ଭାରତରେ ଥିବା ସବୁ ଚାଇନିଜ ମୋବାଇଲ କମ୍ପାନୀ ଉପରେ ଆୟକର ରେଡ୍‌

ନୂଆଦିଲ୍ଲୀ: ଚାଇନିଜ୍‌ ମୋବାଇ କମ୍ପାନୀଗୁଡ଼ିକ ସହ ଲିଙ୍କ ରଖିଥିବା ଏକାଧିକ କମ୍ପାନୀ ଉପରେ ଆଜି ଆୟକର ବିଭାଗ ପକ୍ଷରୁ ଅତର୍କିତ ରେଡ୍‌ କରାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଚାଇନିଜ ମୋବାଇଲ କମ୍ପାନୀଗୁଡ଼ିକର ଠିକଣାରେ ଆଜି ସକାଳୁ ଆୟକର ବିଭାଗର ଅଧିକାରୀମାନେ ପହଞ୍ଚି ଛାନଭିନ କରିଛନ୍ତି। ଏହି ଚାଇନିଜ୍‌ ମୋବାଇଲ କମ୍ପାନୀ ଭାରତରେ କାର୍ଯ୍ୟକ୍ଷମ ହେଉଥିଲେ ମଧ୍ୟ ଏକାଧିକ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଥିଲା। ଟିକସ ପାଙ୍କିବା ଠାରୁ ଆରମ୍ଭ କରି ବ୍ୟବସାୟ କରିବାକୁ ଜାରି […]

IT

IT

Hemant Lenka
  • Published: Wednesday, 22 December 2021
  • Updated: 22 December 2021, 05:58 PM IST

ନୂଆଦିଲ୍ଲୀ: ଚାଇନିଜ୍‌ ମୋବାଇ କମ୍ପାନୀଗୁଡ଼ିକ ସହ ଲିଙ୍କ ରଖିଥିବା ଏକାଧିକ କମ୍ପାନୀ ଉପରେ ଆଜି ଆୟକର ବିଭାଗ ପକ୍ଷରୁ ଅତର୍କିତ ରେଡ୍‌ କରାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଚାଇନିଜ ମୋବାଇଲ କମ୍ପାନୀଗୁଡ଼ିକର ଠିକଣାରେ ଆଜି ସକାଳୁ ଆୟକର ବିଭାଗର ଅଧିକାରୀମାନେ ପହଞ୍ଚି ଛାନଭିନ କରିଛନ୍ତି।

ଏହି ଚାଇନିଜ୍‌ ମୋବାଇଲ କମ୍ପାନୀ ଭାରତରେ କାର୍ଯ୍ୟକ୍ଷମ ହେଉଥିଲେ ମଧ୍ୟ ଏକାଧିକ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଥିଲା। ଟିକସ ପାଙ୍କିବା ଠାରୁ ଆରମ୍ଭ କରି ବ୍ୟବସାୟ କରିବାକୁ ଜାରି ନିୟମକୁ ଚାଇନିଜ୍‌ ମୋବାଇଲ ଫାର୍ମଗୁଡ଼ିକ ଅନୁପାଳନ କରୁ ନଥିବା ଜଣାପଡ଼ିଛି। ଏଥିପାଇଁ ଆଜି ସକାଳୁ ଆୟକର ବିଭାଗ ପକ୍ଷରୁ ରେଡ କରାଯାଇଛି।

ସୂତ୍ର ଅନୁସାରେ, ଚାଇନିଜ ମୋବାଇଲ କମ୍ପାନୀ ଗୁଡ଼ିକର ଉତ୍ପାଦନ ୟୁନିଟ, କର୍ପୋରେଟ ଅଫିସ ଓ ଗୋଦାମରେ ଆୟକର ବିଭାଗର ଅଧିକାରୀମାନେ ଏକକାଳୀନ ରେଡ୍‌ କରିଛନ୍ତି। ଏବେ ବି ବିଭିନ୍ନ ସ୍ଥାନରେ ଛାନଭିନ କରାଯାଉଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରିନି।

ଚଳିତ ବର୍ଷ ଅଗଷ୍ଟ ମାସରେ ମଧ୍ୟ ଗୁରୁଗ୍ରାମରେ ଟେଲିକମ ସାମଗ୍ରୀ ତିଆରି କରୁଥିବା ଚାଇନିଜ କମ୍ପାନୀ ଜେଡଟିଇର ଠିକଣାରେ ଆୟକର ବିଭାଗ ରେଡ କରିଥିଲା। ଏଥିସହ କମ୍ପାନୀର ଭାରତୀୟ ମୁଖ୍ୟଙ୍କୁ ମଧ୍ୟ ଜେରା କରାଯାଇଥିଲା। କମ୍ପାନୀ ଟିକସ ନିୟମ ଫାଙ୍କିଥିବାରୁ ଆୟକର ବିଭାଗ ଏପରି ପଦକ୍ଷେପ ଗ୍ରହଣ କରିଥିଲା।

କିଛି ଦିନ ତଳେ ମୋବାଇଲ ବ୍ୟବସାୟ, ଲୋନ ଆବେଦନ ଓ ପରିବହନ ବ୍ୟବସାୟ ସହ ଜଡ଼ିତ ଥିବା ଚାଇନିଜ କମ୍ପାନୀଗୁଡ଼ିକର ଠିକଣା ଉପରେ କେନ୍ଦ୍ରୀୟ ଇନଭେଷ୍ଟିଗେଟିଭ ଏଜେନ୍ସି ରେଡ୍‌ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos