ରାଜଧାନୀରେ ଡ୍ରୋନ ହମଲା ପାଇଁ ମସୁଧା, ଜାରି ହେଲା ହାଇଆଲର୍ଟ

ନୂଆଦିଲ୍ଲୀ: ଦେଶର ସ୍ୱାଧୀନତା ଦିବସ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀ ପାଇଁ ହମଲା ଆଶଙ୍କା ପ୍ରକାଶ ପାଇଛି। ପାକିସ୍ତାନରେ ସକ୍ରିୟ କିଛି ଆତଙ୍କୀ ସଂଗଠନ ଅଗଷ୍ଟ ୧୫ ସ୍ୱାଧୀନୀତା ଦିବସ ପୂର୍ବରୁ ଦିଲ୍ଲୀରେ ବଡ଼ଧରଣର ହମଲା କରିବାକୁ ବ୍ଲୁ ପ୍ରଣ୍ଟ ପ୍ରସ୍ତୁତ କରିଛନ୍ତି। ବିଶେଷ କରି ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରିବାକୁ ସେମାନେ ଯୋଜନା କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଗୁଇନ୍ଦା ବିଭାଗ ଏହି ସୂଚନା ଦେବା ପରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ସମଗ୍ର ଦିଲ୍ଲୀରେ […]

Delhi-police

Delhi-police

Hemant Lenka
  • Published: Tuesday, 20 July 2021
  • Updated: 20 July 2021, 04:32 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସ୍ୱାଧୀନତା ଦିବସ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀ ପାଇଁ ହମଲା ଆଶଙ୍କା ପ୍ରକାଶ ପାଇଛି। ପାକିସ୍ତାନରେ ସକ୍ରିୟ କିଛି ଆତଙ୍କୀ ସଂଗଠନ ଅଗଷ୍ଟ ୧୫ ସ୍ୱାଧୀନୀତା ଦିବସ ପୂର୍ବରୁ ଦିଲ୍ଲୀରେ ବଡ଼ଧରଣର ହମଲା କରିବାକୁ ବ୍ଲୁ ପ୍ରଣ୍ଟ ପ୍ରସ୍ତୁତ କରିଛନ୍ତି।

ବିଶେଷ କରି ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରିବାକୁ ସେମାନେ ଯୋଜନା କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଗୁଇନ୍ଦା ବିଭାଗ ଏହି ସୂଚନା ଦେବା ପରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ସମଗ୍ର ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଚଳିତ ମୌସୁମୀ ଅଧିବେଶନ ସମୟରେ ଦିଲ୍ଲୀରେ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକ ଉପରେ ହମଲା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏପରି ହମଲା କରି ସେମାନେ ଅଗଷ୍ଟ ୧୫ ପୂର୍ବରୁ ଦେଶରେ ହିଂସାର ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି।

ବିଶେଷ କରି ଆତଙ୍କବାଦୀଙ୍କ ଟାର୍ଗେଟରେ ଅଗଷ୍ଟ ୫ ରହିଛି। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯାଇଥିଲା। ଏହାକୁ ବିରୋଧ କରୁଥିବା ପାକିସ୍ତାନ ଓ କିଛି ଆତଙ୍କୀ ସଂଗଠନ ସେହିଦିନ ଭାରତର ରାଜଧାନୀ ଦିଲ୍ଲୀରେ ଆକ୍ରମଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ଆକ୍ରମଣ ବ୍ୟତୀତ ଜାତୀୟ ରାଜଧାନୀରେ ବିଭିନ୍ନ ପ୍ରକାରର ଅଶାନ୍ତି ସୃଷ୍ଟି କରିବାକୁ ମଧ୍ୟ ଯୋଜନା ହୋଇଛି। ସେମାନେ ଦିଲ୍ଲୀରେ ଅପରେସନ ‘ଜେହାଦ’ ଆରମ୍ଭ କରିବାକୁ ମସୁଧା କରିଥିବା ଗୁଇନ୍ଦା ବିଭାଗ କହିଛି।

ନିକଟରେ ଜମ୍ମୁରେ ଥିବା ବାୟୁସେନା ବେସ୍‌ ଉପରେ ଆତଙ୍କୀମାନେ ଡ୍ରୋନ ଦ୍ୱାରା ଆକ୍ରମଣ କରିଥିଲେ। ଦିଲ୍ଲୀରେ ମଧ୍ୟ ସେପରି ଡ୍ରୋନ୍‌ ଦ୍ୱାରା ଆକ୍ରମଣ ହେବାର ଆଶଙ୍କା ରହିଛି। ପୂର୍ବରୁ ହିଁ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଅଗଷ୍ଟ ୧୬ ଯାଏ ଡ୍ରୋନ ଉଡ଼ାଣ ଉପରେ କଟକଣା ଲଗା ଯାଇଛି।

ଏବେ ଗୁଇନ୍ଦା ବିଭାଗ ଆକ୍ରମଣର ଆଶଙ୍କା ଥିବା କହିବା ପରେ ଦିଲ୍ଲୀ ପୁଲିସ୍‌ କମିଶନର ବାଲାଜୀ ଶ୍ରୀବାସ୍ତବ ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ସେ ଡିସିପି, ଯୁଗ୍ମ ସିପି ଓ ସମସ୍ତ ଜିଲ୍ଲାର ଅନ୍ୟ ଗୁଇନ୍ଦା ଅଧିକାରୀମାନଙ୍କୁ ଆଲର୍ଟରେ ରହିବାକୁ କହିଛନ୍ତି। ବିଶେଷ କରି ଡ୍ରୋନ ଉପରେ ନଜର ରଖିବା ପାଇଁ ସମସ୍ତଙ୍କୁ କୁହାଯାଇଛି।

ସମସ୍ତ ଷ୍ଟେସନ ହାଉସ ଅଫିସରମାନେ କଣ୍ଟ୍ରୋଲ ରୁମକୁ ଡ୍ରୋନ ସମ୍ପର୍କରେ ତଥ୍ୟ ମିଳିବା ମାତ୍ରେ ଏହାର ଯାଞ୍ଚ କରି ସମ୍ଭାବ୍ୟ ବିପଦ ବାବଦରେ ତଥ୍ୟ ହାସଲ କରିବେ ବୋଲି କମିଶନର କହିଛନ୍ତି।

ଡ୍ରୋନ ବିପଦ ପାଇଁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଗୋଟିଏ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ମଧ୍ୟ ତିଆରି କରାଯାଇଛି। ଐତିହାସିକ ଲାଲକିଲ୍ଲାରେ ୪ଟି ଆଣ୍ଟି ଡ୍ରୋନ ସିଷ୍ଟମ ଖଞ୍ଜା ଯାଇଛି। ଦିଲ୍ଲୀ ପୁଲିସ୍‌ ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ପ୍ରଥମଥର ପାଇଁ ଡ୍ରୋନ ସହ ଲଢ଼େଇ କରିବାର ଟ୍ରେନିଂ ମଧ୍ୟ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos