ଅବୁଝା ଗେହଲଟଙ୍କ ରାଜସ୍ଥାନ ମୋହ ଭାଙ୍ଗୁନି! ନାମାଙ୍କନ ପାଇଁ ଥରୁରଙ୍କ ସଜବାଜ

ଜୟପୁର: ରାହୁଲ ଗାନ୍ଧି ନିରାଶ କରିବା ପରେ ଏବେ କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଠାରୁ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଆଶାୟୀ ଭାବେ ଶଶି ଥରୁର ଆଜି ଫର୍ମ ଆଣିଛନ୍ତି। ସେ ଖୁବଶୀଘ୍ର ନାମାଙ୍କନ ଦାଖଲ କରିବେ। ତାଙ୍କ ବିରୋଧରେ ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ ଅଶୋକ ଗେହଲଟ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଦଳର ଅଧିକାଂଶ ସଦସ୍ୟ […]

Gehlot

Gehlot

Hemant Lenka
  • Published: Saturday, 24 September 2022
  • Updated: 24 September 2022, 03:23 PM IST

Sports

Latest News

ଜୟପୁର: ରାହୁଲ ଗାନ୍ଧି ନିରାଶ କରିବା ପରେ ଏବେ କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଠାରୁ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଆଶାୟୀ ଭାବେ ଶଶି ଥରୁର ଆଜି ଫର୍ମ ଆଣିଛନ୍ତି। ସେ ଖୁବଶୀଘ୍ର ନାମାଙ୍କନ ଦାଖଲ କରିବେ। ତାଙ୍କ ବିରୋଧରେ ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ ଅଶୋକ ଗେହଲଟ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଦଳର ଅଧିକାଂଶ ସଦସ୍ୟ ମଧ୍ୟ ଗେହଲଟ ଦଳର ଅଧ୍ୟକ୍ଷ ହୁଅନ୍ତୁ ବୋଲି ଚାହୁଁଛନ୍ତି।

ଗେହଲଟ ଅଧ୍ୟକ୍ଷ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ତାଙ୍କର ରାଜସ୍ଥାନ ମୋହ ଭାଙ୍ଗୁନି। ବର୍ତ୍ତମାନ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିଛନ୍ତି। ଯଦି ସେ ଅଧ୍ୟକ୍ଷ ନିର୍ବାଚନ ଜିତିବେ, ତା’ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ଏପରି ସ୍ଥିତିରେ ସଚିନ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ। ହେଲେ ଗେଟଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟଙ୍କୁ ଦେଖିବାକୁ ଚାହୁଁ ନାହାନ୍ତି।

୨୦୨୦ରେ ସଚିନ ପାଇଲଟ ହିଁ ଗେହଲଟ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ଗାନ୍ଧି ପରିବାରର ହସ୍ତକ୍ଷେପ ଯୋଗୁ ସବୁ କିଛି ସମାଧାନ ହୋଇଥିଲା। କିନ୍ତୁ ଗେହଲଟ ସେବେଠାରୁ ପାଇଲଟଙ୍କ ଉପରେ ଖପ୍ପା ହୋଇଛନ୍ତି। ଏଥିପାଇଁ ସେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦେବା ମୁଡରେ ନାହାନ୍ତି। ଗାନ୍ଧି ପରିବାର ବାରମ୍ବାର ଗେହଲଟଙ୍କୁ ବୁଝାଉଥିଲେ ମଧ୍ୟ ସେ ରାଜସ୍ଥାନର ଆଳ ଦେଖାଇ ନିଜ ଜିଦରେ ଅଟଳ ରହିଛନ୍ତି।

ଗେହଲଟ ନିଜ ଇଚ୍ଛାରେ ମୁଖ୍ୟମନ୍ତ୍ରୀ ଚୟନ କରିବେ ନା ସଚିନ ପାଇଲଟଙ୍କୁ ଦାୟିତ୍ୱ ଦେବେ? ସେହିପରି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ନା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବଦଳିବେ? କ’ଣ ଗେହଲଟ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଉ କିଛି ସମୟ ନେବେ କି? ଏସବୁ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି। ଏହାବାଦ ୱାନ ମ୍ୟାନ, ୱାନ ପୋଷ୍ଟ ନିୟମ ମଧ୍ୟ ଗେହଲଟଙ୍କ ଆଗରେ ସମସ୍ୟା ଭାବେ ଉଭା ହୋଇଛି।

ଗେହଲଟ କହିଛନ୍ତି, “ଏହି ସବୁ ପ୍ରସଙ୍ଗ ଉପରେ ବିତର୍କ କରିବାର ଆବଶ୍ୟକ ନାହିଁ। ମୁଁ ଚୁପ ରହିଛି। ମୁଁ ମୁଖ୍ୟମନ୍ତ୍ରୀ ପଦ ସ୍ୱେଚ୍ଛାକୃତ ଭାବେ ଛାଡ଼ିବାକୁ ପ୍ରସ୍ତୁତ ନଥିବା ରିପୋର୍ଟ ମଧ୍ୟ ମିଡିଆରେ ପ୍ରକାଶ ପାଉଛି। କିନ୍ତୁ ଜୀବନବ୍ୟାପୀ ରାଜସ୍ଥାନ ପ୍ରତି ମୋର ସେବା ରହିବା ବୟାନକୁ ମିଡିଆ ଭୁଲ ଭାବେ ଉପସ୍ଥାପନ କରିଛି। କେଉଁ ପ୍ରସଙ୍ଗରେ ମୁଁ ଏକଥା କହିଥଲି, ତାକୁ ବୁଝିବା ଦରକାର।

ଆଜି ବି ମୁଁ ସମାନ କଥା କହୁଛି। ଏଆଇସିସି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ ପରେ ମଧ୍ୟ ରାଜସ୍ଥାନ ପାଇଁ ମୋର ସେବା ଜାରି ରହିବ। ମୁଁ ରାଜସ୍ଥାନକୁ ପ୍ରତିନିଧିତ୍ୱ କରେ। ମୁଁ ମୋର ସାରା ଜୀବନ ରାଜ୍ୟ ସେବାରେ ଲଗାଇବି। ଏହା କହିବାରେ ଭୁଲ କେଉଁଠି? ଲୋକମାନେ ଏପରି ବୟାନକୁ ଭିନ୍ନ ଅର୍ଥରେ ବୁଝୁଛନ୍ତି।”

ତାଙ୍କ ଉତ୍ତରାଧିକାରୀ ଅର୍ଥାତ ମୁଖ୍ୟମନ୍ତ୍ରୀ ବାଛିବା ବେଳେ ସୁପାରିସ କାମ କରିବ ନା ବିଧାୟକମାନଙ୍କ ମତାମତ ଲୋଡ଼ାଯିବ? କ’ଣ ନେତୃବୃନ୍ଦ, ଯାହ କହିବେ ସେହି ଅନୁସାରେ ହେବ ବୋଲି ପ୍ରଶ୍ନ ଗେହଲଟଙ୍କୁ ପଚରା ଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, “ଇନଚାର୍ଜରେ ଥିବା ଆମ ସାଧାରଣ ସମ୍ପାଦକ ଅଜୟ ମାକେନ ଓ ଦଳର ମୁଖ୍ୟ ସୋନିଆ ଗାନ୍ଧି ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ। ଏଥିସହ ଏହା କେବେ ହେବ, ସେକଥା ମଧ୍ୟ ଘୋଷଣା କରିବେ। ଏହି ସବୁ ପ୍ରସଙ୍ଗର ନିଷ୍ପତ୍ତି ସେମାନେ ନେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story