କେତେ ଦିନ ଯାଏ କରୋନା ସଂକ୍ରମଣରୁ ସୁରକ୍ଷା ଦେବ ଟିକା? କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ମହାମାରୀ କରୋନାରୁ ସୁରକ୍ଷା ଦେବାରେ ଟିକା ସକ୍ଷମ। ତେବେ ଏହା କେତେ ଦିନ ଯାଏ ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି କରି ରଖିବ? ସାଧାରଣ ଲୋକଙ୍କ ଶରୀରରେ ତ ଟିକା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି। କ’ଣ ଟିକା ନେବା ଦ୍ୱାରା କ୍ୟାନସର ଭଳି ରୋଗୀଙ୍କ କ୍ଷେତ୍ରରେ ସମାନ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି କି? ଏ ଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ବିଶେଷଜ୍ଞଙ୍କ […]

Vaccine1

Vaccine1

Hemant Lenka
  • Published: Saturday, 22 May 2021
  • Updated: 22 May 2021, 01:18 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାରୁ ସୁରକ୍ଷା ଦେବାରେ ଟିକା ସକ୍ଷମ। ତେବେ ଏହା କେତେ ଦିନ ଯାଏ ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି କରି ରଖିବ? ସାଧାରଣ ଲୋକଙ୍କ ଶରୀରରେ ତ ଟିକା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି। କ’ଣ ଟିକା ନେବା ଦ୍ୱାରା କ୍ୟାନସର ଭଳି ରୋଗୀଙ୍କ କ୍ଷେତ୍ରରେ ସମାନ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି କି? ଏ ଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ବିଶେଷଜ୍ଞଙ୍କ ମତରେ କରୋନା ଟିକା କେତେ ଦିନ ଯାଏ ଜଣଙ୍କୁ ସୁରକ୍ଷା ଯୋଗାଇବ, ତା’ର ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ। ବିଭିନ୍ନ କମ୍ପାନୀ ପକ୍ଷରୁ ଟିକା ପ୍ରସ୍ତୁତ କରାଯାଇଛି। କେଉଁ ଟିକା ୬ମାସରୁ ବର୍ଷେ ସୁରକ୍ଷା ଦେବ ବୋଲି ଦାବି କରୁଥିବା ବେଳେ ଆଉ କିଛିର ପରୀକ୍ଷା ଚାଲିଛି।

ଏଭଳି ସ୍ଥିତରେ କୋଭିଡ ବୁଷ୍ଟରକୁ ବାର୍ଷିକ ଫ୍ଲୁ ଟିକା ଭାବେ ବିବେଚନା କରିବାକୁ ଯୋଜନା ଚାଲିଥିବା କୁହାଯାଇଛି। ପ୍ରତିବର୍ଷ ଲୋକଙ୍କୁ ଟିକାର ଡୋଜ୍‌ ନେବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।

ଡାନା ଫାରବେର କ୍ୟାନସର ଇନଷ୍ଟିଚ୍ୟୁଟର ମୁଖ୍ୟ ମେଡିକାଲ ଅଫିସର କ୍ରେଗ ବୁନ୍ନେଲ କହିଛନ୍ତି, ଭଲ ଖବର ହେଉଛି, ଟିକା ନେବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି କି ନାହିଁ, ସେକଥା ଜାଣିବାକୁ ଆମ ପାଖରେ ଆଣ୍ଟିବଡି ଟେଷ୍ଟ ରହିଛି। କିନ୍ତୁ ଖରାପ ଖବର ହେଉଛି ଯେ ଏହି ରେଜଲ୍ଟକୁ ଆମେ କେମିତି ଉପସ୍ଥାପନ କରିବୁ, ସେକଥା ଜାଣିପାରୁନୁ। ଏହାର ଅର୍ଥ ଆଣ୍ଟିବଡି ଟିକା ନେବା ଦ୍ୱାରା କେତେ ଦିନ ଆମକୁ ସୁରକ୍ଷିତ ରଖୁଛି, ତାହା ଜଣାପଡ଼ିନି।”

ଏପିଡେମିଓଲୋଜିଷ୍ଟ ମାଇକେଲ ମୀନା କହିଛନ୍ତି, ପ୍ରତି ସପ୍ତାହରେ ନୂଆ ତଥ୍ୟ ଆସୁଛି। ଏହାକୁ ଆଧାର କରି ଗବେଷକମାନେ ଟିକାର ସୁରକ୍ଷା ସମ୍ପର୍କରେ ଭଲ ଭାବେ ଜାଣିବା ପାଇଁ ଆଗକୁ ବଢ଼ୁଛନ୍ତି। ବର୍ତ୍ତମାନ ସୁଦ୍ଧା ସାଧାରଣତଃ ଟିକା କେତେ ଦିନ ସୁରକ୍ଷା ଦେବ, ତାହା ସ୍ପଷ୍ଟ ହୋଇନାହିଁ।

ତେବେ ମିଳିଥିବା ସମସ୍ତ ସୂଚନାକୁ ତର୍ଜମା କଲେ ଟିକା ନେବା ଦ୍ୱାରା ଅତିକମରେ ୬ ମାସ ଯାଏ ଶରୀରରେ ଆଣ୍ଟିବଡି ରହୁଛି ବୋଲି କୁହାଯାଇ ପରେ। ଏହାପରେ କ’ଣ ହେବ, ସେ ବିଷୟରେ ଏଯାଏ କିଛି ଜଣାପଡ଼ିନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ୟାନସର ରୋଗରେ ପୀଡ଼ିତ ଥିବା ୪୦ରୁ ୫୦% ରୋଗୀଙ୍କ ଶରୀରରେ ଟିକା ନେଲେ ମଧ୍ୟ ଆଣ୍ଟିବଡି ସୃଷ୍ଟି ହେଉ ନଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos