ସର୍ବାନନ୍ଦ ନିରାଶ, ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱଶର୍ମା!

ନୂଆଦିଲ୍ଲୀ: ଆସାମରେ ବିଜେପି ସରକାର ଗଠନ କରିବାକୁ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ହେଁ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ହେବା ରେସ୍‌ରେ ଦୁଇ ବରିଷ୍ଠ ନେତା ହିମନ୍ତ ବିଶ୍ୱଶର୍ମା ଓ ସର୍ବାନନ୍ଦ ସୋନୱାଲ ରହିଛନ୍ତି। ଆଜି ଉଭୟ ଦିଲ୍ଲୀ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ସହ ନଡ୍ଡା ଓ ଶାହ ଦୀର୍ଘ ସମୟ ଧରି ଆଲୋଚନା […]

BJP

BJP

Hemant Lenka
  • Published: Saturday, 08 May 2021
  • Updated: 08 May 2021, 08:45 PM IST

Sports

Latest News

ନୂଆଦିଲ୍ଲୀ: ଆସାମରେ ବିଜେପି ସରକାର ଗଠନ କରିବାକୁ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ହେଁ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ହେବା ରେସ୍‌ରେ ଦୁଇ ବରିଷ୍ଠ ନେତା ହିମନ୍ତ ବିଶ୍ୱଶର୍ମା ଓ ସର୍ବାନନ୍ଦ ସୋନୱାଲ ରହିଛନ୍ତି। ଆଜି ଉଭୟ ଦିଲ୍ଲୀ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି।

ଉଭୟ ନେତାଙ୍କ ସହ ନଡ୍ଡା ଓ ଶାହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଏକ ପ୍ରକାରର ଚୂଡ଼ାନ୍ତ ହୋଇଛି। କିନ୍ତୁ ଦଳ ପକ୍ଷରୁ ଏଯାଏ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ।

ବୈଠକ ପରେ ମିଳିଥିବା ସୂଚନା ଅନୁଯାୟୀ, ଦଳୀୟ ହାଇକମାଣ୍ଡ ହିମନ୍ତ ବିଶ୍ୱଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି। କାରଣ ୨୦୧୬ରୁ ଚଳିତ ବିଧାନସଭା ନିର୍ବାଚନ ଯାଏ ସର୍ବାନନ୍ଦ ସୋନୱାଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେଣୁ ଆଗାମୀ ୫ ବର୍ଷ ହିମନ୍ତ ଆସାମ କମାଣ ସମ୍ଭାଳିବେ ବୋଲି ନଡ୍ଡା ଓ ଶାହ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଏ ସଂକ୍ରାନ୍ତରେ ଆସନ୍ତାକାଲି ଜଣାପଡ଼ିବ। କାରଣ କାଲି ବିଜେପି ବିଧାୟକ ଦଳ ବୈଠକ ବସିବ। ଏହି ସମୟରେ ବିଧାୟକ ଦଳ ନେତା ନିର୍ବାଚିତ ହେବ। ଏହାପରେ ବିଜେପି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଆସାମ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇବ।

ସୋନୱାଲ ଆସାମରେ ଦୁଇଥର ପାଇଁ ମୁଖ୍ୟମନ୍ତ୍ରୀ ହେବେକୁ ବହୁତ ଆଶା ରଖିଥିଲେ। ହେଲେ ଆଜି ପ୍ରାୟତଃ ହିମନ୍ତଙ୍କ ନାଁ ଉପରେ ମୋହର ବାଜିଥିବାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ହିମନ୍ତ ବିଶ୍ୱଶର୍ମା ଓ ସୋନୱାଲଙ୍କ ସହ ଶାହ, ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ। ପ୍ରଥମେ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରିବା ପରେ ସୋନୱାଲଙ୍କୁ ଡାକରା ମିଳିଥିଲା।

ନଡ୍ଡାଙ୍କ ବାସଭବନରୁ ହସହସ ମୁହଁରେ ବାହାରକୁ ଆସିଥିବା ବିଶ୍ୱଶର୍ମା କହିଛନ୍ତି, “ବିଜେପିର ବିଧାୟକ ଦଳ ବୈଠକ ଆସନ୍ତାକାଲି ଗୌହାଟୀରେ ବସିବ। ଏହି ସମୟରେ ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ସେହି ମିଟିଂ ପରେ ସମସ୍ତେ ସବୁ କିଛି ଜାଣିପାରିବେ।” ତେବେ ସୋନୱାଲଙ୍କ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରିନାହିଁ।

ସର୍ବାନନ୍ଦ ସୋନୱାଲଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ହିମନ୍ତ ବିଶ୍ୱଶର୍ମା ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଆସାମରେ ବିଜେପିର ସଙ୍କଟମୋଚକ ଭାବେ ମଧ୍ୟ ବେଶ ଜଣାଶୁଣା। ସମସ୍ତେ ଆଶା କରିଥିଲେ ଯେ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ଉପରେ ମୋହର ମାରିବ।

ତେବେ କାଳେ ଏହି ଘୋଷଣା ସର୍ବାନନ୍ଦ ସୋନୱାଲଙ୍କ କ୍ୟାମ୍ପରେ ଅସନ୍ତୋଷ ସୃଷ୍ଟି କରିବ, ସେଥିପାଇଁ ଦଳ କାହାକୁ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ନଥିଲା ବୋଲି ରାଜନୀତିକ ପଣ୍ଡିତମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story