ରାଷ୍ଟ୍ରପତିଙ୍କ ପାଇଁ ଅଟକିଲା ଟ୍ରାଫିକ: ଚାଲିଗଲା ମହିଳାଙ୍କ ଜୀବନ, କ୍ଷମା ମାଗିଲା ପୁଲିସ୍‌

ଲକ୍ଷ୍ନୌ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁରକ୍ଷା ପାଇଁ ଜାରି ଟ୍ରାଫିକ କଟକଣା ଯୋଗୁ ଜଣେ ମହିଳା ମେଡିକାଲରେ ଠିକ୍‌ ସମୟରେ ପହଞ୍ଚି ନ ପାରି ପ୍ରାଣ ହରାଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି କୋବିନ୍ଦ ନିଜ ଜନ୍ମସ୍ଥାନ ଉତ୍ତର ପ୍ରଦେଶକୁ ଟ୍ରେନରେ ଗସ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ଟ୍ରାଫିକ କଟକଣା ଲାଗୁ କରାଯାଇଥିଲା। ଏହି ସମୟରେ ଜଣେ ମହିଳା ହସ୍ପିଟାଲ ଯାଉଥିଲେ ହେଁ ରାଷ୍ଟ୍ରପତିଙ୍କ ଆଗମନ ଯୋଗୁ ଟ୍ରାଫିକ କଟକଣାର ସମ୍ମୁଖୀନ ହୋଇଥିଲେ। ପରିବାର ଲୋକ […]

President

President

Hemant Lenka
  • Published: Saturday, 26 June 2021
  • Updated: 26 June 2021, 06:40 PM IST

Sports

Latest News

ଲକ୍ଷ୍ନୌ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁରକ୍ଷା ପାଇଁ ଜାରି ଟ୍ରାଫିକ କଟକଣା ଯୋଗୁ ଜଣେ ମହିଳା ମେଡିକାଲରେ ଠିକ୍‌ ସମୟରେ ପହଞ୍ଚି ନ ପାରି ପ୍ରାଣ ହରାଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି କୋବିନ୍ଦ ନିଜ ଜନ୍ମସ୍ଥାନ ଉତ୍ତର ପ୍ରଦେଶକୁ ଟ୍ରେନରେ ଗସ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ଟ୍ରାଫିକ କଟକଣା ଲାଗୁ କରାଯାଇଥିଲା।

ଏହି ସମୟରେ ଜଣେ ମହିଳା ହସ୍ପିଟାଲ ଯାଉଥିଲେ ହେଁ ରାଷ୍ଟ୍ରପତିଙ୍କ ଆଗମନ ଯୋଗୁ ଟ୍ରାଫିକ କଟକଣାର ସମ୍ମୁଖୀନ ହୋଇଥିଲେ। ପରିବାର ଲୋକ ତାଙ୍କୁ କଟକଣା କୋହଳ ହେବା ପରେ ହସ୍ପିଟାଲରେ ଧରି ପହଞ୍ଚିଲା ବେଳକୁ ତାଙ୍କ ଜୀବନ ଚାଲି ଯାଇଥିଲା। ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ପୁଲିସ୍‌ ମହିଳାଙ୍କ ପରିବାର ବର୍ଗଙ୍କୁ କ୍ଷମା ମାଗିଛି। ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଠାରୁ ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଏହି ସମୟରେ କାନପୁର ଦେହାଟ ଜିଲ୍ଲା ପାଖରେ ଥିବା ନିଜ ଗାଁକୁ ଯିବେ। ସେ ଶୁକ୍ରବାର ରାତିରେ କାନପୁରରେ ପହଞ୍ଚିଛନ୍ତି। ସୋମବାର ଓ ମଙ୍ଗଳବାର ସେ ଲକ୍ଷ୍ନୌରେ ସମୟ ବିତାଇବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜାରି ଟ୍ରାଫିକ କଟକଣାରେ ଫସି ପ୍ରାଣ ହରାଇଥିବା ମହିଳା ଜଣଙ୍କ ହେଉଛନ୍ତି ୫୦ ବର୍ଷୀୟ ବନ୍ଦନା ମିଶ୍ର।

କିଛି ଦିନ ତଳେ ବନ୍ଦନା କରୋନାରୁ ସୁସ୍ଥ ହୋଇଥିଲେ। ତେବେ ଶୁକ୍ରବାର ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପରିବାର ଲୋକ ହସ୍ପିଟାଲ ନେଇଥିଲେ। କିନ୍ତୁ ଏହି ଜରୁରୀ କାଳୀନ ମେଡିକାଲ ଗସ୍ତ ବେଳେ ରାଷ୍ଟ୍ରପତି ମଧ୍ୟ କାନପୁର ଆସୁଥିଲେ। ବନ୍ଦନା ମିଶ୍ରଙ୍କୁ ଯେଉଁ ରାସ୍ତାରେ ପରିବାର ଲୋକ ସାଙ୍ଗରେ ଧରି ହସ୍ପିଟାଲ ଯିବାର ଥିବା ଉକ୍ତ ରୁଟ୍‌କୁ ପୁଲିସ୍‌ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବନ୍ଦ କରିଦେଇଥିଲା।

ଏଥିପାଇଁ ପ୍ରବଳ ଟ୍ରାଫିକ ଜାମ ହୋଇଥିଲା ଓ ଠିକଣା ସମୟରେ ବନ୍ଦନା ମଧ୍ୟ ହସ୍ପିଟାଲରେ ପହଞ୍ଚି ପାରି ନଥିଲେ। କଟକଣା କୋହଳ ହେବା ପରେ ପରିବାର ଲୋକ ତାଙ୍କୁ ଧରି ହସ୍ପିଟାଲରେ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଚ୍ଛାୟା ଖେଳି ଯାଇଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ କାନପୁର ପୁଲିସ୍‌ ମୁଖ୍ୟ ଅମୀମ ଅରୁଣ କ୍ଷମା ମାଗିଛନ୍ତି। ସେହିପରି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କାନପୁର ପୁଲିସ୍‌ କମିଶନର ମହିଳାଙ୍କ ଅନ୍ତିମ ସଂସ୍କାରେ ମଧ୍ୟ ସାମିଲ ହୋଇଥିଲେ।

ପୁଲିସ୍‌ କମିଶନରେଟ୍‌ କାନପୁର ନଗରର ଟ୍ୱିଟର ଆକାଉଣ୍ଟରେ ଅମୀମ କହିଛନ୍ତି, “ବନ୍ଦନା ମିଶ୍ରଙ୍କ ନିଧନ ପାଇଁ କାନପୁର ପୁଲିସ ଓ ବ୍ୟକ୍ତିଗତ ଭାବେ ମୁଁ କ୍ଷମା ପ୍ରାର୍ଥନା କରୁଛି। ଭବିଷ୍ୟତ ପାଇଁ ଏହା ବଡ଼ ଶିକ୍ଷା। ଆମେ ପ୍ରତିଜ୍ଞା କରୁଛୁ ଯେ ଆମ ଟ୍ରାଫିକ ବ୍ୟବସ୍ଥା ଏମିତି କରିବୁ ଯେ ଲୋକମାନଙ୍କୁ ବହୁତ କମ ସମୟ ପାଇଁ ଅଟକାଇବାକୁ ପଡ଼ିବ। ଏହାଦ୍ୱାରା ଏପରି ଘଟଣାର ଆଉ ପୁନରାବୃତ୍ତି ହେବନାହିଁ।”

ଆଉ ଏକ ଟ୍ୱିଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ଜାଣି ଗଭୀର ଭାବେ ମର୍ମାହତ ହୋଇଥିବା କୁହାଯାଇଛି। ଏହି ଟ୍ୱିଟରେ କୁହାଯାଇଛି, “ରାଷ୍ଟ୍ରପତି ନିଜେ ପୁଲିସ୍‌ କମିଶନର ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଡାକି ଘଟଣା ସମ୍ପର୍କରେ ବୁଝିଛନ୍ତି। ସେମାନଙ୍କୁ ରାଷ୍ଟ୍ରପତି ତାଙ୍କର ଶୋକ ସନ୍ଦେଶ ପରିବାର ଲୋକଙ୍କ ପାଖରେ ବ୍ୟକ୍ତିଗତ ଭାବେ ପହଞ୍ଚାଇବାକୁ କହିଥିଲେ। ଦୁଇ ଅଧିକାରୀ ଅନ୍ତିମ ସଂସ୍କାରରେ ସାମିଲ ହୋଇ ବନ୍ଦନା ମିଶ୍ରଙ୍କ ପରିବାର ଲୋକଙ୍କୁ ରାଷ୍ଟ୍ରପତି ପଠାଇଥିବା ସନ୍ଦେଶ ଦେଇଛନ୍ତି।”

ଅନ୍ୟପକ୍ଷରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ପାଇଁ ଜଣେ ସବ ଇନସପେକ୍ଟର ଓ ୩ ଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story