ଅଲଗା ଧର୍ମର ଝିଅକୁ ଭଲ ପାଉଥିବାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା

ବେଙ୍ଗାଲୁରୁ: ଅଲଗା ଧର୍ମର ଝିଅକୁ ପ୍ରେମ କରିବା ଜଣେ ୨୫ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଝିଅ ଘରର ଲୋକ ଏପରି ପ୍ରେମ ସମ୍ପର୍କକୁ ବିରୋଧ କରି ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାକୁ ନେଇ କର୍ଣ୍ଣାଟକାର କାଲବର୍ଗିରେ ତୀବ୍ର ଉତ୍ତେଜନା ଦେଖାଯାଇଛି। ସାଂପ୍ରଦିୟକ ଦଙ୍ଗା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ଡକାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୱାଡି […]

Vijay

Vijay

Hemant Lenka
  • Published: Friday, 27 May 2022
  • Updated: 27 May 2022, 02:03 PM IST

ବେଙ୍ଗାଲୁରୁ: ଅଲଗା ଧର୍ମର ଝିଅକୁ ପ୍ରେମ କରିବା ଜଣେ ୨୫ ବର୍ଷୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଝିଅ ଘରର ଲୋକ ଏପରି ପ୍ରେମ ସମ୍ପର୍କକୁ ବିରୋଧ କରି ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାକୁ ନେଇ କର୍ଣ୍ଣାଟକାର କାଲବର୍ଗିରେ ତୀବ୍ର ଉତ୍ତେଜନା ଦେଖାଯାଇଛି। ସାଂପ୍ରଦିୟକ ଦଙ୍ଗା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ଡକାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୱାଡି ସହରର ଭୀମା ନଗର ଲେଆଉଟରେ ରହୁଥିବା ବିଜୟ କାମ୍ବଲେଙ୍କୁ କିଛି ଯୁବକ ରେଳ ଷ୍ଟେସନ ନିକଟରେ ଘେରି ଯାଇ ଯୁକ୍ତିତର୍କ କରିଥିଲେ। ଏହି ଯୁକ୍ତିତର୍କ ବେଳେ ବିଜୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ବିଜୟଙ୍କ ଜଣେ ବନ୍ଧୁ କହିଛନ୍ତି, “ଆମେ ରେଳ ବ୍ରିଜ୍‌ ନିକଟରେ କଥା ହେଉଥିବା ବେଳେ ହଠାତ୍‌ କିଛି ଲୋକ ପହଞ୍ଚିଥିଲେ। ଏହାପୂର୍ବରୁ ୨ ଜଣ ଯୁବକ ଆମ ପାଖରେ ଛିଡ଼ା ହୋଇଥିଲେ ମଧ୍ୟ ଆମେ ସେମାନଙ୍କୁ ନୋଟିସ କରି ନଥିଲୁ। ସେମାନେ ହିଁ ଅନ୍ୟମାନଙ୍କୁ ଡାକିଥିଲେ। ସମସ୍ତେ ମିଳିତ ଭାବେ ଆକ୍ରମଣ କରିବା ସହ ବିଜୟଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।”

ପୁଲିସ କହିଛି ଯେ ବିଜୟ ଜଣେ ମୁସଲିମ ଝିଅଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ ଝିଅର ପରିବାର ଲୋକ ଏହି ପ୍ରେମ ସମ୍ପର୍କରୁ ବିରୋଧ କରୁଥିଲେ। ତେଣୁ ସେମାନେ ବିଜୟଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ୍‌ ସନ୍ଦେହ କରିଛି।

ବିଜୟଙ୍କ ମା’ ଏଫଆଇଆରରେ ଝିଅର ବାପା ଓ ଭାଇ ହିଁ ହତ୍ୟାକାରୀ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “କିଛି ଦିନ ତଳେ ଝିଅର ଭାଇ ଓ ଆଉ ୨ ଜଣ ଯୁବକ ଆମ ଘରକୁ ଆସିଥିଲେ। ସେମାନେ ଆମକୁ ଧମକ ଚମକ ଦେଇଥିଲେ। ଏଥିସହ ପ୍ରେମ ସମ୍ପର୍କ ନ ତୁଟାଇଲେ ସେମାନେ ମୋ ପୁଅର ମୁଣ୍ଡ କାଟି ଦେବେ ବୋଲି ଚେତାବନୀ ଦେଇଥିଲେ।

ମୁଁ ସେମାନଙ୍କୁ ଅନୁରୋଧ କରିବା ସହ ପୁଅକୁ ବୁଝାଇବି ବୋଲି କହିଥିଲି। ଘଟଣା ଦିନ ବିଜୟକୁ ଗୋଟିଏ ଫୋନ ଆସିଥିଲା। ଏହାପରେ ସେ ଘରୁ ବାହାରି ଯାଇଥିଲା। କିନ୍ତୁ ସେ ଆଉ ଫେରି ନଥିଲା। କିଛି ଘଣ୍ଟା ପରେ ତାକୁ ଆକ୍ରମଣ କରାଯାଇଥିବା ଖବର ଆମ ପାଖକୁ ଆସିଥିଲା। ସେମାନେ ମୋ ପୁଅକୁ ଛୁରୀ ଭୁସିବା ସହ ମୁଣ୍ଡକୁ ଆଘାତ ଦେଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି।”

ପୁଲିସ୍‌ ଏହି ଘଟଣାରେ ଝିଅର ଭାଇ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos