କାଲି ରେଜଲ୍ଟ: ରାଷ୍ଟ୍ରପତି ନିର୍ବାଚନରେ କେମିତି ଗଣାଯାଏ ଭୋଟ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ? ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୋପଦୀ ମୁର୍ମୁ ନା ବିରୋଧୀ ମେଣ୍ଟର ଯଶୱନ୍ତ ସିହ୍ନା? ଏହାର ଫୈସଲା ଆସନ୍ତାକାଲି ସାମ୍ନାକୁ ଆସିବ। କାରଣ ଆସନ୍ତକାଲି ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତ ଶେଷ ହୋଇଛି। ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ହୋଇଥିଲା। ଗୁରୁବାର ଦିନ ୧୧ଟାରୁ ଗଣତି ଆରମ୍ଭ ହେବା ସହ ଫଳାଫଳ ପ୍ରକାଶ ପାଇବ।

ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତି ନିର୍ବାଚନରେ ଭୋଟ କେମିତି ଗଣତି ହୁଏ?

୧-ପ୍ରଥମେ ରିଟର୍ଣ୍ଣିଂ ଅଫିସର ବାଲଟ ପେପରକୁ ଶର୍ଟଲିଷ୍ଟ କରିବେ ଓ ଭଲ ଭାବେ ଯାଞ୍ଚ କରିବେ।

୨-ସାଂସଦମାନେ ସେମାନଙ୍କ ପ୍ରଥମ ପସନ୍ଦ ପ୍ରାର୍ଥୀଙ୍କୁ ଗ୍ରୀନ ପେନ୍‌ ଦ୍ୱାରା ଚୟନ କରିଥିବା ବେଳେ ବିଧାୟକମାନେ ପିଙ୍କ ପେନ୍‌ରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

୩- ସଂସଦର ଭୋଟ ଗଣତି ରୁମରେ ଦୁଇଟି ଟ୍ରେ ରହିବ। ଗୋଟିଏ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଉ ଗୋଟିଏ ଯଶୱନ୍ତ ସିହ୍ନାଙ୍କ ପାଇଁ।

୪-ପ୍ରଥମେ ବିଧାୟକମାନଙ୍କ ବାଲଟ ପେପର ଶର୍ଟଲିଷ୍ଟ ହେବ। ଏହାପରେ ସାଂସଦଙ୍କ ବାଲଟ ପେପର ଏକାଠି କରାଯିବ।

୫-ଯେଉଁ ବାଲଟ ପେପରରେ ମୁର୍ମୁଙ୍କ ନାଁ ରହିଥିବ ସେଗୁଡ଼ିକ ତାଙ୍କ ଟ୍ରେରେ ଓ ଯଶବନ୍ତ ସିହ୍ନାଙ୍କ ନାଁ ଥିବା ପେପର ଗୁଡ଼ିକୁ ତାଙ୍କ ଟ୍ରେରେ ରଖାଯିବ।

୬- ପ୍ରତି ସାଂସଦଙ୍କ ଭୋଟର ମୂଲ୍ୟ ୭୦୦ ରହିଥିବା ବେଳେ ବିଧାୟକଙ୍କ ଭୋଟ ମୂଲ୍ୟ ରାଜ୍ୟର ଜନସଂଖ୍ୟା ଉପରେ ନର୍ଭର କରେ।

୭-ବାଲଟ ପେପର ଶର୍ଟଲିଷ୍ଟ ହେବା ପରେ ହିଁ ଗଣତି ଆରମ୍ଭ ହେବ।

୮- ସଂସଦ ଭବନର ରୁମ ନମ୍ବର ୭୩ ବାହାରେ ମିଡିଆ ଷ୍ଟାଣ୍ଡ ତିଆରି କରାଯାଇଛି। ଗଣତି ଆରମ୍ଭ ହେବା ପରେ ଗଣମାଧ୍ୟମକୁ ନିୟମିତ ଭାବେ ଟ୍ରେଣ୍ଡ ବିଷୟରେ ଅବଗତ କରାଯିବ।

୯- ସନ୍ଧ୍ୟା ସୁଦ୍ଧା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।