୭ ତାରିଖ ଯାଏ ଦେଖାଯିବନି ହିଟ୍‌ୱେଭ!

ନୂଆଦିଲ୍ଲୀ: ଏପ୍ରିଲରେ ରେକର୍ଡ ସ୍ତରର ଗ୍ରୀଷ୍ମ ପ୍ରବାହରେ ଆଉଟ ପାଉଟ ହେଉଥିବା ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏବେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇବା ଆରମ୍ଭ ହୋଇଛି। ସେହିପରି ଆଗକୁ ତାମାତ୍ରା ଆହୁରି କମିପାରେ। ଆଗାମୀ ୩ ଦିନ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟଧରଣର ବର୍ଷାର ମଧ୍ୟ ହେବ। ଆସନ୍ତା ୭ ତାରିଖ ଯାଏ ଦେଶରେ ହିଟ୍‌ୱେଭର ସ୍ଥିତି ଉପୁଜିବ ନାହିଁ ବୋଲି ଆଜି ଆକଳନ କରିଛି ଭାରତୀୟ […]

Hart-wave

Hart-wave

Hemant Lenka
  • Published: Monday, 02 May 2022
  • Updated: 02 May 2022, 04:10 PM IST

Sports

Latest News

ନୂଆଦିଲ୍ଲୀ: ଏପ୍ରିଲରେ ରେକର୍ଡ ସ୍ତରର ଗ୍ରୀଷ୍ମ ପ୍ରବାହରେ ଆଉଟ ପାଉଟ ହେଉଥିବା ଦେଶବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏବେ ଦେଶର ଅଧିକାଂଶ ସ୍ଥାନରେ ତାପମାତ୍ରା ହ୍ରାସ ପାଇବା ଆରମ୍ଭ ହୋଇଛି। ସେହିପରି ଆଗକୁ ତାମାତ୍ରା ଆହୁରି କମିପାରେ। ଆଗାମୀ ୩ ଦିନ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟଧରଣର ବର୍ଷାର ମଧ୍ୟ ହେବ। ଆସନ୍ତା ୭ ତାରିଖ ଯାଏ ଦେଶରେ ହିଟ୍‌ୱେଭର ସ୍ଥିତି ଉପୁଜିବ ନାହିଁ ବୋଲି ଆଜି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

ବିଭାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣି କହିଛନ୍ତି, ଭାରତର ବିଭିନ୍ନ ପ୍ରାନ୍ତରେ ଜାରି ରହିଥିବା ହିଟ୍‌ୱେଭ ସ୍ଥିତିରେ ସୁଧାର ଆସିଛି। ଏପରି କି ଦିଲ୍ଲୀ, ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶରେ ମଧ୍ୟ ତାପମାତ୍ରା ହ୍ରାସ ପାଇଛି। ଏପ୍ରିଲ ୩୦ରୁ ଓଡ଼ିଶା ଓ ବେଙ୍ଗଲରେ ହିଟ୍‌ୱେଭରେ ବ୍ରେକ ଲାଗିଛି। ଏକଥା ଆମେ ପୂର୍ବରୁ ମଧ୍ୟ ସୂଚନା ଦେଇଥିଲୁ।

ଆସନ୍ତା ୨ରୁ ୩ ଦିନ ଯାଏ ସେଠାରେ ଭଲ ପବନ ହେବ। ପଶ୍ଚିମା ଝଡ଼ ଆଶଙ୍କାରେ ଆମେ ଉତ୍ତରପଶ୍ଚିମ ଭାରତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛୁ। ଦିଲ୍ଲୀରେ ଆଜି ଠାରୁ ବର୍ଷା ହେବ। ମେ’ ୩ରେ ଅଧିକ ବର୍ଷାର ସମ୍ଭାବନା ରହିଛି। ରାଜସ୍ଥାନ, ଦିଲ୍ଲୀ, ହରିଆଣା ଓ ପଞ୍ଜାବକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ଏହି ସବୁ ରାଜ୍ୟରେ ପବନ ସହ ବର୍ଷାର ସମ୍ଭାବନା ରହିଛି।


ପଶ୍ଚିମା ଝଡ଼ ଯୋଗୁ ଆସନ୍ତା ୬ରୁ ୭ ଦିନ ଯାଏ ପୂର୍ବତଟରୁ ଆସୁଥିବା ପବନର ବେଗ ମଧ୍ୟ ଅଧିକ ରହିବ। ଏଥିଯୋଗୁ ତାପମାତ୍ରା ବଢ଼ିବାର ଆଶଙ୍କା ବହୁତ କମ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଦୀର୍ଘ ସମୟ ଧରି ଚାଲିଥିଲା। କିନ୍ତୁ ଆସନ୍ତା ୭ ତାରିଖ ଯାଏ ହିଟ୍‌ୱେଭ ସ୍ଥିତି ଦେଖାଯିବନି। ଆମେ ୭ ତାରିଖରେ ତଥ୍ୟ ବିଶ୍ଲେଷଣ କରି ଅଧିକ ତଥ୍ୟ ଦେବୁ। ସେ ପର୍ଯ୍ୟନ୍ତ ମେ’ ମାସ ଭଲ ରହିବ ବୋଲି ଆଶା କରାଯାଇ ପାରେ ବୋଲି ଶ୍ରୀ ଜେନାମଣି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos