ବେଡ୍‌ ସରିଯିବାରୁ ୱେଟିଂ ହଲ୍‌ରେ ରୋଗୀଙ୍କୁ ଦିଆଯାଉଛି ଅମ୍ଳଜାନ, ଦେଖନ୍ତୁ ଭିଡିଓ

ପୁଣେ: କରୋନାର ଦ୍ୱିତୀୟ ଲହରୀର ଉଗ୍ର ରୂପ ମଧ୍ୟରେ ବଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ପିମ୍ପରି ଠାରେ ଥିବା ଗୋଟିଏ ହସ୍ପିଟାଲରେ ରୋଗୀଙ୍କ ପାଇଁ ଉପଲବ୍ଧ ଥିବା ବେଡ୍ ଶେଷ ହୋଇଯାଇଛି। ଏହାପରେ ବି ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଫଳରେ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଥିବା ରୋଗୀଙ୍କୁ ହସ୍ପିଟାଲର ଅପେକ୍ଷା ପ୍ରକୋଷ୍ଠ ବା ୱେଟିଂ ହଲରେ ଅମ୍ଳଜାନ ଯୋଗାଇ ଦିଆଯାଇଛି। ୱେଟିଂ ହଲରେ […]

covid

covid

Hemant Lenka
  • Published: Tuesday, 06 April 2021
  • Updated: 06 April 2021, 06:44 PM IST

Sports

Latest News

ପୁଣେ: କରୋନାର ଦ୍ୱିତୀୟ ଲହରୀର ଉଗ୍ର ରୂପ ମଧ୍ୟରେ ବଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ପିମ୍ପରି ଠାରେ ଥିବା ଗୋଟିଏ ହସ୍ପିଟାଲରେ ରୋଗୀଙ୍କ ପାଇଁ ଉପଲବ୍ଧ ଥିବା ବେଡ୍ ଶେଷ ହୋଇଯାଇଛି।

ଏହାପରେ ବି ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଫଳରେ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଥିବା ରୋଗୀଙ୍କୁ ହସ୍ପିଟାଲର ଅପେକ୍ଷା ପ୍ରକୋଷ୍ଠ ବା ୱେଟିଂ ହଲରେ ଅମ୍ଳଜାନ ଯୋଗାଇ ଦିଆଯାଇଛି। ୱେଟିଂ ହଲରେ ସେମାନଙ୍କୁ ଚିକିତ୍ସା କରାଯାଉଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ୱାର୍ଡଗୁଡ଼ିକରେ ବେଡ୍‌ ଖୋଜି ରୋଗୀଙ୍କୁ ଯୋଗାଇବାକୁ ଚେଷ୍ଟା କରୁଛନ୍ତି। ୱେଟିଂ ହଲ୍‌ରେ ଏପରି ଭାବେ ୭ଟି ଅସ୍ଥାୟୀ ବେଡ୍‌ ତିଆରି କରି ରୋଗୀ ସେବା କରାଯାଉଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଏଠାରେ ଥିବା ଯଶବନ୍ତରାଓ ଚୌହାନ ମେମୋରିଆଲ ହସ୍ପିଟାଲରେ ମୋଟ ବେଡ୍ ସଂଖ୍ୟା ୪୦୦। ଏହା ମଧ୍ୟରେ ୫୫ଟି ଆଇସିୟୁ ବେଡ୍‌ ରହିଛି। ଆଜି ସବୁ ବେଡରେ ରୋଗୀ ଚିକିତ୍ସିତ ହେଉଛନ୍ତି। ଏହାବାଦ୍ ଅଧିକ ରୋଗୀ ଆସୁଥିବାରୁ ସେମାନଙ୍କୁ ୱେଟିଂ ହଲ୍‌ରେ ହିଁ ଅମ୍ଳଜାନ ଯୋଗାଇ ଚିକିତ୍ସା କରାଯାଉଛି।

ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ “ପିସିଏମସି ଓ ଏହାର ବାହାରେ ରହୁଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଯେଉଁ ରୋଗୀମାନେ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ତୁରନ୍ତ ୱେଟିଂ ହଲ୍‌ରେ ହିଁ ଅମ୍ଳଜାନ ଯୋଗାଇ ଦିଆଯାଉଛି। ଏହାପରେ ବେଡ୍ ଖୋଜି ୱାର୍ଡରେ ଭର୍ତ୍ତି କରାଯାଉଛି।

ନୂଆ ରୋଗୀ ଆସିଲେ, ତାଙ୍କ ରୋଗ କେତେ ଗୁରୁତର ପ୍ରଥମେ ସେକଥାକୁ ବିଚାର କରାଯାଉଛି। ଯଦି ତାଙ୍କୁ ତୁରନ୍ତ ଅମ୍ଳଜାନ ଦରକାର ପଡ଼ୁଛି, ତା’ହେଲେ ତାଙ୍କୁ ଏହି ଠାରେ ହିଁ ଏହାର ବ୍ୟବସ୍ଥା କରାଯାଉଛି। ଅଧିକାଂଶ କରୋନା ରୋଗୀ ମଧ୍ୟ ଏଠାକୁ ଆସୁଛନ୍ତି।”


ପୂଜା ଭରଦ୍ୱାଜ ନାମକ ଜଣେ ସାମ୍ବାଦିକ କେମିତି ୱେଟିଂ ହଲ୍‌ରେ ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦିଆଯାଉଛି, ତା’ର ଭିଡିଓ ମଧ୍ୟ ଶେୟାର ପୋଷ୍ଟ କରିଛନ୍ତି। ସେ କହିଛନ୍ତି, “ପୁଣେରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ବେଡ୍‌ ଫୁଲ ହୋଇଯିବାରୁ ୱେଟିଂ ଅଞ୍ଚଳରେ ହିଁ ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦିଆଯାଉଛି। ହସ୍ପିଟାଲରେ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି। ଅଧିକାଂଶ କରୋନା ରୋଗୀ ଶ୍ୱାସକ୍ରିୟାରେ ସମସ୍ୟା ଭୋଗୁଥିବାରୁ ଏଠାକୁ ଆସୁଛନ୍ତି। ଆଇସିୟୁ ବେଡ୍‌ର ଅଭାବ ମଧ୍ୟରେ ନୂଆ ଓ ବଡ଼ ଲହରର ସାମ୍ନା କେମିତି କରାଯିବ?”

ଅନ୍ୟପକ୍ଷରେ ସୋମବାର ପୁଣେରେ ୮,୦୭୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫.୮ ଲକ୍ଷ ଅତିକ୍ରମ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos