କରୋନାର ମୂଳପୋଛ ପାଇଁ ବିଶାଳ ଧାର୍ମିକ ରାଲି, ସାମାଜିକ ଦୂରତାର ଧଜିଆ ଉଡ଼ିଲା

ଅହମଦାବାଦ: ମହାମାରୀ କରୋନା ସଂକ୍ରମଣ ଭିତରେ ଗୁଜରାଟରୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ମନ୍ଦିରରେ ପାଣି ଢାଳିଲେ କରୋନା ସବୁଦିନ ପାଇଁ ଶେଷ ହୋଇଯିବ ବୋଲି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶହଶହ ଲୋକ ଧାର୍ମିକ ସମାବେଶରେ ସାମିଲ ହୋଇଛନ୍ତି। ଏହି ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ସାମାଜିକ ଦୂରତା ନିୟମକୁ ସମସ୍ତେ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି। ପୁଲିସ୍‌ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସି ୨୩ ଜଣଙ୍କୁ […]

Temple

Temple

Hemant Lenka
  • Published: Wednesday, 05 May 2021
  • Updated: 05 May 2021, 06:32 PM IST

Sports

Latest News

ଅହମଦାବାଦ: ମହାମାରୀ କରୋନା ସଂକ୍ରମଣ ଭିତରେ ଗୁଜରାଟରୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ମନ୍ଦିରରେ ପାଣି ଢାଳିଲେ କରୋନା ସବୁଦିନ ପାଇଁ ଶେଷ ହୋଇଯିବ ବୋଲି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶହଶହ ଲୋକ ଧାର୍ମିକ ସମାବେଶରେ ସାମିଲ ହୋଇଛନ୍ତି।

ଏହି ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ସାମାଜିକ ଦୂରତା ନିୟମକୁ ସମସ୍ତେ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି। ପୁଲିସ୍‌ ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସି ୨୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଗାଁର ମୁଖିଆ ମଧ୍ୟ ରହିଛନ୍ତି।

ସୂଚନା ଅନୁସାରେ, ମେ’ ୩ ତାରିଖରେ ଅହମଦାବାଦ ଜିଲ୍ଲା ସାଣ୍ଡା ତାଲୁକାରେ ଥିବା ନଭପୁରା ଗାଁରେ ଏପରି ଘଟଣା ଘଟିଥିଲା। ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାର ଉପାୟ ଗାଁ ଲୋକମାନେ ଖୋଜିବା ଆରମ୍ଭ କରିଥିଲେ। ମନ୍ଦିରେ ମାନସିକ ରଖି ପାଣି ଢାଳିରେ କରୋନା ସବୁ ଦିନ ପାଇଁ ମୂଳପୋଛ ହୋଇଯିବ ବୋଲି ସେମାନଙ୍କ ମନରେ ଅନ୍ଧ ବିଶ୍ୱାସ ସୃଷ୍ଟି ହୋଇଥିଲା।


ଏହି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଗାଁ ଲୋକମାନେ ବୈଲୟ ଦେବ ମନ୍ଦିରରେ ପାଣି ଢାଳିବାକୁ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତି ଅନୁସାରେ, ମେ’ ୩ରେ ପାଣି ଢଳା ପ୍ରୋସେସନ ଆରମ୍ଭ ହୋଇଥିଲା। ଗାଁରେ ରହୁଥିବା ଶହଶହ ମହିଳା ନିଜ ଘରେ ଥିବା ଗରାରେ ପାଣି ମୁଣ୍ଡାଇ ଧାର୍ମିକ ସମାବେଶରେ ସାମିଲ ହୋଇଥିଲେ। ପୁରୁଷ ଲୋକମାନେ ମଧ୍ୟ ସେମାନଙ୍କ ସହ ଚାଲିଚାଲି ମନ୍ଦିର ଅଭିମୁଖେ ଯାଇଥିଲେ।

କିଛି ମହିଳାଙ୍କ ମୁହଁରେ ମାସ୍କ ଥିବା ବେଳେ ଆଉ କିଛି ଏହାକୁ ପିନ୍ଧି ନଥିଲେ। ସମସ୍ତେ ଏକାଠି ହୋଇ ସାମାଜିକ ଦୂରତା ନିୟମର ଧଜିଆ ଉଡ଼ାଇଥିଲେ। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।

କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ଗାଁ ମୁଖିଆ ବା ସରପଞ୍ଚ ଗଫାଭାଇ ଠାକୋରଙ୍କ ସମେତ ୨୩ ଜଣଙ୍କୁ ଗିରଫ କରିଛି। ମହାମାରୀ ଆଇନ ବଳରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos