ଭାରତର କୋଭିସିଲ୍ଡ ଟିକା ନେଇଥିବା କହିଲେ ୟୁଏନଜିଏ ସଭାପତି

ମିଳିତ ଜାତିସଂଘ: ଭାରତରେ ଉତ୍ପାଦନ ହେଉଥିବା କୋଭିସଲ୍ଡକୁ ନେଇ କିଛି ଦେଶ ଆପତ୍ତି ଉଠାଉଥିବା ବେଳେ ଜାତିସଂଘର ୭୬ତମ ଜେନେରାଲ ଆସେମ୍ୱ୍ଲି(ୟୁଏନଜିଏ)ର ସଭାପତି ଅବଦୁଲ୍ଲା ଶାହିଦ ବଡ଼ ବୟାନ ଦେଇଛନ୍ତି। ସେ ଭାରତରେ ଉତ୍ପାଦିତ ହେଉଥିବା କୋଭିସିଲ୍ଡ ଟିକାର ଦୁଇଟି ଯାକ ଡୋଜ୍‌ ନେଇଛନ୍ତି। ଏହି ଟିକା ତାଙ୍କୁ ସୁରକ୍ଷିତ ରଖିପାରିଛି ବୋଲି ସେ କହିଛନ୍ତି। କୋଭିସିଲ୍ଡ ଟିକାକୁ ଆଷ୍ଟ୍ରାଜେନେକା ତିଆରି କରିଥିବା ବେଳେ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏହାକୁ ଉତ୍ପାଦନ କରୁଛି। […]

UNGA

UNGA

Hemant Lenka
  • Published: Saturday, 02 October 2021
  • Updated: 02 October 2021, 02:10 PM IST

ମିଳିତ ଜାତିସଂଘ: ଭାରତରେ ଉତ୍ପାଦନ ହେଉଥିବା କୋଭିସଲ୍ଡକୁ ନେଇ କିଛି ଦେଶ ଆପତ୍ତି ଉଠାଉଥିବା ବେଳେ ଜାତିସଂଘର ୭୬ତମ ଜେନେରାଲ ଆସେମ୍ୱ୍ଲି(ୟୁଏନଜିଏ)ର ସଭାପତି ଅବଦୁଲ୍ଲା ଶାହିଦ ବଡ଼ ବୟାନ ଦେଇଛନ୍ତି। ସେ ଭାରତରେ ଉତ୍ପାଦିତ ହେଉଥିବା କୋଭିସିଲ୍ଡ ଟିକାର ଦୁଇଟି ଯାକ ଡୋଜ୍‌ ନେଇଛନ୍ତି। ଏହି ଟିକା ତାଙ୍କୁ ସୁରକ୍ଷିତ ରଖିପାରିଛି ବୋଲି ସେ କହିଛନ୍ତି।

କୋଭିସିଲ୍ଡ ଟିକାକୁ ଆଷ୍ଟ୍ରାଜେନେକା ତିଆରି କରିଥିବା ବେଳେ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏହାକୁ ଉତ୍ପାଦନ କରୁଛି। ଏବେ ଅବଦୁଲ୍ଲା ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଆପଣମାନେ ଟିକା ସମ୍ପର୍କରେ ପ୍ରଶ୍ନ କରିଛି। ଏହା ମୋ ପାଇଁ ଗୋଟିଏ କଠିନ ପ୍ରଶ୍ନ। ମୁଁ ଭାରତର କୋଭିସିଲ୍ଡ ଟିକା ନେଇଛି। ଏହାର ଦୁଇଟି ଯାକ ଡୋଜ୍‌ ମୋତେ ଦିଆଯାଇଛି।

କେତୋଟି ଦେଶ କୋଭିସିଲ୍ଡକୁ ମାନ୍ୟତା ଦେବ କି ଅଗ୍ରାହ୍ୟ କରିବେ, ସେକଥା ମୁଁ ଜାଣିନି। କିନ୍ତୁ ଅନେକ ଦେଶର ଅଧିକାଂଶ ଲୋକ ଲୋକ କୋଭିସିଲ୍ଡ ଟିକା ନେଇଛନ୍ତି। ମୁଁ ମଧ୍ୟ ଟିକା ନେଇଛି। ଏଯାଏ ଟିକା ନେଇ ମୁଁ ସମସ୍ୟାରେ ପଡ଼ିନି। କେଉଁ ଟିକାକୁ ମାନ୍ୟତା ଦିଆଯିବ ଓ କାହାକୁ ଅଗ୍ରାହ୍ୟ କରାଯିବ, ସେକଥା ମୋ ଅପେକ୍ଷା ମେଡିକାଲ ବିଶେଷଜ୍ଞମାନେ ଭଲ କହିପାରିବେ।”

ଭାରତ ସରକାର ବ୍ୟବସାୟିକ ଚୁକ୍ତି, ସହାୟତା ଓ କୋଭାକ୍ସ ଜରିଆରେ ୬୬ ମିଲିୟନ ଟିକାର ଡୋଜ୍‌ ୧୦୦ରୁ ଅଧିକ ରାଷ୍ଟ୍ରକୁ ପଠାଇଛନ୍ତି। ଜାନୁଆରୀରେ ପ୍ରଥମ ବିଦେଶ ରାଷ୍ଟ୍ର ଭାବେ ମାଳଦ୍ୱୀପକୁ ଭାରତ ୧ ଲକ୍ଷ କୋଭିସିଲ୍ଡ ଟିକାର ଡୋଜ୍‌ ପଠାଇଥିଲେ।

ଅବଦୁଲ୍ଲା ହେଉଛନ୍ତି ମାଳଦ୍ୱୀପ ନାଗରିକ। ଭାରତରୁ ମାଳଦ୍ୱୀପକୁ ଟିକା ଯିବା ପରେ ସେ କୋଭିସିଲ୍ଡର ଡୋଜ୍‌ ନେଇଥିଲେ। ମୋଟ ଉପରେ ମାଳଦ୍ୱୀପ ୩.୧୨ ଲକ୍ଷ ଡୋଜ୍‌ର କୋଭିସିଲ୍ଟ ଟିକା ଗ୍ରହଣ କରିଛି।

ସୂଚନାଯୋଗ୍ୟ, ବ୍ରିଟେନ ପ୍ରଥମେ କୋଭିସିଲ୍ଡକୁ ମାନ୍ୟତା ଦେବାକୁ ମନା କରିଥିଲା। ତେବେ ଭାରତ ଆପତ୍ତି ଉଠାଇବାରୁ କୋଭିସିଲ୍ଡ ଟିକାକୁ ବ୍ରିଟେନ ମାନ୍ୟତା ଦେଇଛି। କିନ୍ତୁ ଟିକା ପ୍ରମାଣପତ୍ର ଉପରେ ସନ୍ଦେହ ପ୍ରକାଶ କରି ଭାରତୀୟମାନେ ବ୍ରିଟେନ ଗଲେ ସେମାନଙ୍କୁ ୧୦ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ସେଠାକାର ସରକାର ନିୟମ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos