ଜେଲରେ ରାମ ଏବଂ ସୀତାଙ୍କ କାହାଣୀ ପଢ଼ୁଛନ୍ତି ଆର୍ଯ୍ୟନ୍‌ ଖାନ୍‌

ମୁମ୍ବାଇ: ଆର୍ଥରରୋଡ଼ ଜେଲରେ ପଢ଼ାପଢ଼ି କରି ଅବସର ବିତାଉଛନ୍ତି ଆର୍ଯ୍ୟନ୍‌ ଖାନ୍‌। ବିଶେଷ କରି ଆର୍ଯ୍ୟନ୍‌ ଧାର୍ମିକ ବହି ପଢ଼ାପଢ଼ୁ କରୁଥିବା ଜେଲ ସୂତ୍ରରୁ ସୂଚନା ମିଳିଛି । ଜେଲ ଅଧିକାରୀଙ୍କ କହିବାନୁସାରେ, ଆର୍ଯ୍ୟନ ଖାନଙ୍କୁ ଜେଲ ଲାଇବ୍ରେରୀରୁ ଦୁଇଟି ବହି ଦିଆଯାଇଛି। ଗୋଟିଏ ପୁସ୍ତକ ହେଉଛି ‘ଗୋଲଡେନ୍ ସିଂହ’ ଏବଂ ଅନ୍ୟ ଏକ ପୁସ୍ତକ ହେଉଛି ରାମ ଏବଂ ସୀତାଙ୍କ କାହାଣୀ ଉପରେ ଆଧାରିତ। ଜେଲ ଅଧିକାରୀ କହିଛନ୍ତି ଯେ, ଆର୍ଯ୍ୟନ ଖାନଙ୍କ ଜାମିନ ନାମଞ୍ଜୁର […]

Aryan Khan

Aryan Khan

Tapas Behera
  • Published: Saturday, 23 October 2021
  • Updated: 23 October 2021, 09:23 PM IST

Sports

Latest News

ମୁମ୍ବାଇ: ଆର୍ଥରରୋଡ଼ ଜେଲରେ ପଢ଼ାପଢ଼ି କରି ଅବସର ବିତାଉଛନ୍ତି ଆର୍ଯ୍ୟନ୍‌ ଖାନ୍‌। ବିଶେଷ କରି ଆର୍ଯ୍ୟନ୍‌ ଧାର୍ମିକ ବହି ପଢ଼ାପଢ଼ୁ କରୁଥିବା ଜେଲ ସୂତ୍ରରୁ ସୂଚନା ମିଳିଛି । ଜେଲ ଅଧିକାରୀଙ୍କ କହିବାନୁସାରେ, ଆର୍ଯ୍ୟନ ଖାନଙ୍କୁ ଜେଲ ଲାଇବ୍ରେରୀରୁ ଦୁଇଟି ବହି ଦିଆଯାଇଛି। ଗୋଟିଏ ପୁସ୍ତକ ହେଉଛି 'ଗୋଲଡେନ୍ ସିଂହ' ଏବଂ ଅନ୍ୟ ଏକ ପୁସ୍ତକ ହେଉଛି ରାମ ଏବଂ ସୀତାଙ୍କ କାହାଣୀ ଉପରେ ଆଧାରିତ। ଜେଲ ଅଧିକାରୀ କହିଛନ୍ତି ଯେ, ଆର୍ଯ୍ୟନ ଖାନଙ୍କ ଜାମିନ ନାମଞ୍ଜୁର ହେବା ପରେ ସେ ଭାରି ବିବ୍ରତ ହୋଇଥିଲେ। ତେଣୁ ସେମାନେ ତାଙ୍କୁ ଲାଇବ୍ରେରୀରୁ ବହି ପଢ଼ିବାକୁ ପରାମର୍ଶ ଦେଇଥିଲେ।

ଜେଲ ଲାଇବ୍ରେରୀ ଭିତରେ ଧାର୍ମିକ ପୁସ୍ତକ ସହିତ ପ୍ରେରଣାଦାୟକ ପୁସ୍ତକ ମଧ୍ୟ ଅଛି। ଯେକୌଣସି କଏଦୀ ନିଜ ସମ୍ପର୍କୀୟ ଓ ଜେଲ ଲାଇବ୍ରେରୀରୁ ବହି ମଗାଇ ପଢ଼ିପାରିବେ। ହେଲେ ସେ ଗୁଡ଼ିକ ଧାର୍ମିକ କିମ୍ବା ପ୍ରେରଣାଦାୟକ ପୁସ୍ତକ ହୋଇଥିବା ଆବଶ୍ୟକ। ବୁଧବାର ଏକ ସ୍ୱତନ୍ତ୍ର କୋର୍ଟ ଆର୍ଯ୍ୟନ୍‌ ଖାନଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ଅଭିନେତା ଶାହରୁଖ୍‌ ଖାନ ଗୁରୁବାର ତାଙ୍କ ପୁଅ ଆର୍ଯ୍ୟ ଖାନଙ୍କୁ ଆର୍ଥର ରୋଡ ଜେଲରେ ଭେଟିଥିଲେ।

ପୁଅ ସହିତ ଶାହାରୁଖ୍‌ ୧୮ ମିନିଟ୍‌  ବିତାଇଥିଲେ । ବାପାଙ୍କୁ ଭେଟିବା ବେଳେ ପୁଅ ଆର୍ଯ୍ୟନ୍‌ ଭାବପ୍ରବଣ ହୋଇପଡ଼ିଥିଲେ। ମୁମ୍ବାଇ କ୍ରୁଜ୍ ଡ୍ରଗସ୍‌ କାରବାର ପଦ୍ଦାଫାସ୍‌ ହେବା ପରେ  ଆର୍ଯ୍ୟନ୍ ପ୍ରଥମ ଥର ପାଇଁ ନିଜ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଡ୍ରଗ୍ସ କାରବାର ଅଭିଯୋଗରେ ଗତ ଅକ୍ଟୋବର ୩ତାରିଖରେ ଏନ୍‌ସିବି ଦ୍ୱାରା ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯାଇଥିଲା। ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos