ସ୍ତ୍ରୀମାନେ ଜିତିଲେ ନିର୍ବାଚନ, କିନ୍ତୁ ସ୍ୱାମୀମାନେ ନେଲେ ଶପଥ

ଭୋପାଲ: ନିର୍ବାଚନରେ ଜଣେ ଜିତିଥିଲେ କ’ଣ ତାଙ୍କ ଘରର ଆଉ କେହି ସେହି ପଦରେ ଶପଥ ପାଠ କରିପାରିବେ କି? ଏମିତି ବ୍ୟବସ୍ଥା ଭାରତର କୌଣସି ସ୍ଥାନରେ ଥିବା ଆପଣମାନେ କେବେ ଶୁଣି ନଥିବେ। ହେଲେ ମଧ୍ୟପ୍ରଦେଶର ଦାମୋରେ ଏମିତି ‌ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ପତ୍ନୀମାନେ ଦୀର୍ଘ ଦିନର ପ୍ରଚାର କରି ନିର୍ବାଚନ ଜିତିଥିଲେ ମଧ୍ୟ ରେଜଲ୍ଟ ବାହାରିବା ପରେ ସେମାନଙ୍କ ସ୍ୱାମୀମାନେ ସରପଞ୍ଚ ଓ ଗାଁର ପଞ୍ଚ ଭାବେ ଶପଥ ଗ୍ରହଣ କରିଛନ୍ତି। […]

wives

wives

Hemant Lenka
  • Published: Friday, 05 August 2022
  • Updated: 05 August 2022, 05:58 PM IST

Sports

Latest News

ଭୋପାଲ: ନିର୍ବାଚନରେ ଜଣେ ଜିତିଥିଲେ କ’ଣ ତାଙ୍କ ଘରର ଆଉ କେହି ସେହି ପଦରେ ଶପଥ ପାଠ କରିପାରିବେ କି? ଏମିତି ବ୍ୟବସ୍ଥା ଭାରତର କୌଣସି ସ୍ଥାନରେ ଥିବା ଆପଣମାନେ କେବେ ଶୁଣି ନଥିବେ। ହେଲେ ମଧ୍ୟପ୍ରଦେଶର ଦାମୋରେ ଏମିତି ‌ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ପତ୍ନୀମାନେ ଦୀର୍ଘ ଦିନର ପ୍ରଚାର କରି ନିର୍ବାଚନ ଜିତିଥିଲେ ମଧ୍ୟ ରେଜଲ୍ଟ ବାହାରିବା ପରେ ସେମାନଙ୍କ ସ୍ୱାମୀମାନେ ସରପଞ୍ଚ ଓ ଗାଁର ପଞ୍ଚ ଭାବେ ଶପଥ ଗ୍ରହଣ କରିଛନ୍ତି।

ସେମାନେ ନିଜ ନିଜ ସ୍ତ୍ରୀଙ୍କ ବଦଳରେ ଏହି ଦାୟିତ୍ୱ ନେଇଛନ୍ତି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ପଞ୍ଚାୟତ ଅଧିକାରୀମାନଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଛି।

ଦାମୋ ଜିଲ୍ଲାର ଗୈସାବାଦ ପଞ୍ଚାୟତରେ ଏହି ଘଟଣା ଘଟିଛି। ଏଠାରେ ଅନୁଷ୍ଠିତ ହୋଇଥିବର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତିର ଜଣେ ମହିଳା ସରପଞ୍ଚ ଭାବେ ବାଜିମାତ କରିଥିଲେ। ସେହିପରି ଏକାଧିକ ମହିଳା ମଧ୍ୟ ଗାଁର ପଞ୍ଚ ଭାବେ ଜିତିଥିଲେ।

ନିର୍ବାଚନ ରେଜଲ୍ଟ ବାହାରିବା ପରେ ନିବ ନିର୍ବାଚିତ ସଦସ୍ୟମାନଙ୍କ ପାଇଁ ଶପଥପାଠ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହେଲେ ଏହି ଶପଥ ପାଠ ଉତ୍ସବରେ ନିର୍ବାଚନରେ ଜିତିଥିବା ମହିଳାମାନଙ୍କ ବଦଳରେ ସେମାନଙ୍କ ସ୍ୱାମୀ ସରପଞ୍ଚ ଓ ପଞ୍ଚ ପଦରେ ଗୋପନୀୟତାର ଶପଥ ପାଠ କରିଥିଲେ। ଶପଥ ପାଠ କାର୍ଯ୍ୟ ପାଇଁ ଗାଁର ପଞ୍ଚାୟତରେ ବ୍ୟବସ୍ଥା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ମଧ୍ୟ ବିଜେତା ସ୍ତ୍ରୀଙ୍କ ବଦଳରେ ସ୍ୱାମୀମାନେ ଶପଥ ପାଠ କରିଥିଲେ। ପଞ୍ଚାୟତ ସଚିବ ମଧ୍ୟ ଏହାକୁ ସ୍ୱୀକୃତି ଦେଇଥିଲେ। ଶପଥ ପାଠ କାର୍ଯ୍ୟକ୍ରମରେ ନିର୍ବାଚନରେ ଜିତିଥିବା ମହିଳାମାନେ ଉପସ୍ଥିତ ନଥିଲେ। ଏହାକୁ ନେଇ ଏବେ ବିବାଦ ବିବାଦ ସୃଷ୍ଟି ହୋଇଛି। ବିବାଦ ବଢ଼ୁଥିବାରୁ ଦାମୋ ପଞ୍ଚାୟତର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଅଜୟ ଶ୍ରୀବାସ୍ତ କହିଛନ୍ତି, କିଛି ପୁରୁଷ ଲୋକ ନିର୍ବାଚନରେ ଜିତିଥିବା ସେମାନଙ୍କ ପତ୍ନୀମାନଙ୍କ ବଦଳରେ ଶପଥ ନେଇଛନ୍ତି।

ଏହା ବେଆଇନ କାମ। ଏହାର ଖବର ମିଳିବା ପରେ ଆମେ ବିସ୍ତୃତ ରିପୋର୍ଟ ମାଗିଛୁ। ରିପୋର୍ଟ ମିଳିବା ପରେ ଆମେ ଶପଥ ପାଠ କରାଇଥିବା ପଞ୍ଚାୟତ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos