ମମତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କଲେ, ଶୁଣାଣିରୁ ଓହରିଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ବାନାର୍ଜୀଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି କ୍ୟାଲକାଟା ହାଇକୋର୍ଟ। ନନ୍ଦିଗ୍ରାମ ନିର୍ବାଚନକୁ ନେଇ ମମତା ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଆବେଦନର ଶୁଣାଇ ଜଷ୍ଟିସ କୌଶିକ ଚନ୍ଦାଙ୍କ ଖଣ୍ଡପୀଠ କରିବାର ଥିଲା। ହେଲେ ମମତାଙ୍କ ଓକିଲ ଶୁଣାଣି ପୂର୍ବରୁ ଜଷ୍ଟିସ କୌଶିକଙ୍କ ବଦଳି ଦାବି କରିବାକୁ ଆବେଦନ କରିଥିଲେ। ଜଷ୍ଟିସ କୌଶିକ ବିଜେପିର ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଶୁଣାଣି ପ୍ରଭାବିତ ହେବା ଆଶଙ୍କାରେ ସେ ଏଭଳି […]

Mamata

Mamata

Hemant Lenka
  • Published: Wednesday, 07 July 2021
  • Updated: 07 July 2021, 12:30 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ବାନାର୍ଜୀଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି କ୍ୟାଲକାଟା ହାଇକୋର୍ଟ। ନନ୍ଦିଗ୍ରାମ ନିର୍ବାଚନକୁ ନେଇ ମମତା ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଆବେଦନର ଶୁଣାଇ ଜଷ୍ଟିସ କୌଶିକ ଚନ୍ଦାଙ୍କ ଖଣ୍ଡପୀଠ କରିବାର ଥିଲା। ହେଲେ ମମତାଙ୍କ ଓକିଲ ଶୁଣାଣି ପୂର୍ବରୁ ଜଷ୍ଟିସ କୌଶିକଙ୍କ ବଦଳି ଦାବି କରିବାକୁ ଆବେଦନ କରିଥିଲେ।

ଜଷ୍ଟିସ କୌଶିକ ବିଜେପିର ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଶୁଣାଣି ପ୍ରଭାବିତ ହେବା ଆଶଙ୍କାରେ ସେ ଏଭଳି ଆବେଦନ କରିଥିଲେ। ଆଜି ଜଷ୍ଟିସ କୌଶିକ ନିଜ ଆଡ଼ୁ ମାମଲାର ଶୁଣାଣିରୁ ଓହରି ଯାଇଛନ୍ତି। ହେଲେ ମମତାଙ୍କ ଉପରେ ୫ ଲକ୍ଷ ଟଙ୍କା ଫାଇନ ଲାଗୁ କରିଛନ୍ତି। ମମତାଙ୍କ ଆବେଦନ ଦ୍ୱାରା କୋର୍ଟଙ୍କ ଛବି ମଳିନ ହୋଇଛି ବୋଲି ସେ କହିଛନ୍ତି।

ଏବେ ଜଷ୍ଟିସ କୌଶିକ ମାମଲାର ଶୁଣାଣିରୁ ଓହରି ଯାଇଥିବାରୁ ହାଇକୋର୍ଟ ପକ୍ଷରୁ ନୂଆ ବିଚାରପତିଙ୍କ ନାଁ ଘୋଷଣା ହେବ। ଏହାପରେ ମାମଲାର ଶୁଣାଣି ହେବ।

ସୂଚନାଯୋଗ୍ୟ, ନିନ୍ଦିଗ୍ରାମରେ ମମତା ବାନାର୍ଜୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଛନ୍ତି। ତେବେ ଭୋଟ ଗଣତିରେ ବ୍ୟାପକ ଅନିୟମିତତା ହୋଇଥିବା ମମତା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ମମତାଙ୍କ ଓକିଲ ବିଚାରପତି କୌଶିକ କାହିଁକି ବଦଳିବା ଉଚିତ ଥିଲା, ତା’ର କାରଣ ଚିଠି ଦ୍ୱାରା କ୍ୟାଲକାଟା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଜଣାଇଥିଲେ। ସେ କହିଥିଲେ, ଜଷ୍ଟିସ ଚନ୍ଦା ପୂର୍ବରୁ ବିଜେପି ସହ ଜଡିତ ଥିବା ରିପୋର୍ଟ ମିଳିଛି। ବିଜେପି ନେତାଙ୍କ ବୈଠକରେ ସେ ସାମିଲ ହୋଇଥିବା ବେଳର ଫଟୋ ସାମ୍ନାକୁ ଆସିଛି। ତେଣୁ ମାମଲାର ଶୁଣାଣି ବେଳେ ପକ୍ଷପାତିତାର ଆଶଙ୍କା ରହିଛି। ଯାହା ବିରୋଧରେ ଆବେଦନ କରାଯାଇଛି, ତାଙ୍କ ସପକ୍ଷରେ ଏହା ଯିବାର ଯଥେଷ୍ଟ ସମ୍ଭାବନା ରହିଛି। 

ଦ୍ୱିତୀୟ କାରଣ ହେଉଛି, ଏପ୍ରିଲ ମାସରେ କ୍ୟାଲକାଟା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଜଷ୍ଟିସ୍ ଚନ୍ଦାଙ୍କ ନିଯୁକ୍ତକୁ ବିରୋଧ କରାଯାଇଥିଲା। ଏପରି ସ୍ଥିତିରେ ସେ ମାମଲାର ଶୁଣାଣି କରିବା ଠିକ ହେବନାହିଁ। ନ୍ୟାୟ କେବଳ ମିଳିଲେ ହେବନି, ଏହା ସମସ୍ତଙ୍କୁ ଦୃଶ୍ୟମାନ ହେବା ଉଚିତ। ଜନସାଧାରଣଙ୍କ ଆତ୍ମବିଶ୍ୱାସ ବଜାୟ ରଖିବାର ଆବଶ୍ୟକତା ନ୍ୟାୟପାଳିକାର ଦାୟିତ୍ୱ। ତେଣୁ ଏହା ଉପରେ କୋର୍ଟ ଧ୍ୟାନ ଦେବା ଦରକାର ବୋଲି ମମତାଙ୍କ ଓକିଲ ଚିଠିରେ ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story