ସ୍ଥାନୀୟ ଲୋକଙ୍କ ପାଇଁ ଘରୋଇ କମ୍ପାନୀରେ ୭୫% ସଂରକ୍ଷଣ ବ୍ୟବସ୍ଥା

କର୍ଣ୍ଣାଲ: ନିଯୁକ୍ତି କ୍ଷେତ୍ରରେ ବଡ଼ଧରଣର ପଦକ୍ଷେପ ନେଇଛନ୍ତି ହରିଆଣା ସରକାର। ରାଜ୍ୟରେ ଥିବା ଘରୋଇ କମ୍ପାନୀ ଓ ଅନ୍ୟାନ୍ୟ ଅଫିସରେ ଏଣିକି ସ୍ଥାନୀୟ ଅଞ୍ଚଳର ବା ହରିଆଣାବାସୀଙ୍କ ପାଇଁ ୭୫% ଚାକିରି ସଂରକ୍ଷିତ ହୋଇ ରହିବ। ଏ ସଂକ୍ରାନ୍ତ ଏକ ବିଲ୍‌ ଉପରେ ଆଜି ହରିଆଣା ସରକାର ମୋହର ମାରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଆଜି ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜିର ଦିନ ଯୁବଗୋଷ୍ଠୀ ପାଇଁ ବହୁତ ବଡ଼ ଖୁସି ଆଣିଦେଇଛି। […]

Job

Job

Hemant Lenka
  • Published: Tuesday, 02 March 2021
  • Updated: 02 March 2021, 06:07 PM IST

Sports

Latest News

କର୍ଣ୍ଣାଲ: ନିଯୁକ୍ତି କ୍ଷେତ୍ରରେ ବଡ଼ଧରଣର ପଦକ୍ଷେପ ନେଇଛନ୍ତି ହରିଆଣା ସରକାର। ରାଜ୍ୟରେ ଥିବା ଘରୋଇ କମ୍ପାନୀ ଓ ଅନ୍ୟାନ୍ୟ ଅଫିସରେ ଏଣିକି ସ୍ଥାନୀୟ ଅଞ୍ଚଳର ବା ହରିଆଣାବାସୀଙ୍କ ପାଇଁ ୭୫% ଚାକିରି ସଂରକ୍ଷିତ ହୋଇ ରହିବ। ଏ ସଂକ୍ରାନ୍ତ ଏକ ବିଲ୍‌ ଉପରେ ଆଜି ହରିଆଣା ସରକାର ମୋହର ମାରିଛନ୍ତି।

ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଆଜି ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜିର ଦିନ ଯୁବଗୋଷ୍ଠୀ ପାଇଁ ବହୁତ ବଡ଼ ଖୁସି ଆଣିଦେଇଛି। ଘରୋଇ ଚାକିରିରେ ଏଣିକି ରାଜ୍ୟର ଯୁବକଙ୍କୁ ୭୫% ସଂରକ୍ଷଣ ମିଳିବ। ସେମାନେ ପ୍ରତିଟି କମ୍ପାନୀ, ସୋସାଇଟ୍‌‌ ଓ ଟ୍ରଷ୍ଟରେ ସଂରକ୍ଷଣ ବ୍ୟବସ୍ଥା ପାଇବେ ବୋଲି ସେ କହିଛନ୍ତି।

ଘରୋଇ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ହେବ ବୋଲି ଚୌତାଲାଙ୍କ ଦଳ ଜନନାୟକ ଜନତା ପାର୍ଟି ଲୋକଙ୍କୁ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା। ଦଳ ୯୦ଟି ଆସନରୁ ୧୦ଟିରେ ଜିତିବା ପରେ ବିଜେପି ସହ ମିଶି ହରିଆଣାରେ ସରକାର ଗଠନ କରିଛି। ଏଭଳି ସ୍ଥିତିରେ ଆଜି ଚୌତାଲା ସଂରକ୍ଷଣ ସମ୍ପର୍କରେ ପ୍ରତିଶ୍ରୁତି ପୂରଣ ହୋଇଥିବା କହିଛନ୍ତି।

ଗତବର୍ଷ ହରିଆଣା ବିଧାନସଭାରେ ଚୌତାଲା ଏହି ବିଲ୍‌ ଉପସ୍ଥାପନ କରିଥିଲେ। ଏଥିରେ ସେ କହିଥିଲେ ଯେ ଘରୋଇ କ୍ଷେତ୍ର ଗୁଡ଼ିକ ନିଜ ଅନୁଷ୍ଠାନରେ ରାଜ୍ୟର ଯୁବଗୋଷ୍ଠୀଙ୍କ ପାଇଁ ୭୫% ଚାକିରି ସଂରକ୍ଷଣ କରିବାକୁ ବାଧ୍ୟ। ସେମାନଙ୍କ ଦରମା ୫୦ ହଜାର ଟଙ୍କା ଯାଏ ରହିବ ବୋଲି ମଧ୍ୟ ବିଲ୍‌ରେ ବ୍ୟବସ୍ଥା କରାଯାଇଥିଲା। ତେବେ ଯଦି କମ୍ପାନୀଗୁଡ଼ିକ ନିଜ ପଦଗୁଡ଼ିକ ପୂରଣ କରିବାକୁ ଉପଯୁକ୍ତ ଯୋଗ୍ୟ ପ୍ରାର୍ଥୀ ପାଇବେ ନାହିଁ, ତା’ହେଲେ ଏହି ନିୟମକୁ ଭାଙ୍ଗି ପାରିବେ। ଅର୍ଥାତ ଉପଯୁକ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ସେହି ପଦରେ ନଯୁକ୍ତି ଦେବେ। ତେବେ ଏଥିପାଇଁ ସରକାରଙ୍କୁ କମ୍ପାନୀଗୁଡ଼ିକ ଅବଗତ କରାଇବେ।

୫୦ ହଜାର ଟଙ୍କା ଯାଏ ଦରମା ପାଉଥିବା କର୍ମଚାରୀଙ୍କ ବିସ୍ତୃତ ତଥ୍ୟ କମ୍ପାନୀଗୁଡ଼ିକ ସରକାରଙ୍କୁ ଦେବେ। ସେହିପରି ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜୋରିମାନା ଲାଗୁ କରାଯିବ ବୋଲି ଏଥିରେ ବ୍ୟବସ୍ଥା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos