‘ମତଦାନ ବେଳେ ରାଜ୍ୟ ପୁଲିସ ୧୦୦ ମିଟର ଦୂରରେ ରହିବ’

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମତଦାନ ବେଳେ ବୁଥ ପାଖରୁ ୧୦୦ ମିଟର ଦୂରରେ ରହିବେ ରାଜ୍ୟ ପୁଲିସ କର୍ମଚାରୀ। ଏହାକୁ ନେଇ ଆପତ୍ତି ଉଠାଇଥିଲା ତୃଣମୂଳ କଂଗ୍ରେସ। ଏମିତିକି ନିର୍ବାଚନ କମିଶନଙ୍କ ପାଖରେ ଏ ନେଇ ଫେରାଦ ହୋଇଥିଲା।

ଏବେ ଟିଏମସିର ଅଭଯୋଗକୁ ଖଣ୍ଡନ କରିଛନ୍ତି ନିର୍ବାଚନ କମିଶନର। ଏଭଳି କୌଣସି ନିୟମ ଜାରି କରାଯାଇନାହିଁ ବୋଲି ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି। ଏହି ନିୟମ କେବଳ ଲୋକାଲ ନିର୍ବାଚନ ପାଇଁ ଜାରି କରାଯାଇଥିଲା ବୋଲି ନିର୍ବାଚନ କମିଶନର ସ୍ପଷ୍ଟୀକରଣ ରଖିଲା ବେଳେ କହିଛି।

ସୂଚନାଯୋଗ୍ୟ, ଟିଏମସି ନେତାଙ୍କ ଏକ ପ୍ରତିନିଧି ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନର ବାସ୍ତବତା ବହୁ ଦୂରରେ ବୋଲି ଟିଏମସି ଅଭିଯୋଗ କରିଥିଲା। ମତଦାନ କେନ୍ଦ୍ରରୁ ୧୦୦ ମିଟର ଦୂରରେ ରାଜ୍ୟ ପୁଲିସ ରହିବେ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିବା ନେଇ ଏହି ଟିଏମସି ପ୍ରତିନିଧି କହିଥିଲା। ଟିଏମସିର ଏହି ଟିମରେ ସୌଗତ ରୟ, ୟଶୱନ୍ତ ସିହ୍ନା, ଏମଡି ନାଡିମୁଲ ହକ, ପ୍ରତୀମା ମୋଣ୍ଡାଲ ଏବଂ ମହୁଆ ମୌତ୍ର ସାମିଲ ହୋଇଥିଲେ। ନିର୍ବାଚନ କମିଶନଙ୍କ ଉପରେ ଏହି ଟିମ୍ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପକ୍ଷପାତିତା ଅଭିଯୋଗ ଆଣିଥିଲେ। ଏହି ସମୟରେ ଗଣମାଧ୍ୟମ ରିପୋର୍ଟକୁ ମଧ୍ୟ ଦେଖାଇଥିଲେ ଏହି ଟିମ୍। ଟିଏମସି ନିର୍ବାଚନ ଆୟୋଗଙ୍କୁ ଏହି ସମୟରେ ପଚାରିଥିଲା ଅନ୍ୟ ରାଜ୍ୟଗୁଡିକରେ କାହିଁକି ସମାନ ନିର୍ଦ୍ଦେଶ ଲାଗୁ କରାଯାଇ ନାହିଁ?

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।