୨୦ ଲକ୍ଷ ଟଙ୍କା ଲୁଟିଲେ,ଗଲା ବେଳେ ଲେଖିଦେଇଗଲେ-ଆଇ ଲଭ ୟୁ

ପାଣାଜୀ: ଘର ଭାଙ୍ଗିଲେ। ଯେଉଁଠି ଯାହା ସୁନାଗହଣା ଅଛି ନେଲେ। ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟିଲେ। ଗଲା ବେଳେ ଏକ ନୋଟରେ ମାଲିକଙ୍କ ଉଦ୍ଦେଶ୍ୟରେ ଲେଖି ଦେଇଗଲେ ‘ଆଇ ଲଭ ୟୁ’। ଏମିତି ଏକ ଅଦ୍ଭୁତ ଡାକାୟତି ଦକ୍ଷିଣ ଗୋଆରେ ମାର୍ଗାଓ ଟାଉନ୍‌ରେ ଦେଖିବାକୁ ମିଳିଛି। ଘର ମାଲିକଙ୍କ ଅନୁପସ୍ଥିତରେ ଡାକାୟତ ମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଲୁଟର  ଶିକାର ହୋଇଛନ୍ତି ଅସିବ ଜେକ୍ସ। ଦୁଇ ଦିନ ଛୁଟି କାଟି ଅସିବ ଯେତେବେଳେ ଘରକୁ ଫେରିଲେ […]

cyber lootera

cyber lootera

Tapas Behera
  • Published: Wednesday, 25 May 2022
  • Updated: 25 May 2022, 04:37 PM IST

ପାଣାଜୀ: ଘର ଭାଙ୍ଗିଲେ। ଯେଉଁଠି ଯାହା ସୁନାଗହଣା ଅଛି ନେଲେ। ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟିଲେ। ଗଲା ବେଳେ ଏକ ନୋଟରେ ମାଲିକଙ୍କ ଉଦ୍ଦେଶ୍ୟରେ ଲେଖି ଦେଇଗଲେ ‘ଆଇ ଲଭ ୟୁ’। ଏମିତି ଏକ ଅଦ୍ଭୁତ ଡାକାୟତି ଦକ୍ଷିଣ ଗୋଆରେ ମାର୍ଗାଓ ଟାଉନ୍‌ରେ ଦେଖିବାକୁ ମିଳିଛି। ଘର ମାଲିକଙ୍କ ଅନୁପସ୍ଥିତରେ ଡାକାୟତ ମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଲୁଟର  ଶିକାର ହୋଇଛନ୍ତି ଅସିବ ଜେକ୍ସ।

ଦୁଇ ଦିନ ଛୁଟି କାଟି ଅସିବ ଯେତେବେଳେ ଘରକୁ ଫେରିଲେ ଘରେ ଡକାୟତି  ହୋଇଥିବା ଜାଣିବାକୁ ପାଇଥିଲେ। ତାଙ୍କ ବଙ୍ଗଳା ଭଙ୍ଗା ଯାଇ ଲୁଟ ହୋଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି ।  ଚୋରମାନେ ପ୍ରାୟ ୨୦ଲକ୍ଷ ଟଙ୍କାର ସୁନା ଗହଣା ସହ ୧.୫  ଲକ୍ଷ ଟଙ୍କାର କ୍ୟାସ ଚୋରି କରିନେଇଛନ୍ତି।

ତେବେ ଚୋରମାନେ ଛାଡ଼ିଯାଇଥିବା ଏକ ନୋଟକୁ ନେଇ ଘର ମାଲିକ ଆଶ୍ଚର୍ଯ୍ୟ ହୋଇଛନ୍ତି । ଟେଲିଭିଜନ ସ୍ପ୍ରିନ୍‌ରେ ଏକ ମାର୍କରେ ସେମାନେ ଆଇ ଲଭ ୟୁ ଲେଖିଛନ୍ତି। ଏନେଇ ମଙ୍ଗଳବାର ସ୍ଥାନୀୟ ଥନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।  ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଡକାୟତଙ୍କ ସନ୍ଧାନ ଚଳାଇଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos