ମନ୍ଦିର ହଟାଇବାକୁ ରେଳବାଇର ନୋଟିସ୍‌, ସାମୂହିକ ଆତ୍ମହତ୍ୟାର ଧମକ ଦେଲେ ହିନ୍ଦୁ ବାହିନୀ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାର ରାଜା କି ମଣ୍ଡି ରେଳ ଷ୍ଟେସନରେ ଥିବା ଚାମୁଣ୍ଡା ଦେବୀ ମନ୍ଦିରକୁ ହଟାଇବା ପାଇଁ ନୋଟିସ୍‌ କରିଛି ରେଳବାଇ। ତେବେ ଏହି ମନ୍ଦିରଟି ୨୫୦ ବର୍ଷ ପୁରୁଣା ହୋଇଥିବାରୁ ଏହାକୁ ହଟା ଯାଇ ପାରିବ ନାହିଁ ବୋଲି କହିଛନ୍ତି ବିଭିନ୍ନ ହିନ୍ଦୁ ସଂଗଠନ। ସେହିପରି ଯଦି ରେଳବାଇ ବଳପୂର୍ବକ ଏହାକୁ ହଠାଇବାକୁ ଉଦ୍ୟମ କରିବ, ତା’ହେଲେ ହିନ୍ଦୁ ବାହିନୀର ସଦସ୍ୟମାନେ ସାମୂହିକ ଆତ୍ମହତ୍ୟା କାରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି।

ଏପ୍ରିଲ ୨୦ରେ ଡିଭିଜନାଲ ରେଲବାଇ ମ୍ୟାନେଜର (ଡିଆରଏମ) ଆନନ୍ଦ ସ୍ୱରୂପ ରେଳ ଷ୍ଟେସନରୁ ମନ୍ଦିର ହଟାଇବାକୁ ନୋଟିସ କରିବା ପରେ ହିଁ ବିବାଦ ସୃଷ୍ଟି ହୋଇଛି। ନୋଟିରେ ସେ କହିଥିଲେ ଯେ “ଯାତ୍ରୀମାନେ ସମସ୍ୟାରେ ପଡ଼ୁଥିବାରୁ ମନ୍ଦିର ହଟାଇବାକୁ ପଡ଼ିବ। ଯଦି ମନ୍ଦିର ନ ହଟିବ, ତା’ହେଲେ ରେଳବାଇ ପ୍ଲାଟଫର୍ମକୁ ସ୍ଥାନନ୍ତର କରିବାକୁ ବାଧ୍ୟ ହେବ।” ଷ୍ଟେସନ ନିକଟରେ ଥିବା ଗୋଟିଏ ମସଜିଦ ଓ ଦର୍ଘାକୁ ମଧ୍ୟ ସମାନ ନୋଟିସ ପଠାଯାଇଛି।

ନୋଟିସକୁ ବିରୋଧରେ ମନ୍ଦିର ପ୍ରଶାସନ ସପକ୍ଷରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ବାହାରିଛନ୍ତି। ସେମାନେ ସେମାନେ ଡିଆରଏମ ଅଫିସ ନିକଟରେ ହନୁମାନ ଚାଳିଶା ପଢ଼ି ପ୍ରତିବାଦ କରିଛନ୍ତି। ଏଥିସହ ମନ୍ଦିର ହଟାଇବାକୁ ଚେଷ୍ଟା କଲେ ସାମୂହିକ ଆତ୍ମହତ୍ୟା କରିବାକୁ ସେମାନେ ଧମକ ଦେଇଛନ୍ତି।

ମନ୍ଦିରର ଇତିହାସ ସମ୍ପର୍କରେ ସୂଚନା ଦେଇ ମହନ୍ତ ବୀରେନ୍ଦ୍ର ଆନନ୍ଦ କହିଛନ୍ତି, “ଏହି ମନ୍ଦିରଟି ୩୦୦ ବର୍ଷ ପୁରୁଣା। ଆମେ ମରିବୁ ପଛେ, କାହାକୁ ମନ୍ଦିରର ଗୋଟିଏ ହେଲେ ଇଟା ସ୍ଥାନାନ୍ତର କରିବାକୁ ଦେବୁ ନାହିଁ।  ଦୀର୍ଘ ୨ ଦଶନ୍ଧି ହେଲା ମନ୍ଦିର ଚାଲୁଥିବା ବେଳେ ଡିଆରଏମ ଆଜି ଯାଏ କାହିଁକି କିଛି କହୁ ନଥିଲେ? ଆଜି ଆପଣମାନେ ଯେଉଁ ରେଳ ଟ୍ରାକ୍‌ ଦେଖୁଛନ୍ତି, ତା’କୁ ବ୍ରିଟିଶରମାନେ ତିଆରି କରିଥିଲେ। ଏଠାକୁ ଅନେକ ଶ୍ରଦ୍ଧାଳୁ ପୂଜାପାଠ କରିବାକୁ ଆସନ୍ତି। ଟ୍ରେନରେ ଯାତ୍ରା କରୁଥିବା ଲୋକମାନେ ମଧ୍ୟ ଦର୍ଶନ କରନ୍ତି। ମୁଁ ପିଲାଟି ବେଳୁ ମନ୍ଦିରର ପୂଜକ ରହିଛି। ମୋ ପୂର୍ବରୁ ଆମ ପୂର୍ବ ପଢ଼ି ମଧ୍ୟ ମନ୍ଦିରରେ ପୂଜା କରୁଥିଲେ।”

ଅନ୍ୟପକ୍ଷରେ ନୋଟିସକୁ ବିରୋଧ କରି ଅନେକ ଆବେଦନ ରେଳବାଇ କୋର୍ଟରେ ହୋଇଛି। ମେ’ ୧୩ରେ ଏହାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।