ଏପ୍ରିଲରେ ରେକର୍ଡ଼ ଭାଙ୍ଗିଲା ତାତି

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଚଳିତ ବର୍ଷ ଏପ୍ରିଲ ମାସରେ ତାତି ରେକର୍ଡ଼ ଭାଙ୍ଗିଛି। ଶୁକ୍ରବାର ପୂର୍ବ ଉତ୍ତରପ୍ରଦେଶର ବାନ୍ଦାରେ ସର୍ବାଧିକ ୪୭ ଡିଗ୍ରୀ ତାପମାତ୍ରା ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ବିଭିନ୍ନ ସ୍ଥାନରେ ପାରଦ ୪୬ ଡିଗ୍ରୀ ଡେଇଁଥିବା ଜଣାପଡ଼ିଛି। ୟୁପିରେ ଆହ୍ଲାବାଦ, ଝାନ୍ସୀ, ଳକ୍ଷ୍ନୌରେ ତାତି ସର୍ବକାଳୀନ ରେକର୍ଡ଼ ଛୁଇଛି। ଆହ୍ଲାବାଦରେ ୪୬.୮, ଝାନ୍ସୀରେ ୪୬.୨ ଏବଂ ଲକ୍ଷ୍ନୌରେ ୪୫.୧ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ସେହିପରି ହରିୟାଣାର ସାତନା […]

heatwave

heatwave

Tapas Behera
  • Published: Saturday, 30 April 2022
  • Updated: 30 April 2022, 09:39 AM IST

Sports

Latest News

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଚଳିତ ବର୍ଷ ଏପ୍ରିଲ ମାସରେ ତାତି ରେକର୍ଡ଼ ଭାଙ୍ଗିଛି। ଶୁକ୍ରବାର ପୂର୍ବ ଉତ୍ତରପ୍ରଦେଶର ବାନ୍ଦାରେ ସର୍ବାଧିକ ୪୭ ଡିଗ୍ରୀ ତାପମାତ୍ରା ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ବିଭିନ୍ନ ସ୍ଥାନରେ ପାରଦ ୪୬ ଡିଗ୍ରୀ ଡେଇଁଥିବା ଜଣାପଡ଼ିଛି। ୟୁପିରେ ଆହ୍ଲାବାଦ, ଝାନ୍ସୀ, ଳକ୍ଷ୍ନୌରେ ତାତି ସର୍ବକାଳୀନ ରେକର୍ଡ଼ ଛୁଇଛି। ଆହ୍ଲାବାଦରେ ୪୬.୮, ଝାନ୍ସୀରେ ୪୬.୨ ଏବଂ ଲକ୍ଷ୍ନୌରେ ୪୫.୧ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ସେହିପରି ହରିୟାଣାର ସାତନା ଏବଂ ମଧ୍ୟପ୍ରଦେଶରେ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଦେଶ ବ୍ୟାପି ଲୋକେ ଗରମ  ତାହାୱାରେ ଭାଜି ହେଉଛନ୍ତି। ସମଗ୍ର ଉତ୍ତରପଶ୍ଚିମ ଭାରତରେ ଅସହ୍ୟ ଗ୍ରୀଷ୍ମଲହରି ହେତୁ ଲୋକ ସନ୍ତୁଳି ହେଉଛନ୍ତି। ପ୍ରତିଦିନ ତାପମାତ୍ରା ରେକର୍ଡ ଭାଙ୍ଗୁଛି।  ରାଜଧାନୀ ଦିଲ୍ଲୀରେ ୭୨ ବର୍ଷର ରେକର୍ଡ଼ ଭାଙ୍ଗିଛି ତାତି। ଦିଲ୍ଲୀରେ ଗତକାଲି  ୪୦.୨ ଡିଗ୍ରୀ ସେଲସିୟସ  ତାପମାତ୍ରା ରେକର୍ଡ଼ କରାଯାଇଛି । ୭୨ ବର୍ଷ ମଧ୍ୟରେ ଦିଲ୍ଲୀରେ ଏହା ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ଏପ୍ରିଲ। ଦେଶରେ ଚଳିତବର୍ଷ ଆଗୁଆ ବିପଜ୍ଜନକ ଗ୍ରୀଷ୍ମଲହରୀ ଅନୁଭୂତ ହୋଇଛି।

ପାଣିପାଗ ବିଭାଗ ଅନୁଯାୟୀ ଜାତୀୟ ରାଜଧାନୀର ହାରାହାରି ମାସିକ ସର୍ବାଧିକ ତାପମାତ୍ରା ୪୦.୨୦ ଡିଗ୍ରି ସେଲ୍‌ସିୟସ ରହିଛି। ୨୦୧୦ ଉତ୍ତପ୍ତ ଏପ୍ରିଲରେ ହାରାହାରି ତାପମାତ୍ର ୪୦.୪୦ ଡିଗ୍ରି ସେଲସିୟସ ଥିଲା। ଆଗାମୀ କିଛି ଦିନ ଦେଶରେ ଗ୍ରୀଷ୍ମଲହରୀ ଜାରି ରହିବ।

ପାଣିପାଗ ବିଭାଗ ମେ’ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ,ରାଜସ୍ଥାନ, ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର କିଛି ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି କରିଛନ୍ତି। ମେ’ ୨ ପରେ ପଶ୍ଚିମ ଜଳବାୟୁ ପ୍ରଭାବ ଯୋଗୁଁ ପାରଦ ଖସିବ ବୋଲି କୁହାଯାଉଛି। ଦିଲ୍ଲୀ ସହିତ ପଶ୍ଚିମ ରାଜସ୍ଥାନ, ପଂଜାବ, ହରିୟାଣା, ପଶ୍ଚିମ ଉତ୍ତପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡରେ ଅଧିକ ଗ୍ରୀଷ୍ମ ଲହରୀ ଅନୁଭୂତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos