ଯନ୍ତରମନ୍ତର ମାମଲାରେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ଦେଲେନି କୋର୍ଟ

ନୂଆଦିଲ୍ଲୀ: ମୁସଲିମ ସଂପ୍ରଦାୟ ବିରୋଧରେ ଯନ୍ତରମନ୍ତର ଠାରେ ବିବାଦୀୟ ବୟାନ ଦେଇଥିବା ହିନ୍ଦୁ ରକ୍ଷା ଦଳର ସଭାପତି ପିଙ୍କି ଚୌଧୁରୀଙ୍କ ଅଡ଼ୁଆ ବଢ଼ିଛି। ସେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଦିଲ୍ଲୀକୋର୍ଟ ଏଥିରେ ସହମତି ପ୍ରକାଶ କରିନାହାନ୍ତି। ଏଥିସହ ଆବେଦନ ଉପରେ ଜବାବ ରଖିବାକୁ ଦିଲ୍ଲୀ ପୁଲିସ୍‌କୁ ନୋଟିସ କରିଛନ୍ତି। ବିବାଦୀୟ ବୟାନ ପାଇଁ ପିଙ୍କଙ୍କ ଉପରେ ଗିରଫଦାରୀର ଭୟ ସୃଷ୍ଟି ହୋଇଛି। ଏଥିରୁ ସୁରକ୍ଷା ପାଇବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। […]

Delhi

Delhi

Hemant Lenka
  • Published: Friday, 27 August 2021
  • Updated: 27 August 2021, 01:47 PM IST

Sports

Latest News

ନୂଆଦିଲ୍ଲୀ: ମୁସଲିମ ସଂପ୍ରଦାୟ ବିରୋଧରେ ଯନ୍ତରମନ୍ତର ଠାରେ ବିବାଦୀୟ ବୟାନ ଦେଇଥିବା ହିନ୍ଦୁ ରକ୍ଷା ଦଳର ସଭାପତି ପିଙ୍କି ଚୌଧୁରୀଙ୍କ ଅଡ଼ୁଆ ବଢ଼ିଛି। ସେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଦିଲ୍ଲୀକୋର୍ଟ ଏଥିରେ ସହମତି ପ୍ରକାଶ କରିନାହାନ୍ତି। ଏଥିସହ ଆବେଦନ ଉପରେ ଜବାବ ରଖିବାକୁ ଦିଲ୍ଲୀ ପୁଲିସ୍‌କୁ ନୋଟିସ କରିଛନ୍ତି।

ବିବାଦୀୟ ବୟାନ ପାଇଁ ପିଙ୍କଙ୍କ ଉପରେ ଗିରଫଦାରୀର ଭୟ ସୃଷ୍ଟି ହୋଇଛି। ଏଥିରୁ ସୁରକ୍ଷା ପାଇବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ କିନ୍ତୁ ଗିରଫଦାରୀ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି।

ଏହାପୂର୍ବରୁ ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ହିନ୍ଦୁ ରକ୍ଷା ଦଳର ଆଉ ଜଣେ ସଦସ୍ୟ ଭୂପିନ୍ଦର ତୋମାର ଆଗୁଆ ଜାମିନ ପାଇଁ ଦିଲ୍ଲୀର ଗୋଟିଏ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। ଏହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ଏଥିସହ “ଆମେ ଗୋଟିଏ ତାଲିବାନ ଦେଶରେ ରହୁନାହୁଁ” ବୋଲି କହିଥିଲେ।

ଚଳିତ ମାସରେ ଯନ୍ତରମନ୍ତରରେ ହିନ୍ଦୁ ରକ୍ଷା ଦଳ ପକ୍ଷରୁ ଗୋଟିଏ ଶୋଭାଯାତ୍ରା କରାଯାଇଥିଲା। ପୁଲିସ୍‌ର ବିନା ଅନୁମତିରେ ଶହଶହ ଲୋକ ଏକାଠି ହୋଇ ଶୋଭାଯାତ୍ରା କରିଥିଲେ। ଏହି ସମୟରେ ସେମାନେ ମୁସଲିମ ବିରୋଧୀ ବୟାନ ଦେଉଥିବାର ଭିଡିଓ ଭାଇରାଲ ହୋଇଥିଲା।

ଏହି ଘଟଣାରରେ ପୁଲିସ୍‌ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଇତି ମଧ୍ୟରେ ୭ ଜଣଙ୍କୁ ଗିରଫ କରିସାରିଛି। ଏମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ମଧ୍ୟ ଥିଲେ। ତେବେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅନ୍ୟମାନେ ଏବେ ବି ଜେଲରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos