ ପୁଣି ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos