ଶାସକ ବିଜେପିକୁ ଜୋରଦାର ଝଟକା, ସବୁ ଆସନ ପୋଛି ନେଲା କଂଗ୍ରେସ

ଶିମଲା: ହିମାଚଳ ପ୍ରଦେଶରେ କ୍ଷମତାସୀନ ବିଜେପିକୁ ଉପ ନିର୍ବାଚନରେ ଜୋରଦାର ଝଟକା ଲାଗିଛି। ରାଜ୍ୟରେ ବିଜେପି କ୍ଷମତାରେ ଥିବାରୁ ୩ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଅନୁଷ୍ଠିତ ହେଉଥିବା ଉପ ନିର୍ବାଚନ ଫଳଫଳ ଦଳ ସପକ୍ଷରେ ଯିବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ବିଭିନ୍ନ ରାଜ୍ୟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବା କଂଗ୍ରେସ ସବୁ ଆକଳନକୁ ଓଲଟପାଲଟ କରି ଦେଇଛି। କଂଗ୍ରେସ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ସହ ସମସ୍ତ ୩ ବିଧାନସଭା ଆସନ ଫତେପୁର, […]

congress

congress

Hemant Lenka
  • Published: Tuesday, 02 November 2021
  • Updated: 02 November 2021, 04:14 PM IST

ଶିମଲା: ହିମାଚଳ ପ୍ରଦେଶରେ କ୍ଷମତାସୀନ ବିଜେପିକୁ ଉପ ନିର୍ବାଚନରେ ଜୋରଦାର ଝଟକା ଲାଗିଛି। ରାଜ୍ୟରେ ବିଜେପି କ୍ଷମତାରେ ଥିବାରୁ ୩ ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ଅନୁଷ୍ଠିତ ହେଉଥିବା ଉପ ନିର୍ବାଚନ ଫଳଫଳ ଦଳ ସପକ୍ଷରେ ଯିବ ବୋଲି ସମସ୍ତେ ଆଶା କରିଥିଲେ।

କିନ୍ତୁ ବିଭିନ୍ନ ରାଜ୍ୟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବା କଂଗ୍ରେସ ସବୁ ଆକଳନକୁ ଓଲଟପାଲଟ କରି ଦେଇଛି। କଂଗ୍ରେସ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ସହ ସମସ୍ତ ୩ ବିଧାନସଭା ଆସନ ଫତେପୁର, ଅରକି ଓ ଜୁବ୍ବାଲ କୋଟଖାଇରେ ବିଜୟ ବାନା ଉଡ଼ାଇଛି। ବିଜେପି କୌଣସି ଆସନରେ ବି ଜିତିବାକୁ ସକ୍ଷମ ହୋଇନି।

ଆସନ୍ତାବର୍ଷ ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ବିଜେପି ଶାସିତ ଅଞ୍ଚଳରେ ଦଳ ଉପ ନିର୍ବାଚନରେ ହାରିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ସେହିପରି ଲଗାତର ପରାଜୟ ବରଣ କରୁଥିବା କଂଗ୍ରେସର ଏପରି ବିଜୟ ଦଳୀୟ ନେତାଙ୍କ ମନୋବଳ ବଢ଼ାଇଛି।

ମଣ୍ଡି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ସିଂହ ୮,୭୬୬ ଖଣ୍ଡ ଭୋଟରେ ବିଜେପିର ବ୍ରିଗେଡିୟର କୁଶଲ ଠାକୁରଙ୍କୁ ପରାସ୍ତ କରିଛନ୍ତି। ପ୍ରତିଭା ହେଉଛନ୍ତି ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବୀରଭଦ୍ର ସିଂହଙ୍କ ପତ୍ନୀ। ଏବେ ପ୍ରତିଭା ଲୋକସଭା ଉପ ନିର୍ବାଚନରେ ବାଜିମାତ କରିଛି।

ସେହିପରି ଅରକିରେ କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ଅବସ୍ତୀ ବିଜେପିର ରତନ ସିଂହ ପାଲଙ୍କୁ ୩,୨୧୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଜୁବ୍ବାଲ କୋଟଖାଇ ଆସନରେ ବିଜେପି ଏକତରଫା ଭାବେ ପରାସ୍ତ ହୋଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ରୋହିତ ଠାକୁର ଓ ସ୍ୱାଧୀନ ପ୍ରାର୍ଥୀ ଚେତନ ବ୍ରଗତଙ୍କ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ରୋହିତ ୬,୨୯୩ ଖଣ୍ଡ ଭୋଟରେ ଚେତନକୁ ପରାସ୍ତ କରିଥିଲେ। ଫତେପୁରରେ କଂଗ୍ରେସ ପ୍ରାର୍ଥୀ ଭବାନୀ ସିଂହ ପଠାନିଆ ବିଜେପିର ବଳଦେବ ଠାକୁରଙ୍କୁ ୫୭୯୮ ଖଣ୍ଡ ଭୋଟରେ ହରାଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଣ୍ଡି ଲୋକସଭା ଉପ ନିର୍ବାଚନରେ ବିଜେପି ଜିତିବ ବୋଲି ଆଶା ରଖିଥିଲେ। କାରଣ ୨୦୧୯ ଓ ୨୦୧୪ ଲୋକସଭା ନିର୍ବାଚନ ବେଳେ ଏହି ଆସନ ବିଜେପି ଖାତାକୁ ଯାଇଥିଲା।

୨୦୧୯ରେ ବିଜେପି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କୁ ୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ହରାଇଥିଲେ। କିନ୍ତୁ ଉପ ନିର୍ବାଚନରେ ସବୁ କିଛି ଓଲଟପାଲଟ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos